Jagadguru Kripalu University: ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

Aug 01, 2026 - 20:29
Jagadguru Kripalu University: ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

"କଟକ : କଟକଠାରେ ଅବସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍‌ଘାଟନ ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବେ ।

ଏହି ଗୌରବମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ.

ହରି ବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ଅତିଥିମାନେ ଯୋଗଦେବେ ।Advertisment Landslides in Kerala, କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ ପ୍ରାୟ ୧୦୦ ଏକର ପରିସରରେ ସ୍ଥାପିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଆନ୍ତର୍ଜାତୀୟ ମାନର ବହୁବିଷୟକ ଉଚ୍ଚଶିକ୍ଷା ପ୍ରଦାନ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ।

ଏଠାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଧୁନିକ ଶିକ୍ଷା ସହ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ, ନେତୃତ୍ୱ ଓ ସମାଜସେବାର ଚେତନାକୁ ସମାନ ଗୁରୁତ୍ୱ ଦିଆଯିବ ।

ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ପରିଚାଳନା, କମ୍ପ୍ୟୁଟର ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ନେଚରୋପାଥି ଭଳି ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମ ଆରମ୍ଭ ହୋଇଛି ।

ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦିବ୍ୟ ପ୍ରେରଣା ଏବଂ ତାଙ୍କର ବରିଷ୍ଠ ଶିଷ୍ୟ ତଥା ଆଇ.ଆଇ.ଟି ଦିଲ୍ଲୀ ଓ ଆଇ.ଆଇ.ଏମ କଲିକତାର ପୂର୍ବତନ ଛାତ୍ର ଏବଂ ଅନେକ ବେଷ୍ଟସେଲର୍ ପୁସ୍ତକର ଲେଖକ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି ।

ଓଡ଼ିଶାରେ ଉଚ୍ଚଶିକ୍ଷାର ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଫଳଶ୍ରୁତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।