Japan: ଜାପାନର ତତ୍ତୋରି ସହ ହେବ ମୈତ୍ରୀ ଚୁକ୍ତି ନଭେମ୍ବରରେ ଆସିବେ ତତ୍ତୋରି ରାଜ୍ୟପାଳ

Jul 29, 2026 - 22:03
Japan: ଜାପାନର ତତ୍ତୋରି ସହ ହେବ ମୈତ୍ରୀ ଚୁକ୍ତି ନଭେମ୍ବରରେ ଆସିବେ ତତ୍ତୋରି ରାଜ୍ୟପାଳ

"ଭୁବନେଶ୍ବର: ଓଡ଼ିଶା ସରକାର ଜାପାନର ତତ୍ତୋରି ପ୍ରଦେଶ ସହ ଏକ ମୈତ୍ରୀ ଚୁକ୍ତି ସ୍ବାକ୍ଷର କରିବା ଉପରେ ବିଚାର କରୁଛନ୍ତି।

ତତ୍ତୋରିର ମୁଖ୍ୟ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ସଚିବ ଅନୁ ଗର୍ଗ ଏକ ବୈଠକରେ ଆଲୋଚନା କରିଥିଲେ।

ଏହି ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟ, ଦକ୍ଷ ମାନବ ସମ୍ବଳ ଆଦାନପ୍ରଦାନ, ରୋଜଗାର ସୁଯୋଗ ସୃଷ୍ଟି , ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ, ପର୍ଯ୍ୟଟନ, ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଆଯିବ।

ସେହି ପ୍ରସ୍ତାବକୁ ତତ୍ତୋରିର ମୁଖ୍ୟ ସଚିବ ସ୍ବାଗତ କରିଥିଲେ।

ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ସହ ଦୀର୍ଘମିଆଦି ସହଯୋଗ ସ୍ଥାପନ ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ।

ଆସନ୍ତା ନଭେମ୍ବରରେ ତତ୍ତୋରିର ରାଜ୍ୟପାଳ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଥିବା ସେ ଜଣାଇଥିଲେ।Advertisment ଆହୁରି ପଢନ୍ତୁ:Sarvodaya Sankalp Camp ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସର୍ବୋଦୟ ସଙ୍କଳ୍ପ ଶିବିର ବୈଠକରେ ତତ୍ତୋରି ପ୍ରଦେଶର ପ୍ରତିନିଧିମାନଙ୍କୁ ଶ୍ରୀମତୀ ଗର୍ଗ ଓଡ଼ିଶର ପ୍ରାଚୀନ ନୌବାଣିଜ୍ୟ ଓ ବୌଦ୍ଧ ଐତିହ୍ୟ ସମ୍ପର୍କରେ କହିଥିଲେ।

ଜାପାନର କମ୍ପାନିମାନଙ୍କୁ ଓଡ଼ିଶାରେ ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ଓ ଗବେଷଣା, ଦକ୍ଷତା ବିକାଶ, ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ, ବେଳାଭୂମି ବିକାଶ, ନୀଳ ଅର୍ଥନୀତି, ମତ୍ସ୍ୟ ସମ୍ପଦଳ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ଆହ୍ବାନ ଦେଇଥିଲେ।

ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଶିଳ୍ପାୟନ, ବନ୍ଦରଭିତ୍ତିକ ଅର୍ଥନୀତି, ଖଣିଜ ସମ୍ପଦ, ସବୁଜ ଶକ୍ତି, ଦକ୍ଷ ମାନବ ସମ୍ବଳ, ନିବେଶକ ଅନୁକୂଳ ନୀତି ଓ ସହଜ ବ୍ୟବସାୟ ପରିବେଶ ସମ୍ପର୍କରେ ଅବଗତ କରିଥିଲେ।

ଜାପାନର ଉନ୍ନତ ପ୍ରଯୁକ୍ତି ବିଦ୍ୟା, ନିର୍ଭୁଲ ଇଞ୍ଜିନିୟରିଂ ଓ ନବସୃଜନ କ୍ଷମତା ସହ ଓଡ଼ିଶାର ସମ୍ପଦ ଓ ସାମର୍ଥ୍ୟର ମିଶିଲେ ସ୍ଥାୟୀ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ।

ଆହୁରି ପଢନ୍ତୁ:Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ୮ ଜିଲ୍ଲା ପ୍ରଭାବିତ, ୩ ମୃତ; ଆସନ୍ତାକାଲି କଳାହାଣ୍ଡି- ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ବୌଦ୍ଧ ଐତିହ୍ୟକୁ ଆଧାର କରି ଉଭୟ ପ୍ରଦେଶ ମଧ୍ୟରେ ଅଭିଜ୍ଞତା ବିନିମୟ, ପ୍ରୋତ୍ସାହନ ଓ ପ୍ରତିନିଧି ଦଳ ଗସ୍ତ ଉପରେ ବୈଠକରେ ଆଲୋଚନା ହୋଇଥିଲା।

ପରସ୍ପରର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଉତ୍ସବ, ଭାଷା ଶିକ୍ଷା, ସାଂସ୍କୃତିକ ପ୍ରଦର୍ଶନୀ ଉପରେ ବିଚାରବିମର୍ଶ କରାଯାଇଥିଲା ତତ୍ତୋରି ପ୍ରତିନିଧିମାନେ ଏହି ତିନିଦିନିଆ ଗସ୍ତରେ ବିଶ୍ବ ଦକ୍ଷତା କେନ୍ଦ୍ର, ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ସରକାରୀ ବିଭାଗ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀ, ଶିଳ୍ପ ପ୍ରତିନିଧି ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।