Lalchand Kewellers: ଲାଲ୍‌ଚନ୍ଦ୍‌ ମନ୍‌ସୁନ୍‌ ସେଲ୍‌ରେ ବମ୍ପର୍ ଅଫର୍

Jul 04, 2026 - 23:16
Lalchand Kewellers: ଲାଲ୍‌ଚନ୍ଦ୍‌ ମନ୍‌ସୁନ୍‌ ସେଲ୍‌ରେ ବମ୍ପର୍ ଅଫର୍

"ଭୁବନେଶ୍ବର: "ଲାଲ୍‌ଚନ୍ଦ୍‌ ରଜ ମହୋତ୍ସବ"ର ଅପୂର୍ବ ସଫଳତା ପରେ "ଲାଲ୍‌ଚନ୍ଦ୍‌ ଜୁଏଲର୍ସ" ମୌସୁମୀ ସେଲ୍‌ ସହିତ ଆଣିଛି ଆକର୍ଷଣୀୟ ଅଫର୍‌ର ପସରା।

ମୌସୁମୀ ସେଲ୍‌ର ଆକର୍ଷଣୀୟ ଅଫର୍‌ ଗୁଡ଼ିକ ମଧ୍ୟରେ ରହିଛି ସମସ୍ତ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ସୁନା ଅଳଙ୍କାର ଉପରେ ମାତ୍ର ୮.୯୯% ଗଢ଼ା ମଜୁରି, ସମସ୍ତ ଆଇଜିଆଇ ସର୍ଟିଫାଏଡ୍‌ ହୀରା ମୂଲ୍ୟ ଉପରେ ସିଧା ୨୦% ରିହାତି ଏବଂ ରୁପା ଅଳଙ୍କାରର ଗଢ଼ା ମଜୁରି ଉପରେ ୫୦% ରିହାତି।

ପୁରୁଣା ସୁନା ଅଳଙ୍କାରକୁ ବଦଳାଇ ନୂତନ ଅଳଙ୍କାର କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁଯୋଗ।

ପୁରୁଣା ସୁନାର ୧୦୦% ମୂଲ୍ୟ ସହିତ ପ୍ରତି ଗ୍ରାମ୍‌ ପିଛା ଅତିରିକ୍ତ ୧୦୦ ଟଙ୍କା ବୋନସ୍‌ ମଧ୍ୟ ମିଳିପାରିବ।Advertisment ଏହା ବ୍ୟତୀତ, ଲାଲ୍‌ଚନ୍ଦ୍‌ର ଲୋକପ୍ରିୟ "ସୋନେ ପେ ସୁହାଗା" କିସ୍ତି ଯୋଜନା ମଧ୍ୟ ଜାରି ରହିଛି।

ଏହି ଯୋଜନା ମାଧ୍ୟମରେ ଗ୍ରାହକମାନେ ପ୍ରତି ମାସରେ କିସ୍ତି ଜମା କରି ଶୂନ୍ୟ ଗଢ଼ା ମୂଲ୍ୟରେ ନିଜ ପସନ୍ଦର ଅଳଙ୍କାର କିଣି ପାରିବେ।

ରଥଯାତ୍ରା ପାଖେଇ ଆସୁଥିବା ବେଳେ, ଏହି ମନ୍‌ସୁନ୍‌ ସେଲ୍‌, ଉତ୍ସବର ପରିବେଶକୁ ଆହୁରି ଉତ୍ସାହଜନକ କରିବ ବୋଲି ଆଶା କରାଯାଉଛି।

ଲାଲଚାନ୍ଦ୍‌ରେ "ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା" ଅଫର୍‌ ଏନେଇ ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌ ଡ.

ସଂଜୟ ହଂସ କହିଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ, ଆମେ ସମସ୍ତ ସୁନା, ରୁପା ଏବଂ ହୀରା ଅଳଙ୍କାର ଉପରେ ଗ୍ରାହକମାନଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇପାରିଛୁ।

ନୂଆ ଅଫର୍‌ ଗ୍ରାହକମାନଙ୍କ ମନକୁ ଭଲଭାବେ ଛୁଇଁବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

"