Liquor Shops to Close by 8 PM: ମଦ ଦୋକାନ ପାଇଁ ନୂଆ ନିୟମ ଆଣିଲେ ସରକାର, ବଦଳିଲା ଦୋକାନ ବନ୍ଦ ହେବା ସମୟ
ରାଜଧାନୀ ଦିଲ୍ଲୀରେ ଚାଲିଥିବା CJP ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ସପ୍ତାହ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ମଦ ଦୋକାନଗୁଡ଼ିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା, କିନ୍ତୁ ଆନ୍ଦୋଳନ ଯୋଗୁଁ ବର୍ତ୍ତମାନ ଅସ୍ଥାୟୀ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଗୁରୁବାର ଦିନ ମଧ୍ୟ ମଦ ଦୋକାନ ଗୁଡ଼ିକୁ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରାଯାଇଥିଲା। ଫଳରେ ଅନେକ ଗ୍ରାହକ ମଦ କିଣିପାରି ନଥିବାରୁ ନିରାଶ ହୋଇ ଫେରିଥିଲେ।
ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ପୋଲିସର ପରାମର୍ଶ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରାତି ୮ଟାରେ ମଦ ଦୋକାନ ବନ୍ଦ କରାଯିବ।
ଗତ କିଛି ଦିନ ଧରି ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ଦିଲ୍ଲୀରେ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।