Jantar Mantar Instagram Video Sparks Row: ଛାତ୍ରଙ୍କୁ କୁହାଗଲା ଜନ୍ତର ମନ୍ତର ଇନଷ୍ଟାଗ୍ରାମ ଭିଡିଓ ହଟାଅ, ଜାଣନ୍ତୁ କିଏ କହିଲେ

Jul 23, 2026 - 19:49
Jantar Mantar Instagram Video Sparks Row: ଛାତ୍ରଙ୍କୁ କୁହାଗଲା ଜନ୍ତର ମନ୍ତର ଇନଷ୍ଟାଗ୍ରାମ ଭିଡିଓ ହଟାଅ, ଜାଣନ୍ତୁ କିଏ କହିଲେ

ଦେଶବ୍ୟାପୀ ଛାତ୍ରମାନଙ୍କର ପ୍ରତିବାଦ ବିଭିନ୍ନ ଉପାୟରେ ଜାରି ରହିଛି । ଏପରିକି ସ୍ଲୋଗାନ ଦେବା, ବ୍ୟାନରରେ ମତ ପ୍ରକାଶ କରିବା ଏବଂ ଛୋଟ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡୁଛନ୍ତି ଛାତ୍ରଛାତ୍ରୀ ।  ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ମାଡ୍ରାସ ଛାତ୍ରମାନଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ପ୍ରତିବାଦ ଭିଡିଓଗୁଡ଼ିକୁ ହଟାଇବାକୁ କହିଛନ୍ତି।

ଆଇଆଇଟି ମାଡ୍ରାସର ଜଣେ ଛାତ୍ର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଛାତ୍ର ପ୍ରତିବାଦକୁ ସମର୍ଥନ କରି ଆମେ ପୋଷ୍ଟ କରିଥିବା ଇନଷ୍ଟାଗ୍ରାମ ଭିଡିଓଗୁଡ଼ିକୁ ହଟାଇବାକୁ କୁହାଯାଇଛି।

ଛାତ୍ର ଜଣକ କହିଛନ୍ତି ଯେ ଡିନ୍ ସେମାନଙ୍କୁ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି । ବନ୍ଧୁଗଣ, ଜନ୍ତର ମନ୍ତର ପ୍ରତିବାଦ ସହ ଜଡିତ ପୋଷ୍ଟଗୁଡ଼ିକୁ ହଟାଇବାକୁ ଡିନ୍ ଆମକୁ କହିଛନ୍ତି। ଆମର ଫାକଲ୍ଟି ଆଡଭାଇଜରଙ୍କୁ ଡକାଯାଇଥିଲା। ଆମେ ସେହି ପୋଷ୍ଟଗୁଡ଼ିକୁ ହଟାଇବୁ, ଯେଉଁଥିରେ ଆମର ଛାତ୍ରଙ୍କ ଏକତା ଭିଡିଓ ମଧ୍ୟ ସାମିଲ ଅଛି। ଯେହେତୁ ଆପଣମାନେ ଭିଡିଓରେ ସହଯୋଗ କରିଛନ୍ତି, ତେଣୁ ଆମେ ଆପଣଙ୍କୁ ଜଣାଇବା ଗୁରୁତ୍ୱପୂର୍ଣ୍ଣ ମନେ କଲୁ, ଆଇଆଇଟି ମାଡ୍ରାସର ଜଣେ ଛାତ୍ର ପାଇଥିବା ଏକ ବାର୍ତ୍ତାରେ ଲେଖାଯାଇଛି।

ଜନ୍ତର ମନ୍ତର ପ୍ରତିବାଦ ସହିତ ଏକତା। ୱାଙ୍ଗଚୁକ୍ ଏବଂ ଅନଶନରେ ଥିବା ଛାତ୍ରମାନଙ୍କ ସହିତ ଏକତା। ଛାତ୍ରଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ, ଇତ୍ୟାଦି ଲେଖାଥିବା ଏକ ଛୋଟ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଏହା ପରେ IIT ମାଡ୍ରାସ ଏହାର ତଦନ୍ତ କରିଥିଲା।

ଅଭିଜିତ୍ ଦୀପକେଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟଙ୍ଗାତ୍ମକ "କକ୍ରୋଚ୍ ଜନତା ପାର୍ଟି" ଇନ୍ ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରୁ ପ୍ରତିବାଦ ଆରମ୍ଭ ହୋଇଥିଲା ।  ଯେଉଁଥିରେ ପରେ ସୋନମ୍ ୱାଙ୍ଗଚୁକ୍ ଦେଶର ରାଜଧାନୀରେ ଜନ୍ତର ମନ୍ତରରେ ଯୋଗଦେଇ ଅନଶନ କରିଥିଲେ । ଜୁଲାଇ 20 ତାରିଖରେ ହଜାର ହଜାର ଛାତ୍ର ପ୍ରତିବାଦରେ ଯୋଗ ଦେଇଥିଲେ ଏବଂ ବୁଧବାର ମୁମ୍ବାଇରେ ମଧ୍ୟ ବହୁ ସଂଖ୍ୟାରେ ଛାତ୍ର ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।