Jennifer Winget’s Bridal Video Goes Viral: ଜେନିଫର୍ ୱିଙ୍ଗେଟଙ୍କ ବ୍ରାଇଡାଲ୍ ଭିଡିଓ ଭାଇରାଲ୍
ଟେଲିଭିଜନ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ୍ ଇସ୍ମାଇଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଜୁଲାଇ ୧୬ ତାରିଖରେ ୟୁକେରେ ଦୁହେଁ ଗୁପ୍ତ ବିବାହ କରିଥିବା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଏହି ଚର୍ଚ୍ଚା ମଧ୍ୟରେ ଜେନିଫରଙ୍କ ଏକ ପୁରୁଣା ବ୍ରାଇଡାଲ୍ ଗାଉନ୍ ଫିଟିଙ୍ଗ୍ ଭିଡିଓ ପୁଣି ଥରେ ସାମ୍ନାକୁ ଆସିଛି। କାର୍ଲିଓ ଫ୍ୟାଶନର ସୋସିଆଲ୍ ମିଡିଆ ପେଜରେ ପୂର୍ବରୁ ସେୟାର ହୋଇଥିବା ଏହି ବିହାଇଣ୍ଡ-ଦ-ସିନ୍ସ ଭିଡିଓ ବର୍ତ୍ତମାନ ପୁଣି ଚର୍ଚ୍ଚାରେ ରହିଛି । ପରେ ଏହି ଭିଡିଓକୁ ହଟାଇ ଦିଆଯାଇଥିଲେ ମଧ୍ୟ ଫ୍ୟାନ୍ ପେଜ୍ ଗୁଡ଼ିକ ଏହାକୁ ପୁଣି ସେୟାର କରିବା ପରେ ଏହା ଭାଇରାଲ୍ ହୋଇଛି।
ଭିଡିଓରେ ଜେନିଫର୍ ବିଭିନ୍ନ କଷ୍ଟମ୍-ମେଡ୍ ବ୍ରାଇଡାଲ୍ ଗାଉନ୍ ପିନ୍ଧି ଟ୍ରାଏଲ୍ କରୁଥିବା ଓ ଡିଜାଇନ୍ ବାଛୁଥିବା ଦେଖିବାକୁ ମିଳୁଛି। ଏହି ଫିଟିଙ୍ଗ୍ ସେସନରେ ଜେନିଫର୍ ଗାଉନର ଡିଜାଇନ୍, ଫାବ୍ରିକ୍ ଓ ଫିନିସିଂ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷକୁ ନିଜେ ନଜର ରଖୁଥିବା ଦେଖାଯାଇଛି। ଗୋଟିଏ ଫଟୋରେ ସେ ନିଜେ ଓଢ଼ଣୀ ସଜାଉଥିବା ନଜର ଆସୁଛନ୍ତି, ଯାହା ଫିଟିଙ୍ଗ୍ ଶେଷ ସମୟରେ କରାଯାଇଥାଏ।
ତାଙ୍କ ବ୍ରାଇଡାଲ୍ ଲୁକରେ ଧଳା ରଙ୍ଗର ଷ୍ଟ୍ରାପଲେସ୍ ଗାଉନ୍, ସ୍ୱିଟ୍ହାର୍ଟ ନେକଲାଇନ୍, ସୂକ୍ଷ୍ମ ଥ୍ରେଡ୍ୱର୍କ ଏବଂ ହ୍ୟାଣ୍ଡ୍-ଏମ୍ବ୍ରୋଡୋରି ମୋତିର କାମ ରହିଥିଲା। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଜେନିଫର୍ ୱିଙ୍ଗେଟ୍ ଓ ୱିଲିୟମ୍ ଇସ୍ମାଇଲ୍ ଜୁଲାଇ ୧୬ରେ ୟୁକେରେ ବିବାହ କରିଛନ୍ତି। ତେବେ ଏହାକୁ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ।
ଏହା ପୂର୍ବରୁ ଜୁନ୍ ୨୦୨୬ରେ ଜେନିଫର୍ ଓ ୱିଲିୟମ୍ ନିର୍ବନ୍ଧ କରିସାରିଛନ୍ତି ଏବଂ ବିବାହ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଥିଲା। ସେତେବେଳେ ମଧ୍ୟ ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।
ବର୍ତ୍ତମାନ ଭାଇରାଲ୍ ହେଉଥିବା ବ୍ରାଇଡାଲ୍ ଲୁକ୍ ଭିଡିଓକୁ ନେଇ ଜେନିଫର୍ ୱିଙ୍ଗେଟ୍ କିମ୍ବା ୱିଲିୟମ୍ ଇସ୍ମାଇଲ୍ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।