Leopard Suspected After Cow Killed: ମିଳିଲା କଲରାପତରିଆ ବାଘର ପାଦଚିହ୍ନ, ଗାଈକୁ ମାରି ମାଘ ଖାଇଥିବା ଅଭିଯୋଗ

Aug 05, 2026 - 18:09
Leopard Suspected After Cow Killed: ମିଳିଲା କଲରାପତରିଆ ବାଘର ପାଦଚିହ୍ନ, ଗାଈକୁ ମାରି ମାଘ ଖାଇଥିବା ଅଭିଯୋଗ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନଖଣ୍ଡରେ ବାଘ ଆତଙ୍କ। ଜଙ୍ଗଲରେ ଗାଈକୁ ମାରି ଖାଇଦେଇଛି ବାଘ। ସମାକୁପା ଗାଁ ନିକଟରେ ବାଘ ଚଳପ୍ରଚଳ ସନ୍ଦେହରେ କୋକୁଆ ଭୟ ଖେଳିଯାଇଛି । ସୂଚନା ଅନୁସାରେ, ସ୍ଥାନୀୟ ଲୋକ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଗୋଟିଏ ଗାଈ ନିଖୋଜ ଥିବା ଜଣାପଡ଼ିଥିଲା।

ପରଦିନ ଖୋଜାଖୋଜି କରିବା ବେଳେ ଜଙ୍ଗଲ ଭିତରୁ କ୍ଷତବିକ୍ଷତ ଅବସ୍ଥାରେ ଗାଈର ମୃତଦେହ ମିଳିଥିଲା। ମୃତଦେହ ନିକଟରେ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା କଲରାପତାରିଆ ବାଘର ପାଦଚିହ୍ନ ହୋଇଥିବା ସନ୍ଦେହ କରାଯାଉଛି।

ସୁରକ୍ଷା ଦୃଷ୍ଟିରୁ ସମାକୁପା ସମେତ ଆଖପାଖ ଗ୍ରାମବାସୀଙ୍କୁ ଜଙ୍ଗଲକୁ ପ୍ରବେଶ ନକରିବାକୁ ବନ ବିଭାଗ ପରାମର୍ଶ ଦେବା ସହ ସଚେତନ କରୁଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବୌଦ୍ଧ ଜଙ୍ଗଲରେ ବୁଲୁଛି ବାଘ
ବୌଦ୍ଧ କଣ୍ଟାମାଳରେ ବାଘ ଛନକା
ଜଙ୍ଗଲକୁ ନଯିବାକୁ ବନବିଭାଗର ସତର୍କତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।