Jaydev Vihar–Nandankanan Corridor Set for 8-Lane Upgrade: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ହେବ ୮ ଲେନ୍, ବ୍ୟୟ ଅଟକଳ ୯୪୯ କୋଟି ୩୫ ଲକ୍ଷ
ଜୟଦେବ ବିହାର-ନନ୍ଦନକାନନ ରାସ୍ତା ହେବ ୮ ଲେନ୍ । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ଥିବା ୬ ଲେନ୍ ରାସ୍ତାକୁ ୮ ଲେନ୍ କରାଯିବ। ସାଢ଼େ ୯ କିମି ରାସ୍ତା ପାଇଁ ମୋଟ୍ ବ୍ୟୟ ଅଟକଳ ରହିଛି ୯୪୯ କୋଟି ୩୫ ଲକ୍ଷ। ଏହା କଟକ-ଭୁବନେଶ୍ବର ସଂଯୋଗର ଆଉ ଏକ ପ୍ରମୁଖ ମାର୍ଗ ହେବ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୮ ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏଥିରେ ଉଚ୍ଚଶିକ୍ଷା ବିଭାଗର ୧, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୨ଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ. ନିର୍ମାଣ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।