Kotia’s Unique Rath Yatra Tradition ଆଦିମ ଶ୍ରୀକ୍ଷେତ୍ର କୋଟିଆରେ ଅନନ୍ୟ ପରମ୍ପରା, ଦିନକ ପରେ ଟଣାହେଲା ରଥ
"ପଟ୍ଟାଙ୍ଗି (ପ୍ରଶାନ୍ତ ଦାଶ): ଓଡ଼ିଶାର ସୀମାନ୍ତ କୋଟିଆ କେବଳ ଭୌଗଳିକ ନୂହେଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବେ ମଧ୍ୟ ଓଡ଼ିଶା ସହ ଜଡ଼ିତ।
ଏହି କଥାର ପ୍ରମାଣ ପ୍ରତିବର୍ଷ ସଫଳ ଭାବେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।
ଆଦିମ ଶ୍ରୀକ୍ଷେତ୍ର ଭାବେ ପରିଚିତ କୋଟିଆରେ ଶ୍ରୀକ୍ଷେତ୍ର ଗୁଣ୍ଡିଚାର ଗୋଟିଏ ଦିନ ପରେ ରଥଟଣା ହୋଇଥାଏ।
Advertisment କୋଟିଆ ବ୍ଲକ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଏହି ରଥ ଯାତ୍ରା ପାଳନ କରାଯାଇଥାଏ ।
ଏକ ନିଆରା ପରମ୍ପରାକ୍ରମେ ରଥଯାତ୍ରା ଦିନ କେବଳ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେକରି ରଥ ରୁଢା କରାଯାଇଥାଏ ଓ ତା ପରଦିନ ରଥ ଟଣାଯାଇଥାଏ ।
ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ ।
ଆଜି ରଥ ଟଣାଯାଇ ମାଉସୀ ମାଁ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପହଞ୍ଚି ଥିବା ଜଣାପଡିଛି।
ଶାବର ଶ୍ରୀକ୍ଷେତ୍ର ପୂଜକ ପ୍ରଶାନ୍ତ କୁମାର ପଣ୍ଡା ଏବଂ କୋଟିଆ ଜଗନ୍ନାଥଙ୍କ ପୂଜକ ମୁଗୁରୀ ତାଡିଙ୍ଗି ଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏଥିରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍, କୋରାପୁଟ ବିଧାୟକ ରଘୁରାମ ମାଛ, ପୁର୍ବତନ ସାଂସଦ ଜୟରାମ ପାଙ୍ଗି , ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ, ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି , କୋଟିଆ ସରପଞ୍ଚ ଲିଉ ଗେମେଲ୍, ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା, ସମିତି ସଭ୍ୟା ଅମ୍ବିକା ପାଙ୍ଗି, ଅବସରପ୍ରାପ୍ତ ଜିଲ୍ଲାପାଳ ଗଦାଧର ପରିଡ଼ାଙ୍କ ସମେତ ଜିଲ୍ଲାପାଳ ମନୋଜ୍ ସତ୍ୟବାନ ମହାଜନ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ସିଡିଓ ବେଣୁଧର ଶବର, ଏଡିଏମ୍ , ସୁନାବେଡା ଏସଡିପିଓ ସୁମିତ୍ରା ଜେନା ,ପଟ୍ଟାଙ୍ଗି ବିଡ଼ିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖଙ୍କ ସହ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିମିଶି ରଥ ଟାଣି ଥିଲେ।
ପୂର୍ବତନ ସରପଞ୍ଚ ସିଧେଶ୍ୱର ଗେମେଲ ଛେରା ପଂହରା କରିଥିଲେ।
କୋଟିଆର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରହିଥିବା ମାଉଁସିମା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।
କୋଟିଆ , ପଟ୍ଟାଙ୍ଗି , ସେମିଳିଗୁଡା, ସୁନାବେଡା ଥାନାଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।
ଏଥିରେ ବିବାଦୀୟ ଗ୍ରାମର ମୁଖିଆଙ୍କୁ ରଥ ଉପରେ ସମ୍ବର୍ଦ୍ଧନା କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।