Kalabaisakhi: ରାଜଧାନୀରେ କାଳବୈଶାଖୀ: ୯୦ କିମି ବେଗରେ ଝଟ୍କା ପବନ
"ଭୁବନେଶ୍ବର: ଦୁଇଦିନର ଗ୍ରୀଷ୍ମ ଜ୍ବାଳାକୁ ଆଜି ଅପରାହ୍ଣର ଅଧଘଣ୍ଟିଆ କାଳବୈଶାଖୀ ବର୍ଷା ଶାନ୍ତ କରିଥିଲା ସାଢ଼େ ୨ଟା ସୁଦ୍ଧା ଝଡ଼ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ହୋଇଥିଲା।
କାଳବୈଶାଖୀ ପରେ ତାପମାତ୍ରାରେ ୧୪ ଡିଗ୍ରି ହ୍ରାସ ଦେଖାଯାଇଥିଲା।
ପବନର ଝଟ୍କା ଘଣ୍ଟାପ୍ରତି ୮୦ରୁ ୯୦ କିମି ରହିଥିଲା।
ଫଳରେ ସହରରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା ଓ ଲମ୍ବା ସମୟ ରାସ୍ତା ଜାମ୍ ରହିଥିଲା।
Advertisment Heat Wave: ଗୋଟିଏ ଦିନରେ ୩,୪୦୦ ମୃତ୍ୟୁ: ଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆମ କଳ୍ପନାଠାରୁ ଅଧିକ ଘାତକ ଗତକାଲି ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ତାପ ସୂଚକାଙ୍କ ୫୦ ଡିଗ୍ରି ଅତିକ୍ରମ କରିଥିଲା।
ଆଜି ସକାଳର ପାଗ ବି ଠିକ୍ ସେହିଭଳି ଗୁଳୁଗୁଳି ଓ ଉଷ୍ମତାରୁ ଆରମ୍ଭ ହୋଇଥିଲା।
ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆଦ୍ରର୍ତା ୫୧ ପ୍ରତିଶତ ଥିବାରୁ ଲୋକେ ୪୯ ଡିଗ୍ରିର ତାପମାତ୍ରା ଅନୁଭବ କରିଥିଲେ।
ଅପରାହ୍ଣରେ ୨ଟା ବେଳକୁ ତାତି ୪୦ ଡିଗ୍ରିରେ ପହଞ୍ଚିଥିଲା, କିନ୍ତୁ ଲୋକେ ୫୦ ଡିଗ୍ରି ତାପମାତ୍ରାର ଯନ୍ତ୍ରଣା ଅନୁଭବ କରିଥିଲେ।
ମାତ୍ର କାଳବୈଶାଖୀ ଯୋଗୁ ଅପରାହ୍ଣ ୩ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୨୬ ଡଗ୍ରି ସେଲ୍ସିୟସକୁ ଖସିଆସିଥିଲା।
ପବନ ଯୋଗୁ ୟୁନିଟ୍-୮, ରାଜଭବନ, ସିଆର୍ପି, ନୂଆପଲ୍ଲୀ, ବାଣୀବିହାର ରାସ୍ତାକଡ଼, ଭିଏସ୍ଏସ୍ ନଗର ଓ ମହର୍ଷି କଲେଜ ରୋଡ୍ରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିଲା।
ରାଜଭବନ ଓ ମହର୍ଷି କଲେଜ ରୋଡ୍ ଗଛ ପଡ଼ିବା ଯୋଗୁଁ ୨୦ ମିନିଟ୍ ଧରି ରାସ୍ତା ଜାମ୍ ହୋଇଯାଇଥିଲା।
ଜୟଦେବ ବିହାରରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ରାସ୍ତା ବି ଦୀର୍ଘ ସମୟ ଧରି ଜାମ୍ ହୋଇ ରହିଥିଲା।
ସେହିପରି ଜନତା ମଇଦାନଠାରେ ଗତକାଲିଠାରୁ ଆୟୋଜିତ "ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର" ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡ଼ିଥିଲା।
ପ୍ରାୟ ୨୫୦ଟି ଷ୍ଟଲ୍ ବର୍ଷା ପବନରେ ମାଟିରେ ମିଶିଯାଇଛି।ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ବର୍ଷା ପବନରେ ନଷ୍ଟ ହୋଇଯାଇଛି।
ଆଜି ପୁଣି ହିଟ୍ ୱେଭ୍ଗତ ଦୁଇଦିନର ତାତି ଓ ଗୁଳୁଗୁଳିରେ ଆଜିର କାଳବୈଶାଖୀ ବିରାମ ଲଗାଇଥିଲା।
ତାତି ୧୪ ଡିଗ୍ରି ଯାଏଁ ଖସିଥିଲା।
ହେଲେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରି ଆଶଙ୍କା ରହିଛି।
ଦିନର ପାରଦ ପୁଣି ୪୧ ଡିଗ୍ରି ଅତିକ୍ରମ କରିପାରେ।
ଏଣୁ ସତର୍କ ରହିବାକୁ, ଖରାରେ ବାହାରକୁ ନ ବାହାରିବାକୁ, ପ୍ରଚୁର ପରିମାଣରେ ତରଳ ଖାଦ୍ୟ ସେବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Heat Waves: ୪୩ ଡିଗ୍ରି ଉତ୍ତାପରେ ଫାଟିଲା ଗ୍ରାମର ଏକମାତ୍ର ଭରସା ପାଣି ଟାଙ୍କି ବଜ୍ରାଘାତରେ ଜଣେ ମୃତଭୁବନେଶ୍ବର: ସହିଦନଗର ଭୋଇସାହିରେ ଥିବା ଏକ ଘରୋଇ ହସ୍ପିଟାଲ ଛାତ ଉପରେ କାମ କରୁଥିବା କଟକର ପରେଶ କୁମାର ମଲ୍ଲିକ(୨୪) ଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।।
ଏନେଇ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି।
ପରେଶ ସହିଦନଗର ଭୋଇସାହିରେ ଥିବା ଏକ ଘରୋଇ ହସ୍ପିଟାଲର ଲଣ୍ଡ୍ରି ବିଭାଗରେ କାର୍ଯ୍ୟକରୁଥିଲେ।
ଆଜି ଅପରାହ୍ଣ କାଳବୈଶାଖୀ ସମୟରେ ଛାତ ଉପରକୁ ଯାଇଥିଲେ।
ପରେ ତାଙ୍କ କିଛି ସମୟ ପରେ ନ ଫେରିବାରୁ ତାଙ୍କ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ସହିଦନଗର ଥାନା ପୁଲିସ ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖିଛି।
ପରିବାର ଲୋକ ପହଞ୍ଚିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।