Israeli Strikes : ଅସ୍ତ୍ରବିରତି ସତ୍ତ୍ୱେ ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍: ଦୁଇ ଦିନରେ ୧୨ ମୃତ
"ଗାଜା ସିଟି: ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ହେଁ ଗାଜା ଭୂଖଣ୍ଡରେ ଇସ୍ରାଏଲର ସାମରିକ ଆକ୍ରମଣ ଥମିବାର ନାଁ ନେଉନାହିଁ।
ବୁଧବାର ହୋଇଥିବା ଇସ୍ରାଏଲୀ ଏୟାର୍ ଷ୍ଟ୍ରାଇକରେ ଅତିକମରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଗୁରୁତର ବିଷୟ ହେଉଛି, ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ହୋଇଥିବା ବୋମାବର୍ଷଣରେ ଜଣେ ମହିଳା ଓ ସିନିୟର କମାଣ୍ଡର କର୍ଣ୍ଣେଲ ମହମ୍ମଦ ମରୱାନ ସାଲେମଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।
ସେହିପରି ଦକ୍ଷିଣ ଗାଜାର ଖାନ୍ ୟୁନିସ ଏବଂ ରାଫା ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ଇସ୍ରାଏଲୀ ସେନାର ଗୁଳିମାଡ଼ ଓ ବୋମାବର୍ଷଣରେ ଜଣେ ଶିଶୁ ସମେତ ଅନ୍ୟମାନଙ୍କର ମୃତ୍ୟୁ ହୋଇଛି।Advertisment ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ରଥକୁ ଆସୁଛନ୍ତି ସାଆନ୍ତ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି ଯେ, ପ୍ରାଣ ହରାଇଥିବା ପୋଲିସ ଅଧିକାରୀମାନେ ହାମାସର ସଂଗଠନ ସହ ଜଡ଼ିତ ଥିଲେ।
ମାତ୍ର ଏହାର କୌଣସି ପ୍ରମାଣ ମିଳିନଥିବା ବେଳେ ହାମାସ କହିଛି ଯେ ପୋଲିସ ବାହିନୀ କେବଳ ଆଇନ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ।
ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ମଧ୍ୟ ଗାଜାର ସାଧାରଣ ଟ୍ରାଫିକ ନିୟନ୍ତ୍ରଣ ଓ ପାଟ୍ରୋଲିଂ କରୁଥିବା ପୋଲିସ କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ମାସର ଅସ୍ତ୍ରବିରତି ଚୁକ୍ତି ପରଠାରୁ ଏପର୍ଯ୍ୟନ୍ତ ଗାଜାରେ ୧,୧୨୩ ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି।
୨୦୨୩ ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଏହି ଭୟାବହ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପାଲେଷ୍ଟାଇନ ମୃତ୍ୟୁସଂଖ୍ୟା ୭୩,୨୬୪ ଅତିକ୍ରମ କରିସାରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।