Jana nayagan first day collection: ବିଜୟଙ୍କ ‘ଜନ ନାୟଗନ’ର ଧମାକାଦାର ଓପନିଂ, ପ୍ରଥମ ଦିନରେ ଆୟ ₹୪୧ କୋଟି

Jul 24, 2026 - 12:59
Jana nayagan first day collection: ବିଜୟଙ୍କ ‘ଜନ ନାୟଗନ’ର ଧମାକାଦାର ଓପନିଂ, ପ୍ରଥମ ଦିନରେ ଆୟ ₹୪୧ କୋଟି

ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଜବରଦସ୍ତ ଆରମ୍ଭ କରିଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଥିବା ଉତ୍ସାହ ପ୍ରଥମ ଦିନର କଲେକ୍ସନରୁ ସ୍ପଷ୍ଟ ହୋଇଛି। ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ₹୪୧ କୋଟି ଟଙ୍କାର ବ୍ୟବସାୟ କରିଛି।

ଅନେକ ବିଳମ୍ବ ଓ ବାଧା ପରେ ଏଚ୍. ବିନୋଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗୁରୁବାର, ଜୁଲାଇ ୨୩, ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ରିଲିଜ୍ ପରେ ଫିଲ୍ମକୁ ଦର୍ଶକ ଓ ସମାଲୋଚକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲେ ମଧ୍ୟ ବକ୍ସ ଅଫିସରେ ଏହାର ପ୍ରଭାବ ଦେଖାଯାଇଛି।

ପ୍ରଥମ ଦିନରେ ଜବରଦସ୍ତ ଆୟ

ବକ୍ସ ଅଫିସ ଟ୍ରାକର ରିପୋର୍ଟ ଅନୁଯାୟୀ, ‘ଜନ ନାୟଗନ’ ପ୍ରଥମ ଦିନରେ ଭାରତରେ ପ୍ରାୟ ₹୪୧ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପ୍ରଥମ ଦିନରେ ୧୩,୦୬୭ଟି ଶୋ’ରେ ପ୍ରଦର୍ଶିତ ହୋଇଥିଲା। ତାମିଲ ସଂସ୍କରଣ ଫିଲ୍ମର ଆୟରେ ସବୁଠାରୁ ଆଗରେ ରହିଛି।

ତାମିଲ ସଂସ୍କରଣ ପ୍ରାୟ ₹୩୬.୫୦ କୋଟି, ତେଲୁଗୁ ସଂସ୍କରଣ ₹୨.୭୫ କୋଟି ଏବଂ ହିନ୍ଦୀ ସଂସ୍କରଣ ପ୍ରାୟ ₹୧.୭୫ କୋଟି ଟଙ୍କା ଆୟ କରିଛି। ଫିଲ୍ମର ମୋଟ ଘରୋଇ ଓ ବିଦେଶୀ ବ୍ୟବସାୟ ମିଶି ପ୍ରାୟ ₹୭୮ କୋଟିରେ ପହଞ୍ଚିଥିବା ଜଣାପଡ଼ିଛି।

ତାମିଲନାଡୁରେ ଉତ୍ସବ ମାହୋଲ

ବିଜୟଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ‘ଜନ ନାୟଗନ’କୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ତାମିଲନାଡୁର ଅନେକ ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ୍ ସମୟରେ ଉତ୍ସବ ଭଳି ପରିବେଶ ସୃଷ୍ଟି ହୋଇଥିଲା।

ଫିଲ୍ମର ତାମିଲ ସଂସ୍କରଣରେ ପ୍ରଥମ ଦିନରେ ପ୍ରାୟ ୬୮.୩୧% ଅକୁପାନ୍ସି ରେକର୍ଡ ହୋଇଥିଲା। ସକାଳ ଶୋ’ରେ ୭୩.୮୫%, ଅପରାହ୍ନ ଶୋ’ରେ ୬୨.୪୬%, ସନ୍ଧ୍ୟା ଶୋ’ରେ ୬୩.୬୨% ଏବଂ ରାତି ଶୋ’ରେ ୭୩.୩୧% ଦର୍ଶକ ଉପସ୍ଥିତି ରହିଥିଲା।

ଫିଲ୍ମରେ ରହିଛି ଦମଦାର ଷ୍ଟାରକାଷ୍ଟ

‘ଜନ ନାୟଗନ’ରେ ବିଜୟଙ୍କ ସହ ଅନେକ ଲୋକପ୍ରିୟ କଳାକାର ନଜର ଆସିଛନ୍ତି। ଫିଲ୍ମରେ ମମିତା ବୈଜୁ, ବବି ଦେଓଲ, ପ୍ରକାଶ ରାଜ, ଗୌତମ ବାସୁଦେବ ମେନନ, ପ୍ରିୟମଣି ଏବଂ ନାରାୟଣ ପ୍ରମୁଖ ଭୂମିକାରେ ଅଛନ୍ତି।

ଫିଲ୍ମର କାହାଣୀରେ ବିଜୟ ଭେଟ୍ଟ୍ରି କୋଣ୍ଡନ ନାମକ ଜଣେ ନିର୍ଭୀକ ପୂର୍ବତନ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେ ନିଜ ପାଳିତ କନ୍ୟାଙ୍କ ସ୍ୱପ୍ନ ପୂରଣ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି।

ବିଜୟଙ୍କ ଶେଷ ଥିଏଟର ରିଲିଜ୍ ଭାବେ ଚର୍ଚ୍ଚାରେ ଥିବା ‘ଜନ ନାୟଗନ’ ଆଗାମୀ ଦିନରେ ବକ୍ସ ଅଫିସରେ ଆହୁରି ବଡ଼ ରେକର୍ଡ କରିପାରେ ବୋଲି ଆଶା କରାଯାଉଛି।

ବାହୁଡା ଯାତ୍ରାର ସିଧା ପ୍ରସାରଣ ଦେଖିବା ପାଇଁ କ୍ଲିକ୍ କରନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।