Leopard Attack ଗୁରୁଣ୍ଡିଆରେ ଚିତାବାଘ ଆତଙ୍କ, ଗାଁରେ ପଶି ଗାଈକୁ ଶିକାର କଲା
"ଗୁରୁଣ୍ଡିଆ: ଏକ ଚିତାବାଘ ତାମଡ଼ା ରେଞ୍ଜ ଅନ୍ତର୍ଗତ ଗୁରୁଣ୍ଡିଆ ଗ୍ରାମରେ ଜନବସତିରେ ପଶି ଏକ ଗାଈକୁ ମାରିଖାଇଛି।
ଏହାପରେ ଗାଁ ଓ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।
Advertisment Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର ସୂଚନାନୁସାରେ, ଅଗଷ୍ଟୁସ ଡୁଙ୍ଗ୍ଡୁଙ୍ଗ୍ଙ୍କ ଗୁହାଳରେ ବନ୍ଧା ଥିବା ଏକ ଗାଈର କ୍ଷତବିକ୍ଷତ ମୃତଦେହ ମିଳିଥିଲା।
ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଚିତାବାଘ ଗାଁରେ ପଶି ଗାଈକୁ ଶିକାର କରିଥିବା ଗାଁଲୋକ ଅନୁମାନ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ତାମଡ଼ା ରେଞ୍ଜର ପ୍ରୟାଗ ପ୍ରଧାନ, ବନପାଳ ପ୍ରତାପ ସାହୁ ଏବଂ ବନ ବିଭାଗର ସ୍ପେଶାଲ ସ୍କ୍ୱାଡ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ ବିଭାଗ ଟିମ୍ ପକ୍ଷରୁ ସେଠାରେ ଥିବା ପଦଚିହ୍ନକୁ ଅନୁଧ୍ୟାନ କରାଯିବା ପରେ, ତାହା ଏକ ଚିତାବାଘର ପଦଚିହ୍ନ ବୋଲି ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି।
Leopard Skin Trade: କଲରାପତରିଆ ବାଘ ଚମଡ଼ା କାରବାର ପଛରେ ବଡ଼ ରାକେଟ୍! "ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍" ତଦନ୍ତ ପାଇଁ ଏସ୍ପିଙ୍କ ସୁପାରିସ ବାଘର ଗତିବିଧି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଉକ୍ତ ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସଂବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର କ୍ୟାମେରା ଲଗାଯାଇଛି।
କ୍ୟାମେରା ଫୁଟେଜ୍ ମାଧ୍ୟମରେ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
କ୍ଷତିଗ୍ରସ୍ତ ଚାଷୀ ଅଗଷ୍ଟୁସ ଡୁଙ୍ଗଡୁଙ୍ଗଙ୍କୁ ବନ ବିଭାଗର ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରୟାଗ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।
ଏହା ସହିତ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଏବଂ ରାତି ସମୟରେ ଏକାକୀ ବାହାରକୁ ନବାହାରିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।