Karisma: ଦିଲ୍ଲୀ ହାଇକୋର୍ଟ ଗଲେ କରିସ୍ମା କପୁରଙ୍କ ପିଲା, ଏଥର ଜୋରଦାର ଫାଇଟ !
କରିସ୍ମା କପୁରଙ୍କ ପିଲାମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ସାବତ ମା' ତଥା ସଂଜୟ କପୁରଙ୍କ ତୃତୀୟ ପତ୍ନୀ ଇଚ୍ଛାପତ୍ରକୁ ନକଲ କରି ସେମାନଙ୍କ ପିତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହଡପ କରିଛନ୍ତି। ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲ
କରିସ୍ମା କପୁରଙ୍କ ପିଲାମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ସାବତ ମା' ତଥା ସଂଜୟ କପୁରଙ୍କ ତୃତୀୟ ପତ୍ନୀ ଇଚ୍ଛାପତ୍ରକୁ ନକଲ କରି ସେମାନଙ୍କ ପିତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହଡପ କରିଛନ୍ତି। ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲାମାନେ ପିତା ସଂଜୟ କପୁରଙ୍କ ସମ୍ପତ୍ତିର ଅଂଶ ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କରିସ୍ମା କପୁରଙ୍କ ସ୍ବର୍ଗତ ଏକ୍ସ ହଜବେଣ୍ଡଙ୍କ ପ୍ରପର୍ଟିକୁ ନେଇ ଚାଲିଛି ବିବାଦ। ସାବତ ମାଆ ପ୍ରିୟା ସଚଦେବଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କରିସ୍ମା କପୁରଙ୍କ ପୁଅ କିୟାନ୍ କପୁର, ଏବଂ ଝିଅ ସମାୟାର କପୁର। ସାବତ ମାଆ ସ୍ୱର୍ଗତ ପିତା ସଂଜୟ କପୁରଙ୍କ ନକଲି ଇଚ୍ଛାପତ୍ର ବିରୋଧରେ ଅଭିଯୋଗ କରିଛନ୍ତି।
କରିସ୍ମା କପୁରଙ୍କ ପିଲାମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ସାବତ ମା' ତଥା ସଂଜୟ କପୁରଙ୍କ ତୃତୀୟ ପତ୍ନୀ ଇଚ୍ଛାପତ୍ରକୁ ନକଲ କରି ସେମାନଙ୍କ ପିତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହଡପ କରିଛନ୍ତି। ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲାମାନେ ପିତା ସଂଜୟ କପୁରଙ୍କ ସମ୍ପତ୍ତିର ଅଂଶ ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପିଲାମାନେ ସେମାନଙ୍କ ମାଆ କରିସ୍ମା କପୁରଙ୍କ ମାଧ୍ୟମରେ ଏକ ମାମଲା ଦାୟର କରିଛନ୍ତି ଏବଂ ପିତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ ଭାବରେ ମାନ୍ୟତା ପାଇବା ପାଇଁ ଚେଷ୍ଟା କରିଛନ୍ତି। ସ୍ୱର୍ଗତ ସଂଜୟ କପୁରଙ୍କ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତି ଉପରେ ଉତ୍ତରାଧିକାରୀ ଲଢେଇକୁ ନେଇ ବିବାଦ ତୀବ୍ର ହୋଇଛି।
ସେପଟେ ସଞ୍ଜୟ କପୁରଙ୍କ ମା’ ପରେ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ ମନ୍ଦିରା। ସେ କହିଛନ୍ତି, ପରିବାର ସହିତ କମ୍ପାନୀ ଅଣଜା ବ୍ୟକ୍ତି ଭଳି ବ୍ୟବହାର କରୁଛି। ଭାଇ ମୃତ୍ୟୁର ମାତ୍ର କେଇଟା ଦିନ ଭିତରେ କମ୍ପାନୀ ତାଙ୍କ ପରିବାରଠାରୁ ସବୁକିଛି ଛଡ଼ାଇ ନେଇଛି।
ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ସୋନା କମଷ୍ଟାର୍ ମୁଖ୍ୟ ସଞ୍ଜୟ କପୁରଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ମହୁମାଛି କାମୁଡ଼ିବା ଓ ହୃଦ୍ଘାତ ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ସଞ୍ଜୟଙ୍କ ମା ରାଣୀ କପୁର ବ୍ରିଟିଶ କର୍ତ୍ତୃପକ୍ଷଙ୍କଠାରୁ ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏଥିହସ ସୋନା କମଷ୍ଟାର ସେୟାର ହୋଲ୍ଡରମାନଙ୍କୁ ଏକ ଚିଠି ଲେଖିଥିଲେ।
ପୁଅର ମୃତ୍ୟୁ ପରେ ମୁଁ ହେଉଛି କମ୍ପାନିର ପ୍ରକୃତ ଉତ୍ତରାଧିକାରୀ। ଏଥିରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ। କିଛି ଲୋକ ମୋ ପରିବାରର ସମ୍ପତ୍ତି ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି। ପୁଅର ମୃତ୍ୟୁ ପରେ ବନ୍ଦ ଘରେ କିଛି ଲୋକ ମୋତେ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ଦାବି କରିଥିଲେ। ଖାଲି ସେତିକି ନୁହେଁ ତାଙ୍କୁ କମ୍ପାନୀରୁ ବାଦ୍ ଦିଆଯିବା ସହ ତାଙ୍କ ପାରିବାରିକ ଉତ୍ତରାଧିକାରକୁ କମ୍ପାନୀ ହଡ଼ପ କରିବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଥିଲେ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା କମ୍ପାନୀ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
