Judgement: ଅପମାନଜନକ ଭାଷା ସବୁବେଳେ ଅଶ୍ଳୀଳ ନୁହେଁ: ସୁପ୍ରିମ୍‌କୋର୍ଟ

Jul 19, 2026 - 19:29
Judgement: ଅପମାନଜନକ ଭାଷା ସବୁବେଳେ ଅଶ୍ଳୀଳ ନୁହେଁ: ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: କେବଳ ଅପମାନଜନକ ଭାଷା ବ୍ୟବହାର କରାଯିବା ମାତ୍ରେ ତାହାକୁ ଆଇନ ଅନୁସାରେ "ଅଶ୍ଳୀଳ" ବୋଲି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି।

ଅଦାଲତ କହିଛନ୍ତି, ଏଫ୍‌-ୱାର୍ଡ ପରି ଅପମାନଜନକ ଶବ୍ଦ ଅନ୍ୟମାନଙ୍କୁ ଆଘାତ ପହଞ୍ଚାଇପାରେ, କିନ୍ତୁ ସେଥିପାଇଁ ତାହା ସ୍ୱତଃସିଦ୍ଧ ଭାବେ ଅଶ୍ଳୀଳ ଭାଷା ଶ୍ରେଣୀରେ ଆସିଯାଏ ନାହିଁ।Advertisment ବିଚାରପତି ସଞ୍ଜୟ କାରୋଲ ଓ ବିପୁଲ ଏମ୍‌ ପଞ୍ଚୋଲିଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି।

ତାମିଲନାଡୁରେ ୨୦୧୭ ମସିହାରେ କୃଷିଜମିକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ମାମଲାର ଆରମ୍ଭ ହୋଇଥିଲା।

ସେହି ଘଟଣାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ଅପମାନଜନକ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଅଶ୍ଳୀଳତା ସମ୍ପର୍କିତ ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସୁପ୍ରିମ୍‌କୋର୍ଟ କହିଛନ୍ତି, ଆଇନ ଦୃଷ୍ଟିରୁ "ଅଶ୍ଳୀଳତା" ଓ "ଅଶାଳୀନତା" ଏକ କଥା ନୁହେଁ।

କୌଣସି ଶବ୍ଦକୁ ଅଶ୍ଳୀଳ ବୋଲି ଧରାଯିବା ପାଇଁ ତାହା କାମୁକ ପ୍ରବୃତ୍ତିକୁ ଉସକାଇବା, ଯୌନ ଆକର୍ଷଣ ସୃଷ୍ଟି କରିବା କିମ୍ବା ଏହାକୁ ଶୁଣୁଥିବା ବ୍ୟକ୍ତିଙ୍କ ନୈତିକତାକୁ ବିପଥଗାମୀ କରିବାର ପ୍ରବୃତ୍ତି ଥିବା ଆବଶ୍ୟକ।

କେବଳ ଅଶାଳୀନ, କଟୁ କିମ୍ବା ଗାଳିଗୁଲଜପୂର୍ଣ୍ଣ ଶବ୍ଦ ବ୍ୟବହାର କରାଗଲେ ସେଥିରେ ଅଶ୍ଳୀଳତାର ଅପରାଧ ହୁଏ ନାହିଁ।

ତେବେ ଅଦାଲତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଗୁରୁତର ଆଘାତ ପହଞ୍ଚାଇବା ନେଇ ଦୋଷୀ ସାବ୍ୟସ୍ତ ରାୟକୁ ବଜାୟ ରଖିଛନ୍ତି।

ମାମଲାରେ ଅଭିଯୁକ୍ତ ଆକ୍ରମଣ କରି ଅଭିଯୋଗକାରୀଙ୍କ ନାକର ହାଡ଼ ଭାଙ୍ଗିଦେଇଥିବା ପ୍ରମାଣିତ ହୋଇଥିଲା।

କିନ୍ତୁ ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାରକୁ ନେଇ ସୁପ୍ରିମ୍‌କୋର୍ଟ ଦଣ୍ଡରେ କିଛି କୋହଳ କରିଛନ୍ତି ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।