Kerala : ନିଜ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଅନ୍ୟକୁ ଦେଇ ଶ୍ରୋତରେ ଭାସିଗଲେ ସାହସୀ ଯୁବକ
"ଥିରୁବନନ୍ତପୁରମ୍: କେରଳର କନ୍ନୁର ଜିଲ୍ଲାରେ ବନ୍ୟାଜଳରେ ଫସିରହିଥିବା ଜଣେ କୃଷକଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ରକ୍ଷାକାରୀ ଜ୍ୟାକେଟ୍ (ଲାଇଫ୍ ଜ୍ୟାକେଟ୍) ଦେଇ ନିଜେ ଶ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩୬ ବର୍ଷୀୟ ସାହସୀ ଯୁବକ ଆର୍ ରାଜେଶ।
ଥିରୁବନନ୍ତପୁରମର ଏହି ସ୍ୱିମିଂ ଓ ରାପେଲିଂ ଇନଷ୍ଟ୍ରକ୍ଟର ରବିବାର ମୀନଥୁଲି ଦ୍ୱୀପ ନିକଟରେ ୬୧ ବର୍ଷୀୟ ବେନିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ।
ବୁଧବାରର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।Advertisment ଦୁବାଇରେ ୨୦ ମିନିଟ୍ ମଧ୍ୟରେ ୭ ବିସ୍ଫୋରଣ: ଆକାଶରେ ଘୋଟିଲା କଳା ଧୂଆଁ ରାଜେଶ ପୂର୍ବରୁ ୨୦୧୮ କେରଳ ବନ୍ୟା ଏବଂ ୨୦୨୪ ୱାୟନାଡ୍ ଭୂସ୍କଳନ ସମୟରେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏହି ଅଭୂତପୂର୍ବ ଆତ୍ମବଳିଦାନ ପାଇଁ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
କେରଳ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ବିଜେପି ନେତାମାନେ ତାଙ୍କୁ ଜଣେ ପ୍ରକୃତ ହିରୋ ବୋଲି କହି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।