Jagannath Temple: ଧାଡ଼ିଦର୍ଶନ ପ୍ରସ୍ତାବରେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର, ଗଢ଼ାହେଲା ସୁରକ୍ଷା ସବ୍-କମିଟି

ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ପରେ ଆଜି ବସିଥିବା ପ୍ରଥମ ବୈଠକରେ ଧାଡ଼ିଦର୍ଶନ ପ୍ରସ୍ତାବରେ ବାଜିଛି ମୋହର।

03 September 2025 09:00 PM IST
Jagannath Temple: ଧାଡ଼ିଦର୍ଶନ ପ୍ରସ୍ତାବରେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର, ଗଢ଼ାହେଲା ସୁରକ୍ଷା ସବ୍-କମିଟି

ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ପରେ ଆଜି ବସିଥିବା ପ୍ରଥମ ବୈଠକରେ ଧାଡ଼ିଦର୍ଶନ ପ୍ରସ୍ତାବରେ ବାଜିଛି ମୋହର।

ଧାଡ଼ିଦର୍ଶନ ପ୍ରସ୍ତାବରେ ବାଜିଲା ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର। ନୂଆ କମିଟି ଗଠନ ପରେ ଆଜି ବସିଥିବା ପ୍ରଥମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏକ ୯ ଜଣିଆ କମିଟି ଗଢ଼ାଯାଇଛି। ସେହିପରି ଶ୍ରୀମନ୍ଦିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ଗଢ଼ାଯାଇଛି। ଯାହାର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ସିଏଜି ଗିରିଶ ମୁର୍ମୁ। ସେହିପରି ତିରୁପତି ଢାଞ୍ଚାରେ ଶ୍ରୀମନ୍ଦିରକୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱୟଂସଂପୂର୍ଣ୍ଣ କରିବା ଉପରେ ବି ଜୋର୍ ଦେଇଛି ପରିଚାଳନା କମିଟି।
 

ସେହିପରି କିଏ କେଉଁ ଧାଡ଼ିରେ ଆସି ଶୃଙ୍ଖଳିତ ଦର୍ଶନ ସାରି ବାହାରକୁ ଆସିବେ ସେନେଇ ଏକ ଏସ୍ଓପି ପ୍ରସ୍ତୁତ କରାଯିବ। ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ତରଦ୍ୱାରରେ ରାମ୍ପ୍ ବ୍ୟବସ୍ଥା ଲାଗି ଏକ କମିଟି ଗଠନ ହେବା ଏବଂ ତା ପାଇଁ ମଧ୍ୟ ଏକ SOP କରାଯିବା ବାବଦରେ ବୈଠକରେ ଆଲୋଚନା ହୋଇଥିବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ। ସେହିପରି ନାଟମଣ୍ଡପକୁ ସଂପୂର୍ଣ୍ଣ ଏୟାରକଣ୍ଡିସନିଂ କରିବା ପାଇଁ ହୋଇଥିବା ନିଷ୍ପତ୍ତି ମଧ୍ୟ ଏଏସଆଇ ଅନୁମୋଦନ ଲାଭ କରିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆସନ୍ତା ୧୫ ତାରିଖରୁ ଧାଡ଼ିଦର୍ଶନ ପାଇଁ ସବୁ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

ଶ୍ରୀମନ୍ଦିରକୁ ସ୍ପାଏକ୍ୟାମ୍ ଚଷମା ଭଳି ଅତ୍ୟାଧୁନିକ ଗ୍ୟାଜେଟଠୁ ନେଇ ଡ୍ରୋନ୍, ଭିତରର ଦୃଶ୍ୟ ଭାଇରାଲ୍ ଭଳି ଚ୍ୟାଲେଞ୍ଜକୁ ରୋକିବାକୁ ପ୍ରଥମଥର ଲାଗି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏକ ସବ୍ କମିଟି ଗଠନ କରାଯାଇଛି। ଯାହାର ଅଧ୍ୟକ୍ଷ ଦାୟିତ୍ୱ ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦିଆଯାଇଥିଲା ବେଳେ ଜିଲ୍ଲାପାଳ ଓ ଏସପି ଏହାର ସଦସ୍ୟ ରହିଛନ୍ତି। ଏଥିସହ ଅର୍ଥ, ନୀତି, ରତ୍ନଭଣ୍ଡାର ଭଳି ୪ଟି ଷ୍ଟାଚ୍ୟୁଟାରୀ ସବକମିଟି ସହିତ ମୋଟ୍ ୧୪ଟି ସବ୍ କମିଟି ଗଠନ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ସାଂସ୍କୃତିକ ସବକମିଟି ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଥିଲା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅପିଲ୍ ସବକମିଟି ଗଠନ କରାଯାଇଛି।

ଅପରପକ୍ଷେ ତିରୁପତି ଢାଞ୍ଚାରେ ଶ୍ରୀମନ୍ଦିରକୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱୟଂସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ପରିଚାଳନା କମିଟିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପରିଚାଳନା କମିଟି ବୈଠକରେ ଇସ୍କନର ଅଦିନିକିଆ ରଥଯାତ୍ରା ନେଇ ଆଲୋଚନା ହେବା ସହ ଦୀଘାରେ ଜଗନ୍ନାଥ ଧାମ ଲେଖା ପ୍ରସଙ୍ଗରେ ବି କ୍ଷୋଭ ପ୍ରକାଶ ପାଇଥିଲା ।

Disclaimer: This content has been automatically aggregated from television for informational purposes. To read the original article, please visit television.