JammuKashmir: ଜମ୍ମୁ-କାଶ୍ମୀର ରାମବନରେ ୨୧ ସନ୍ଦିଗ୍ଧ ବାଂଲାଦେଶୀ ଅଟକ
"ଜମ୍ମୁ: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ୩ ମହିଳା ଓ ୭ ଜଣ ଶିଶୁଙ୍କ ସମେତ ମୋଟ୍ ୨୧ ଜଣ ସନ୍ଦିଗ୍ଧ ବାଂଲାଦେଶୀନାଗରିକ ଅଟକ ରହିଛନ୍ତି।
ଏହି ଗୋଷ୍ଠୀ ୨ଟି ଗାଡ଼ିରେ ଜମ୍ମୁରୁ କାଶ୍ମୀରକୁ ଯାତ୍ରା କରୁଥିବାବେଳେ ରାମବନ ଚେକ୍ପଏଣ୍ଟ୍ ନିକଟରେ ରୁଟିନ ଚେକ୍ଅପ୍ ସମୟରେ ଧରା ପଡ଼ିଥିଲେ।
ଯାଞ୍ଚ ପ୍ରକ୍ରିୟା ସମୟରେ ସେମାନେ କୌଣସି ବୈଧ ପରିଚୟପତ୍ର ଓ ଯାତ୍ରା କାଗଜପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି।
ସେମାନଙ୍କୁ ପ୍ରାଥମିକ ଜେରା କରାଯିବା ପରେ ସମସ୍ତ ୨୧ ଜଣଙ୍କୁ ହାଜତକୁ ନେଇ ଜେରା କରାଯାଉଛି।
ଅଟକ ବ୍ୟକ୍ତିମାନେ ବାଂଲାଦେଶର ସନ୍ଦିଗ୍ଧ ନାଗରିକ।
ସେମାନେ ଆସାମ ଦେଇ ଭାରତରେ ପ୍ରବେଶ କରିଛନ୍ତି।Advertisment ଆହୁରି ପଢନ୍ତୁ: Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର ମିଳିଥିବା ସୂଚନା ଅନୁଯାୟୀ, ସେମାନେ କାମ ସନ୍ଧାନରେ ଜମ୍ମୁ-କାଶ୍ମୀର ଆସିଛନ୍ତି ବୋଲି ସନ୍ଦେହ କରାଯାଉଛି।
ତେବେ ସେମାନଙ୍କୁ କୌଣସି ସ୍ଥାନୀୟ ବ୍ୟକ୍ତି ସହଯୋଗ କରୁଥିଲେ କି ଏହା ପଛରେ କୌଣସି ନେଟୱର୍କ କାମ କରୁଥିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ୨ ଜଣ ପ୍ରବାସୀ ଶ୍ରମିକଙ୍କର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହେବାପରେ ଏବଂ ଜଣେ ଯବାନ ଆତଙ୍କବାଦୀ ଆକ୍ରମଣରେ ସହିଦ ହେବାପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି।
ଏହି ଅପରେସନ୍ ଅନ୍ତର୍ଗତ ଆଜି ୨୧ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ରହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।