Leaders to Rule the Skies: ବିହାରରେ ପ୍ରଚାର ବେଳେ ଏଥର ଉଡ଼ିବ ୩ ଗୁଣ ଅଧିକ ହେଲିକପ୍ଟର, ଆକାଶରେ ଉଡିବେ ନେତା
୨୦୨୫ ବିଧାନସଭା ନିର୍ବାଚନ ସମୟରେ ବିହାର ଷ୍ଟେଟ୍ ହ୍ୟାଙ୍ଗରରୁ ପ୍ରତିଦିନ ପ୍ରାୟ ୨୦ଟି ହେଲିକପ୍ଟର ଉଡ଼ାଣ ଭରିବ। ଏନଡିଏ ଏବଂ ମହାମେଣ୍ଟ ପକ୍ଷରୁ ହେଲିକପ୍ଟରର ଆଗୁଆ ବୁକିଂ କରାଯାଇଛି। ବିଜେପି ଏବଂ ଜେଡିୟୁ ମେଣ୍ଟ ପକ୍ଷରୁ ଏକ ଡଜନରୁ ଅଧିକ ହେ
୨୦୨୫ ବିଧାନସଭା ନିର୍ବାଚନ ସମୟରେ ବିହାର ଷ୍ଟେଟ୍ ହ୍ୟାଙ୍ଗରରୁ ପ୍ରତିଦିନ ପ୍ରାୟ ୨୦ଟି ହେଲିକପ୍ଟର ଉଡ଼ାଣ ଭରିବ। ଏନଡିଏ ଏବଂ ମହାମେଣ୍ଟ ପକ୍ଷରୁ ହେଲିକପ୍ଟରର ଆଗୁଆ ବୁକିଂ କରାଯାଇଛି। ବିଜେପି ଏବଂ ଜେଡିୟୁ ମେଣ୍ଟ ପକ୍ଷରୁ ଏକ ଡଜନରୁ ଅଧିକ ହେଲିକପ୍ଟର ବୁକ୍ କରାଯାଇଛି।
୨୦୨୦ ବିଧାନସଭା ନିର୍ବାଚନ ସମୟରେ ବିପକ୍ଷର ମୋର୍ଚ୍ଚା ସମ୍ଭାଳିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରତିଦିନ ୧୪ରୁ ୧୬ଟି ଜନସଭା କରୁଥିଲେ। ଗୋଟିଏ ଦିନରେ ସେ ୧୯ଟି ଜନସଭା କରି ରେକର୍ଡ ସୃଷ୍ଟି କରିଥିଲେ। ଏହା ସମ୍ଭବ ହୋଇଥିଲା ହେଲିକପ୍ଟର ବ୍ୟବହାର ଯୋଗୁଁ। ଏବେ ୨୦୨୫ ନିର୍ବାଚନରେ ରାଜନୈତିକ ଦଳଗୁଡିକ ପୁଣି ଥରେ ରାଜନୀତିର ଉଚ୍ଚ ଉଡ଼ାଣ ପାଇଁ ହେଲିକପ୍ଟରର ବ୍ୟାପକ ବ୍ୟବହାର କରିବାକୁ ଯାଉଛନ୍ତି।
ରାଜନୈତିକ ଦଳଗୁଡିକ ପକ୍ଷରୁ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଛି।୨୦୨୫ ବିଧାନସଭା ନିର୍ବାଚନ ସମୟରେ ବିହାର ଷ୍ଟେଟ୍ ହ୍ୟାଙ୍ଗରରୁ ପ୍ରତିଦିନ ୨୦ଟି ହେଲିକପ୍ଟର ଉଡ଼ାଣ ଭରିବ। ଏନଡିଏ ଏବଂ ମହାମେଣ୍ଟ ପକ୍ଷରୁ ହେଲିକପ୍ଟରର ଆଗୁଆ ବୁକିଂ କରାଯାଇଛି। ବିଜେପି ଏବଂ ଜେଡିୟୁ ମେଣ୍ଟ ପକ୍ଷରୁ ଏକ ଡଜନରୁ ଅଧିକ ହେଲିକପ୍ଟର ବୁକ୍ କରାଯାଇଛି।
ଷ୍ଟେଟ୍ ହ୍ୟାଙ୍ଗର ସହ ଜଡ଼ିତ ଅଧିକାରୀଙ୍କ କହିବା ଅନୁଯାୟୀ, ଏନଡିଏର ନେତାମାନେ ପ୍ରତିଦିନ ୧୪ରୁ ୧୫ଟି ହେଲିକପ୍ଟର ବ୍ୟବହାର କରିବେ। ଏଥିରେ ବିଜେପି ୧୨ କିମ୍ବା ୧୩ଟି ହେଲିକପ୍ଟର ବ୍ୟବହାର କରିବ, ଜେଡିୟୁ ପକ୍ଷରୁ ପ୍ରତିଦିନ ଦୁଇଟି ହେଲିକପ୍ଟରରେ ପ୍ରଚାର କରିବେ ନେତା । ଏହି ହେଲିକପ୍ଟରଗୁଡ଼ିକରେ ଏନଡିଏର ମିତ୍ର ଦଳର ନେତାମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ।
ଏନଡିଏ ବିପକ୍ଷରେ ମହାମେଣ୍ଟ ପକ୍ଷରୁ ମଧ୍ୟ ହେଲିକପ୍ଟର ବୁକିଂ କରାଯାଉଛି। ସୂଚନା ଅନୁଯାୟୀ, ମହାମେଣ୍ଟର ମିତ୍ର ଦଳଗୁଡିକ ପାଞ୍ଚଟି ହେଲିକପ୍ଟର ମାଧ୍ୟମରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ପାର୍ଟି ସହ ଜଡ଼ିତ ସୂତ୍ର ଅନୁଯାୟୀ, କଂଗ୍ରେସ ପାର୍ଟିର ଦୁଇଟି ହେଲିକପ୍ଟର ଉଡ଼ାଣ ଭରିବ । ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ମଧ୍ୟ ଦୁଇଟି ହେଲିକପ୍ଟର ବୁକ୍ କରାଯାଇଛି। ଏହା ସହିତ ମେଣ୍ଟ ର ଅନ୍ୟ ଜଣେ ସହଯୋଗୀ ତଥା ବିକାଶଶୀଳ ଇନସାନ ପାର୍ଟିର ମୁଖ୍ୟ ମୁକେଶ ସାହନୀ ମଧ୍ୟ ହେଲିକପ୍ଟର ମାଧ୍ୟମରେ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି କରୁଛନ୍ତି।
ଗୋଟିଏ ହେଲିକପ୍ଟର ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ?
ନିର୍ବାଚନ ସମୟରେ ହେଲିକପ୍ଟରର ଚାହିଦା ବଢ଼ିବା ଯୋଗୁଁ ଭଡ଼ାରେ ମଧ୍ୟ ବହୁତ ବୃଦ୍ଧି ହୁଏ। ସିଙ୍ଗଲ ଇଞ୍ଜିନ ହେଲିକପ୍ଟରର ଭଡ଼ା ପ୍ରାୟ ଦେଢ଼ ଗୁଣ ହୋଇଯାଏ । ଡବଲ ଇଞ୍ଜିନ ହେଲିକପ୍ଟରର ଭଡ଼ା ପ୍ରାୟ ଦୁଇ ଗୁଣ ବଢ଼ିଯାଏ। ସିଙ୍ଗଲ ଇଞ୍ଜିନ ହେଲିକପ୍ଟର ପାଇଁ ଘଣ୍ଟା ପ୍ରତି ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିଥାଏ। ଅନ୍ୟପକ୍ଷରେ, ଡବଲ ଇଞ୍ଜିନ ହେଲିକପ୍ଟରର ଭଡ଼ା ଘଣ୍ଟା ପ୍ରତି ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ। ରାଜନୈତିକ ଦଳ ଏବଂ ନେତାମାନଙ୍କୁ ପ୍ରତିଦିନ ହେଲିକପ୍ଟର ବୁକ୍ କରିବା ପାଇଁ ଉଚ୍ଚ ମୂଲ୍ୟ ଦେବାକୁ ପଡ଼ିଥାଏ। ପ୍ରତିଦିନ ହେଲିକପ୍ଟର ବୁକ୍ କରୁଥିବା ଦଳ କିମ୍ବା ନେତାମାନଙ୍କୁ ୩ ଘଣ୍ଟାର ଉଡ଼ାଣ ଚାର୍ଜ ଦେବାକୁ ପଡ଼ିଥାଏ। ଏହା ସହିତ ୧୮ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡ଼ିଥାଏ। ଏହି ହିସାବରେ ଗୋଟିଏ ହେଲିକପ୍ଟର ପାଇଁ ରାଜନୈତିକ ଦଳମାନଙ୍କୁ ପ୍ରତିଦିନ ପ୍ରାୟ ୧୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।
ପାଟନା ଏୟାରପୋର୍ଟର ଗ୍ଲୋବାଲ ଫ୍ଲାଇଟ ସର୍ଭିସେସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବ ନିର୍ବାଚନରେ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରାୟ ଅଧ ଡଜନ ହେଲିକପ୍ଟର ବ୍ୟବହାର ହୋଇଥିଲା। କିନ୍ତୁ ଏଥର ଏହି ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ହେବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
