Life mantra: ଜୀବନ-ମନ୍ତ୍ର: ପାଦ ନାହିଁ, ପୁଣି ପାଦ ଅଛି
"ଶ୍ରୀଜଗନ୍ନାଥ ରହସ୍ୟମୟ ଦେବତା।
କଥିତ ଅଛି, ଯେ ସେ ରହସ୍ୟ ମନୁଷ୍ୟ ତ ଛାର, ଦେବତାମାନଙ୍କୁ ମଧ୍ୟ ଅଗୋଚର।
ଶ୍ରୀଜଗନ୍ନାଥ ବ୍ରହ୍ମ ସ୍ବରୂପ–ତେଣୁ ସେ "ଅପାଣିପାଦ"।
ଅର୍ଥାତ୍, ତାଙ୍କର ପାଣି ବା ହାତ ନାହିଁ କି ପାଦ ନାହିଁ।
ଅବଶ୍ୟ ତାଙ୍କର ବିଗ୍ରହରେ ଦୁଇଟି ହାତ ଥିବା ଆମେ ଦେଖୁ, ମାତ୍ର ସେଥିରେ ପାପୁଲି ନ ଥାଏ।
ସେହିପରି, ତାଙ୍କର ଆଖି ଅଛି, ଅଥଚ ସେ ଆଖିରେ ପତା ନାହିଁ।
କାନର ଚିହ୍ନବର୍ଣ୍ଣ ନାହିଁ, ମାତ୍ର ସେ ଭକ୍ତଙ୍କ ଗୁହାରୀ ଶୁଣନ୍ତି।
ଏହା ସୂଚାଏ, ତାଙ୍କଠାରେ ଇନ୍ଦ୍ରିୟମାନଙ୍କର ଗୁଣ ଓ ଆଭାସ ଅଛି, ମାତ୍ର ସେ ସମସ୍ତ ଇନ୍ଦ୍ରିୟ ବିବର୍ଜିତ।
ତତ୍ତ୍ବବିତ୍ମାନେ ଏହାକୁ ବ୍ରହ୍ମଙ୍କର ଲକ୍ଷଣ ବୋଲି କହିଛନ୍ତି।ସେହିପରି ତାଙ୍କର ପାଦ।
ତାଙ୍କର ପାଦକୁ ପଦ୍ମ ସହିତ ତୁଳନା କରାଯାଏ।
ସେହି ଚରଣକମଳ ବା ପାଦପଦ୍ମରେ ପ୍ରଣତି ବାଢ଼ନ୍ତି ଭକ୍ତ।
ମାତ୍ର ତାଙ୍କର ପାଦ କେହି ଦେଖିନାହିଁ।
ଅଥଚ ସେ ପାହୁଣ୍ଡ ପାହୁଣ୍ଡ ହୋଇ ଚାଲନ୍ତି।
ତାହା ତାଙ୍କର ପହଣ୍ଡିବିଜେ।
କିନ୍ତୁ ତାଙ୍କର ଅଣସର ସମୟର ଏକ ଗୁପ୍ତ ନୀତି ତାଙ୍କର ପାଦ ଥିବାର ପ୍ରମାଣ ଦିଏ।Advertisment Neglect: ବାରଣ୍ଡାର ଆଶ୍ରୟ ନେଉଛନ୍ତି ନାରାଣପୁର ପଞ୍ଚାୟତବାସୀ "ନୀଳାଦ୍ରି ମହୋଦୟ"ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବ୍ରହ୍ମା ଅଣସର ସମୟର ଯେଉଁ ଗୁପ୍ତନୀତି କଥା କହିଛନ୍ତି, ସେଥି ମଧ୍ୟରୁ ଦ୍ବାଦଶୀ ଦିନର ଗୁପ୍ତନୀତିରେ ଏହାର ଉଲ୍ଲେଖ ଅଛି।
ସେଥିରେ କୁହାଯାଇଛି–ଦ୍ବାଦଶୀ ଦିନ ମଧ୍ୟରାତ୍ରିରେ ସମସ୍ତେ ଶୟନ କରିସାରିବାପରେ, ନୂତନ ବସ୍ତ୍ର ଓ ପାଟ ଦ୍ବାରା ପ୍ରଭୁଙ୍କର ପାଦ ରଚନା କରିବ।
ସେହି ସମୟରେ ଘଣ୍ଟା, ମର୍ଦ୍ଦଳ ଓ ଶଙ୍ଖ ପ୍ରଭୃତି ବଜାଇ ଏପରି ଧ୍ବନି କରିବ, ଯେପରି କେହି ପ୍ରଭୁଙ୍କର ପାଦ ରଚନା ଶବ୍ଦ ଆଦୌ ଶୁଣି ପାରିବେ ନାହିଁ।
ଅଣସର ସମୟର ଗୁପ୍ତ ସେବାକାରୀ ବରିଷ୍ଠ ଦଇତାସେବକଙ୍କ ସୂତ୍ରରୁ ଜଣାଯାଏ ଯେ ସେହି ଗୁପ୍ତନୀତି ହେଉଛି "ଶ୍ରୀପୟର ମୁଦା"।
ଏହା ସ୍ପଷ୍ଟ ସୂଚାଏ, ଯେ ଏହି ଦାରୁବ୍ରହ୍ମମାନଙ୍କର ପାଦ ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କର ପାଦ ଅଛି।
ସେହି ପାଦ ଗୁପ୍ତ ହୋଇ ରହିଛି।
ଏହା ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ରହସ୍ୟମୟତାର ଏକ ପ୍ରମାଣ।
GDP: ଆଇଏମ୍ଏଫ୍ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।