Ju Jitsu-championship: ଦଶମ ଏସିଆନ୍ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା
"ଭୁବନେଶ୍ବର: କାଜିକିସ୍ତାନ ଠାରେ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ସୋମବାର ଦିନ ଶେଷ ହୋଇଥିବା ଦଶମ ଏସୀୟ ବରିଷ୍ଟ ଜୁ ଜିତଷୁ ପ୍ରତିଯୋଗିତାରେ ଓଡିଶା ଜୁ ଜିତଷୁ ସଂଘ ତରଫରୁ ଭାରତକୁ ପ୍ରତିନିଧିତ୍ଵ କରିଥିବା ଭାରତର ସୁନାମ ଧନ୍ୟ ଖେଳାଳି ଅନୁପମା ସ୍ଵାଇଁ କାଂସ୍ୟ ପଦକ ହାସଲ କରିଛନ୍ତି।
Advertisment କନଟାକ୍ଟ ଜୁ-ଜିତଷୁ ସିଷ୍ଟମ ପ୍ରତିଯୋଗିତାରେ ମହିଳା ୫୨ କେଜି ବିଭାରେ ଭିଏତନାମ କୁ ହରାଇ ଅନୁପମା କାଂସ୍ୟ ପଦକ ହାସଲ କରିଛନ୍ତି।
ଓଡିଶା ପୁଲିସ ରେ କାର୍ଯ୍ୟରତ ଅନୁପମା ୫୨ କିଲୋ ବର୍ଗରେ ଭାରତରୁ ଭାଗ ନେଇଥିବା ବେଳେ ଏହା ତାଙ୍କର ଷଷ୍ଠ ଏସୀୟ ପଦକ ଅଟେ।
ଏହି ସଫଳତା ପାଇଁ ଅନୁପମାଙ୍କୁ ଓଡିଶା ରାଜ୍ୟ ଜୁ-ଜିତଷୁ ସଂଘ ଓ ଉତ୍କଳ କରାଟେ ସ୍କୁଲର ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି।
11 international competitions in India: କଳିଙ୍ଗରେ କଣ୍ଟିନେଣ୍ଟାଲ୍ ଟୁର୍କୁ ନେଇ ଉତ୍ସାହ: ୬ ମାସରେ ଭାରତରେ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।