lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି
"କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ବଡ଼ବନ୍ଧ ସାହିରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇପଡିଛନ୍ତି l ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସଂଧ୍ୟା ସମୟରେ କାମାକ୍ଷାନଗର ଅଞ୍ଚଳ ରେ ପ୍ରବଳ ବର୍ଷା ଓ ବଜ୍ରାଘାତ ହୋଇଥିବା ବେଳେ ବଡ଼ବନ୍ଧସାହିର ଗୋଟିଏ ପରିବାରର ସଦସ୍ୟମାନେ ଏକାଠି ହୋଇ ଗୋଟିଏ ଘରେ ବସିଥିଲେ lAdvertisment ଆହୁରି ପଢନ୍ତୁ : Seized: ଗୋଦାମ ସିଲ କଲା ଏନ୍ଫୋରସ୍ମେଂଟ ଟିମ୍; ୩୦୦୦ବସ୍ତା ସାରର ହିସାବ ନାହିଁ ସେହି ସମୟରେ ବିଦ୍ୟୁତକାଟ ହୋଇଥିବାବେଳେ ଘରର କବାଟ ଖୋଲା କରି ସମସ୍ତେ ବସିଥିଲେ l ମାତ୍ର ସେହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା ଓ ଘରେ ଥିବା ସଦସ୍ୟମାନଙ୍କୁ ବଜ୍ରାଘାତ ହୋଇଥିଲା l ଫଳରେ ଘରେ ଥିବା ଦୁଇ ଜଣ ନାବାଳକଙ୍କ ସମେତ ଅନ୍ୟ ତିନିଜଣ ଗୁରୁତର ହୋଇଥିଲେ l ସାଇକ୍ରୀଷ୍ଣା ସାହୁ, ସ୍ନେହାରାଣୀ ସାହୁ, ରିଣ୍ଟୁ ସାହୁ, ଭାଗ୍ୟଶ୍ରୀ ସାହୁ ଓ କ୍ଲାସିକ ସାହୁ ବଜ୍ରାଘାତର ଶିକାର ହୋଇ ଗୁରୁତର ହେବାରୁ ପରିବାର ଲୋକେ ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଛନ୍ତି l ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।