Landslides in Kerala, କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ

Aug 01, 2026 - 20:29
Landslides in Kerala, କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ

"ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା ଲାଗି ରହିଛି ।

ରାଜ୍ୟରେ ବର୍ଷାଜନିତ କାରଣ ପାଇଁ ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

କୋଟ୍ଟାୟମ, ଇଡୁକ୍କିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ପଥନମଥିତ୍ତ, କୋଝିକୋଡ଼, ୱାୟନାଡ଼ ଏବଂ ମଲପ୍ପୁରମ‌ରେ ବନ୍ୟା ସ୍ଥିତି ଉପୁଜିଛି ।

କୋଟ୍ଟାୟମ ଜିଲ୍ଲାର ପୁଞ୍ଜରରେ ଭୂସ୍ଖଳନ ଯୋଗୁ ଘର ଭୁଶୁଡ଼ି ପଡ଼ିବା ଫଳରେ ଜଣେ ମା" ଏବଂ ପୁଅର ମୃତ୍ୟୁ ହୋଇଛି ।

ରଜୀନା ଏବଂ ତାଙ୍କ ୨୪ ବର୍ଷୀୟ ପୁଅ ଜୋସେଫିନ୍‌ଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି ।

ମଲ୍ଲପୁରମରେ ଅବଦୁଲ ହମିଦ ଏବଂ ନଦୀରାଙ୍କ ୪ ବର୍ଷର ପୁଅ ଆଦମ କେନାଲ୍‌ରେ ବୁଡ଼ି ମୃତ୍ୟୁ ହୋଇଯାଇଛି ।Advertisment ସେହିପରି ୱାନ୍ଦୁରରେ ଅନ୍ୟ ଜଣେ ୩ ବର୍ଷ ପୁଅର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ।

କେଟ୍ଟାୟମର ପୁଥୁପଲ୍ଲିରେ ମିଲନ ଶିଜୁ ନାମକ ଜଣେ ୧୧ ବର୍ଷୀୟ ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ।

ଇଡ଼ୁକ୍କିର ଅଦୁରମାଲାରେ ସୁମଥୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।

ଶନିବାର ବଡ଼ି ଭୋର୍‌ ସମୟରେ ଭୂସ୍ଖଳନ ହେବା ଫଳରେ ତାଙ୍କ ଘର ପୋତି ହୋଇଗଲା ।

ପଡ଼ୋଶୀମାନେ ତାଙ୍କ ସ୍ବାମୀ ଏବଂ ପୂଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି ଅନ୍ୟପକ୍ଷେ ବହୁ ଖୋଜାଖୋଜି ପରେ ଏନ୍‌ଡିଆରଏଫ୍‌ ଏବଂ ଅଗ୍ନି ବିଭାଗ ପକ୍ଷରୁ ସୁମଥୀଙ୍କ ମର ଶରୀର ମିଳିଥିଲା ।

ଅନ୍ୟ ଏକ ଘଟଣାରେ ଇଡ଼ୁକ୍କି ଜିଲ୍ଲାର ବାଗାମୋନ୍‌ରେ ପ୍ରଭାକରନ‌ ନେୟାର ନାମକ ଜଣେ ବ୍ୟକ୍ତିଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଯାଇଛି ।

ଅଧିକାରୀମାନେ କହିଛନ୍ତି, ନେୟାର ହେଉଛନ୍ତି କୋଟ୍ଟାୟମ ବାସିନ୍ଦା ।

ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର ଇଡୁକି ଆସିଥିଲେ ।

ଶୋଇଥିବାବେଳେ ଭୂସ୍ଖଳନ ଯୋଗୁ ଘର ପୋତି ହୋଇଯାଇଥିଲା ।

ଅନ୍ୟ ଏକ ଘଟଣାରେ ଥିରୁଅନନ୍ତପୁରମର ମୁଥାଲାପୋଝି ଉପକୂଳରେ ସମୁଦ୍ର‌ରେ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି ।

ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି ।

ୱାୟନାଡ଼ରେ ମଧ୍ୟ ଅନେକ ଅଂଶରେ ପ୍ରବଳ ବର୍ଷା ‌ଯୋଗୁ ଜଳବନ୍ଦୀ ସମସ୍ୟା ଉପୁଜିଛି ।

ଅନ୍ୟପକ୍ଷେ ଆସାମର ୫ ଜିଲ୍ଲାରେ ଏବେ ବନ୍ୟା ପ୍ରଭାବ ଜାରି ରହିଛି ।

ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ କାରଣ ପାଇଁ ଆଉ ୨ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି ।

ସବୁଠାରୁ ଖରାପ୍‌ ଭାବେ ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଉଛି ଶିବସାଗର, ଗୋଲାଘାଟ, ଜୋରହାଟ, ନାଗାଓଁ ଏବଂ ଚରାଇଦେଓ ।

ରାଜ୍ୟରେ ଏବେ ବି ରିଲିଫ୍‌ ଅପରେସନ୍‌ ଜାରି ରହିଛି ଏବଂ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଉଦ୍ଧାର ଅପରେସନ୍‌ରେ ସାମିଲ ଅଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।