Jagdeep Dhankhar: ପେନସନ ପାଇଁ ଆବେଦନ: ଜାଣନ୍ତୁ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ କେତେ ଟଙ୍କା ମିଳିବ
ଜଗଦୀପ ଧନଖଡ ୧୯୯୩ ରୁ ୧୯୯୮ ମଧ୍ୟରେ ରାଜସ୍ଥାନର କିଶନଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ।
ଜଗଦୀପ ଧନଖଡ ୧୯୯୩ ରୁ ୧୯୯୮ ମଧ୍ୟରେ ରାଜସ୍ଥାନର କିଶନଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ।
ପୁଣି ଚର୍ଚ୍ଚାରେ ପୂର୍ବତନ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ। ପୂର୍ବତନ ବିଧାୟକ ଭାବେ ପେନସନ ପାଇଁ ଆବେଦନ କଲେ ଚଗଦୀପ୍ ଧନଖଡ। ରାଜସ୍ଥାନ ବିଧାନସଭାର ପୂର୍ବତନ ସଦସ୍ୟ ଭାବରେ ପେନସନ ପାଇଁ ଆବେଦନ କରିଛନ୍ତି। ରାଜସ୍ଥାନ ବିଧାନସଭା ସଚିବାଳୟ କହିଛି ଯେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି, ଏବଂ ଖୁବ୍ ଶୀଘ୍ର ତାଙ୍କୁ ପେନସନ ମିଳିବ।
ଧନଖଡ ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଭାବରେ ରାଜସ୍ଥାନର କିଶନଗଡ଼ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ। ପୂର୍ବତନ ବିଧାୟକ ଭାବେ ସେ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ପେନସନ ପାଉଥିଲେ। ଜୁଲେଇ ୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତି ହେବା ପରେ ତାଙ୍କୁ ମିଳୁଥିବା ପେନସନ ସୁବିଧା ବନ୍ଦ ହୋଇଯାଇଥିଲା। ତେବେ ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ, ଧନଖଡ ଏବେ ପୁଣି ପୂର୍ବତନ ବିଧାୟକ ଭାବେ ପେନସନ ପାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ରାଜସ୍ଥାନ ବିଧାନସଭା ସଚିବାଳୟକୁ ଯୋଗାଯୋଗ କରିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ପୁଣି ପେନସନ ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଏବଂ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଗ୍ରହଣ ହେବା ଦିନଠାରୁ ପେନସନ ପ୍ରଦାନ କରାଯିବ।
ଜଗଦୀପ ଧନଖଡ ୩ ପ୍ରକାର (ବିଧାୟକ, ସାଂସଦ ଏବଂ ଉପରାଷ୍ଟ୍ରପତି) ପେନସନ ପାଇବେ। ରାଜସ୍ଥାନରେ, ଜଣେ ପୂର୍ବତନ ବିଧାୟକ ଗୋଟିଏ କାର୍ଯ୍ୟକାଳ ପାଇଁ ପ୍ରତି ମାସରେ ୩୫,୦୦୦ ଟଙ୍କା ମୂଳ ପେନସନ ପାଆନ୍ତି। ୭୦ ବର୍ଷରୁ ଅଧିକ ବୟସର ପୂର୍ବତନ ବିଧାୟକମାନେ ୨୦ ପ୍ରତିଶତ ବୃଦ୍ଧି ପାଇବାକୁ ହକଦାର। ସେହି ହିସାବରେ ସେ ୭୪ ବର୍ଷ ବୟସରେ ପ୍ରତି ମାସରେ ୪୨,୦୦୦ ଟଙ୍କା ପାଇଁ ଯୋଗ୍ୟ। ସେହିପରି ଲୋକସଭା ସାଂସଦ ଭାବରେ, ସେ ପ୍ରତି ମାସରେ ୪୫,୦୦୦ ଟଙ୍କା ପେନସନ ପାଇବେ। ଏହିପରି ପୂର୍ବତନ ଉପରାଷ୍ଟ୍ରପତି ଭାବରେ, ସେ ସରକାରୀ ବାସଗୃହ, କର୍ମଚାରୀ ଏବଂ ଚିକିତ୍ସା ସୁବିଧା ବ୍ୟତୀତ ମାସିକ ପ୍ରାୟ ୨ ଲକ୍ଷ ୭୩ ହଜାର ଟଙ୍କା ପେନସନ ପାଇପାରିବେ।
ସୂଚନାଯୋଗ୍ୟ, ଗତ ମାସରେ ଭାରତର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ ହଠାତ୍ ଅସୁସ୍ଥତା ଦର୍ଶାଇ ଇସ୍ତଫା ଦେଇଥିଲେ। ଯାହା ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହୋଇଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
