'Jana Nayagan' to Release Soon: 'ଜନ ନାୟଗନ'ରେ ଥାଲାପତି ବିଜୟଙ୍କ ଦମଦାର୍ ଲୁକ୍, ଖୁବ୍‌ଶୀଘ୍ର ରିଲିଜ୍ ହେବ ଫିଲ୍ମ

Jul 12, 2026 - 13:55
'Jana Nayagan' to Release Soon: 'ଜନ ନାୟଗନ'ରେ ଥାଲାପତି ବିଜୟଙ୍କ ଦମଦାର୍ ଲୁକ୍, ଖୁବ୍‌ଶୀଘ୍ର ରିଲିଜ୍ ହେବ ଫିଲ୍ମ

ସୁପରଷ୍ଟାର ଥାଲାପତି ବିଜୟଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ 'ଜନ ନାୟଗନ'କୁ ନେଇ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି। ଅଭିନେତା ତଥା ରାଜନେତା ସି. ଜୋସେଫ ବିଜୟ ଶନିବାର (୧୧ ଜୁଲାଇ) ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି ନିଜ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ଏହି ପୋଷ୍ଟରରେ ତାଙ୍କର ଦମଦାର୍ ଅନ୍ଦାଜ ଦେଖିବା ମାତ୍ରେ ହିଁ ଦିୱାନା ହୋଇପଡ଼ିଛନ୍ତି ଫ୍ୟାନ୍ସ।

୭ ମାସର ଦୀର୍ଘ ଅପେକ୍ଷା ପରେ ମିଳିଲା ସେନ୍ସର ମଞ୍ଜୁରୀ

'ଜନ ନାୟଗନ' ପ୍ରଥମେ ଚଳିତ ବର୍ଷ ୯ ଜାନୁଆରୀ, ୨୦୨୬ରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେନ୍ସର ସାର୍ଟିଫିକେସନ୍ ସମ୍ବନ୍ଧୀୟ କିଛି ଜଟିଳତା ଯୋଗୁଁ ଫିଲ୍ମର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ଦୀର୍ଘ ୭ ମାସ ଧରି ଦର୍ଶକ ଏହି ସସପେନ୍ସରେ ଥିବା ବେଳେ ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ପକ୍ଷରୁ ଏହାକୁ 'A' ରେଟିଂ ସହିତ ଗ୍ରୀନ୍ ସିଗନାଲ୍ ମିଳିଛି। ଏହି ଫିଲ୍ମ ୨୪ ଜୁଲାଇ, ୨୦୨୬ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିପାରେ। ସେନ୍ସର ବୋର୍ଡ ଅନୁଯାୟୀ, ଏହି ଆକ୍ସନ-ଡ୍ରାମା ମୋଟ ଅବଧି ୨ ଘଣ୍ଟା ୩୩ ମିନିଟ୍ ରହିଛି।

ପୋଷ୍ଟରରେ ସ୍ପେଶାଲ୍ ଟୁଇଷ୍ଟ: "ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ"

ବିଜୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କୌଣସି କ୍ୟାପ୍ସନ୍ ନଦେଇ ଏହି ନୂଆ ପୋଷ୍ଟରଟି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରରେ "A Certified, Coming Soon" ଲେଖାଯାଇଛି। ତେବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ପୋଷ୍ଟରର ଟ୍ୟାଗଲାଇନ୍, ଯେଉଁଠି ତାଙ୍କୁ "ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ" ଭାବେ ଉପସ୍ଥାପନ କରାଯାଇଛି। ବିଜୟଙ୍କର ଏହି ରାଜନୈତିକ ଲୁକ୍ ଦେଖିବା ପରେ ରାଜନୀତି ଏବଂ ସିନେମା ଜଗତରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସିନେମା ପରଦାରେ ବିଜୟଙ୍କ 'ଶେଷ ଝଲକ'!

ଜନପ୍ରିୟ ନିର୍ଦ୍ଦେଶକ ଏଚ୍. ବିନୋଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଥାଲାପତି ବିଜୟଙ୍କ କ୍ୟାରିୟରର ଶେଷ ଫିଲ୍ମ ବୋଲି କୁହାଯାଉଛି। ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହେବା ପୂର୍ବରୁ ସେ ଏହି ଚଳଚ୍ଚିତ୍ର ଜରିଆରେ ନିଜ ପ୍ରଶଂସକଙ୍କୁ ଭେଟି ଦେଉଛନ୍ତି। ଏହି କାରଣରୁ ବକ୍ସ ଅଫିସରେ ଏହା ଏକ ବଡ଼ ଧମାକା କରିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।