Key BJD Meeting at Shankha Bhawan: କାଲି ଆବସେଣ୍ଟ, ଆଜି ପ୍ରେଜେଣ୍ଟ; ବବିଙ୍କୁ କ’ଣ କହିଲେ ସୁଜାତା?

Jun 26, 2026 - 13:46
Key BJD Meeting at Shankha Bhawan: କାଲି ଆବସେଣ୍ଟ, ଆଜି ପ୍ରେଜେଣ୍ଟ; ବବିଙ୍କୁ କ’ଣ କହିଲେ ସୁଜାତା?

ବବି-ସୁଜାତା ବୈଠକ। ଭୁବନେଶ୍ବର ଶଙ୍ଖ ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଗତକାଲି ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡିରେ ସାମିଲ ହୋଇଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ନଥିଲେ ଏକଦା ବିଜେଡିର ପାୱାରଫୁଲ୍ ସାଙ୍ଗଠନିକ ସମ୍ପାଦକ ବବି ଓରଫ୍ ପ୍ରଣବ ପ୍ରକାଶ ଦାସ। ସୁଜାତାଙ୍କୁ ସ୍ବାଗତ କରିବାକୁ ବବି କାହିଁକି ଯାଇନଥିଲେ, ତାକୁ ନେଇ ନାନା କଳ୍ପନାଜଳ୍ପନା ବଢ଼ିଥିଲା। 

ଏପରିକି ସୁଜାତାଙ୍କ ବିଜେଡିରେ ଯୋଗଦାନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ବି କରିଥିଲେ, ହେଲେ ନା ଶଙ୍ଖ ଭବନରେ ତାଙ୍କୁ ଦେଖିବାକୁ ମିଳିଥିଲା ନା ସୁଜାତାଙ୍କ ସହ ସେ ଦେଖାଯାଇଥିଲେ। ଏସବୁ ଭିତରେ ଆଜି ବବିଙ୍କ ସହ ସୁଜାତା ଆଲୋଚନା କରିଥିବା ଜଣାପଡ଼ିଛି। ଶଙ୍ଖ ଭବନରେ ଉଭୟଙ୍କ ମଧ୍ୟରେ ବସିଛି ବୈଠକ। ହେଲେ ଏହି ବୈଠକରେ କ’ଣ ଆଲୋଚନା ହୋଇଛି, ବବି ଗତକାଲି କାହିଁକି ଆସିନଥିଲେ ସେ ନେଇ ଏବେ ବି ନାନା ଚର୍ଚ୍ଚା ଲାଗି ରହିଛି।