Kendrapara District Hospital: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ବିଚିତ୍ର ବ୍ୟବସ୍ଥା: ଠିକାରେ ଚାଲିଛି ଶବ ବ୍ୟବଚ୍ଛେଦ

Jul 27, 2026 - 05:02
Kendrapara District Hospital: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ବିଚିତ୍ର ବ୍ୟବସ୍ଥା: ଠିକାରେ ଚାଲିଛି ଶବ ବ୍ୟବଚ୍ଛେଦ

"କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ବ୍ୟବସ୍ଥା ସାମନାକୁ ଆସିଛି।

ଶବ ବ୍ୟବଚ୍ଛେଦ କରିବାକୁ ଏଠି ନାହାନ୍ତି ସ୍ଥାୟୀ କର୍ମଚାରୀ।

ଠିକାରେ ଶବ ବ୍ୟବଚ୍ଛେଦ ଚାଲିଛି।

ଶବ ସ˚ରକ୍ଷଣ ପାଇଁ ସର୍ବନିମ୍ନ ଫ୍ରିଜର୍‌ ସୁବିଧା ନାହିଁ।

ଯେଉଁ ଫ୍ରିଜର୍‌ଟି ଥିଲା, ଚାରିମାସ ତଳୁ ତାହା ଅଚଳ।

ଅଧିକା˚ଶ ଶବ ବ୍ୟବଚ୍ଛେଦ ଖୋଲା ଆକାଶ ତଳେ କରାଯାଉଥିଲା ବେଳେ ବର୍ଷା ହେଲେ କଥା ସରିଲା।

ଘର ଭିତରେ ଶବ ବ୍ୟବଚ୍ଛେଦ ମୁସ୍କିଲ୍‌ ହୋଇପଡ଼ୁଛି।

ଇନଭର୍ଟର୍‌ ସୁବିଧା ନ ଥିବାରୁ ବିଜୁଳି ଗଲେ ଅନ୍ଧାର ଯୋଗୁଁ ବ୍ୟବଚ୍ଛେଦ ବନ୍ଦ ରହୁଛି।

ଟାଙ୍କି ଥିଲେ ମଧ୍ୟ ମୋଟର ପୋଡ଼ି ଯାଇଥିବାରୁ ପାଣି ଆସୁନି।

ଦୁଇ ଠିକା କର୍ମଚାରୀଙ୍କ ଜରିଆରେ ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ତିନିମାସ ହେବ ସେମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହେଉଛି।Advertisment Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ ୨୦୨୩ ମସିହାରୁ ଖଡ଼ିଅଙ୍ଗରୁ ଜିଲ୍ଲା ହସ୍ପିଟାଲ୍‌ ସ୍ଥାନାନ୍ତର ହେଇ ଇଚ୍ଛାପୁରସ୍ଥିତ ଅତ୍ୟାଧୁନିକ କୋଠାକୁ ଆସିଲାଣି।

ଏହା ଭିତରେ ସାଢେ଼ ତିନିବର୍ଷରୁ ଅଧିକ ବିତିଲାଣି।

କିନ୍ତୁ ଶବ ବ୍ୟବଚ୍ଛେଦ ଏବେବି ସାତ କିଲୋମିଟର ଦୂର ପୁରୁଣା ହସ୍ପିଟାଲ୍‌ର ବିପଦସ˚କୁଳ କୋଠାରେ ଚାଲିଛି।

ନୂଆ ହସ୍ପିଟାଲ୍‌ ପରିସରରେ ବ୍ୟବଚ୍ଛେଦ ଗୃହ ନିର୍ମାଣ କାଗଜପତ୍ରରେ ସୀମିତ ରହିଛି।

ପୁରୁଣା ଘରେ ନାନା ସମସ୍ୟାରେ ଶବ ବ୍ୟବଚ୍ଛେଦ କରାଯାଉଛି।

ଅସରାଏ ବର୍ଷା ହେଲେ ଭିତରେ ପାଣି ଜମୁଛି।

ପାଣିଟାଙ୍କି ଥିଲେ ବି ମୋଟର ଅଚଳ।

ବିଜୁଳି କଟିଲେ ଶବ ବ୍ୟବଚ୍ଛେଦ ବନ୍ଦ ରହୁଛି।

ଏହି କାରଣରୁ ଅଧିକା˚ଶ ସମୟ ଖୋଲା ଆକାଶ ତଳେ ଶବ ବ୍ୟବଚ୍ଛେଦ କରାଯାଉଛି।

ଫ୍ରିଜର୍‌ ଅଚଳ ହେବାକୁ ଚାରିମାସରୁ ଅଧିକ ବିତିଲାଣି।

ସମ୍ପୃକ୍ତ କମ୍ପାନିକୁ ଏକାଧିକବାର ଜଣା ସରିଲାଣି।

ମାତ୍ର ପଦକ୍ଷେପ ଶୂନ।

ନିକଟରେ ଏକ ଅଜଣା ଶବ ନେବାକୁ ପରିବାର ଲୋକ ଆସିବାରେ ବହୁତ ବିଳମ୍ବ କଲେ।

ଶବ ପଚି ଉତ୍କଟ ଗନ୍ଧ ହେବାରୁ କର୍ତ୍ତୃପକ୍ଷ ଏକ ସ୍ବେଚ୍ଛାସେବୀ ସ˚ଗଠନର ଫ୍ରିଜର୍‌ ଆଣି ରଖିବାକୁ ବାଧୢ ହେଲେ।

Iran: ଆରମ୍ଭ ହେବ କି ମହାଯୁଦ୍ଧ?

ଇରାନ ଉପରେ କୁଏତ-ବାହାରିନ୍‌ର ବିମାନ ଆକ୍ରମଣ ଚଳିତ ବର୍ଷାରେ ବ୍ୟବଚ୍ଛେଦ ଗୃହ ପଛ ପାଚେରି ଭାଙ୍ଗିଯାଇଛି।

ବିଷଧର ସାପ ପ୍ରବେଶ କରୁଛି।

ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଶବ ବ୍ୟବଚ୍ଛେଦ କରାଯାଉଥିବାରୁ ମୃତକଙ୍କୁ ଉଚିତ ସମ୍ମାନ ମିଳୁ ନ ଥିବା ଅଭିଯୋଗ ହେଉଛି।

ସେପଟେ ଜଣେ ହେଲେ ସ୍ଥାୟୀ କର୍ମଚାରୀ ନାହାନ୍ତି।

ଜଣେ ସ୍ଥାୟୀ ସୁଇପର୍‌ ଥିଲେ।

କିଛିମାସ ତଳେ ତାଙ୍କର ବିୟୋଗ ପରେ ଆଉ କାହାରିକୁ ନିଯୁକ୍ତି ମିଳିନି।

ଜଣେ ଆଟେଣ୍ଡାଣ୍ଟ ଓ ଜଣେ ସୁଇପର୍‌ ଠିକାରେ କାମ କରୁଛନ୍ତି।

ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ମେଡିକାଲ୍‌) ଡାକ୍ତର କିଶୋର ମିଶ୍ର ମଧୢ ଶବ ବ୍ୟବଚ୍ଛେଦ ଗୃହ ସମସ୍ୟାକୁ ନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ନୂଆ ଫ୍ରିଜର୍‌ ଯୋଗାଇବାକୁ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଯାଇଛି।

ବିପର୍ଯ୍ୟସ୍ତ ଅବସ୍ଥା ସ˚କ୍ରାନ୍ତରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି।

ମାତ୍ର କୌଣସି ପଦକ୍ଷେପ ନିଆଯାଉନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।