Israel warns Hamas: ହମାସକୁ ଶେଷ ଚେତାବନୀ, ନ ମାନିଲେ ଭୋଗିବ ଭୟଙ୍କର ପରିଣାମ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି। ଯଥା ଶୀଘ୍ର ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବା ସହ ତୁରନ୍ତ ଅସ୍ତ୍ର ରଖିବାକୁ କହିଛନ୍ତି। ନଚେତ୍ ଗାଜା ଉପରେ ଏକ ଶକ୍ତିଶାଳୀ ଆକ୍ରମଣ ହେବ ବୋଲି ସେ କହିଛନ୍ତି।

08 September 2025 03:05 PM IST
Israel warns Hamas: ହମାସକୁ ଶେଷ ଚେତାବନୀ, ନ ମାନିଲେ ଭୋଗିବ ଭୟଙ୍କର ପରିଣାମ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି। ଯଥା ଶୀଘ୍ର ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବା ସହ ତୁରନ୍ତ ଅସ୍ତ୍ର ରଖିବାକୁ କହିଛନ୍ତି। ନଚେତ୍ ଗାଜା ଉପରେ ଏକ ଶକ୍ତିଶାଳୀ ଆକ୍ରମଣ ହେବ ବୋଲି ସେ କହିଛନ୍ତି।

ଇସ୍ରାଏଲ ଓ ହମାସ ଯୁଦ୍ଧ ତୀବ୍ର ହେଥିବା ବେଳେ ଶେଷ ଥର ପାଇଁ ହମାସକୁ ଚେତାବନୀ ଦେଇଛି ଇସ୍ରାଏଲ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ହମାସକୁ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଯଦି ବନ୍ଧକମାନଙ୍କୁ ମୁକ୍ତ କରାନଯାଏ ଏବଂ ଅସ୍ତ୍ରଶସ୍ତ୍ର ଛଡା ନ ଯାଏ ତେବେ ସେ ବ୍ୟାପକ ପ୍ରତିଶୋଧ ନେବେ। ଗାଜା ଉପରେ ଏକ ଶକ୍ତିଶାଳୀ ଆକ୍ରମଣ ହେବ ବୋଲି କହିଛନ୍ତି। ଏହି ଚେତାବନୀ ଗାଜା ଭିତରେ ଥିବା ହମାସ ଓ ବିଦେଶର ବିଭିନ୍ନ ହୋଟେଲରେ ଥିବା ହମାସର ଅପରାଧି, ହତ୍ୟାକାରୀ ଓ ବଳାତ୍କାରୀମାନଙ୍କୁ ଏ ଚେତାବନୀ ଦେଇଛନ୍ତି।

ସେ ଚେତାବନୀରେ କହିଛନ୍ତି, “ଯଦି ତୁମେ ଅସ୍ତ୍ର ନ ରଖ ଓ ବନ୍ଧକମାନଙ୍କୁ ମୁକ୍ତ ନ କର, ତାହାଲେ ଗାଜା ଧ୍ୱଂସ ପାଇବ ଏବଂ ତୁମେମାନେ ସମ୍ପୂର୍ଣ୍ଣ ନିପାତ ହୋଇଯିବ।” କାଟଜ୍ ଜୋର ଦେଇ କହିଛନ୍ତି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଯୋଜନା ଅନୁଯାୟୀ କାର୍ଯ୍ୟ ଜାରି ରଖିଛି ଏବଂ ଗାଜାରେ ହମାସକୁ ପରାସ୍ତ କରିବା ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପ୍ରସ୍ତୁତ ହେଉଛି।

ଇସ୍ରାଏଲ ଉତ୍ତର ଗାଜାଷ୍ଟ୍ରିପରେ ଗାଜା ସହରକୁ ଦଖଲ କରିବା ପାଇଁ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଯେଉଁଠାରେ ପ୍ରାୟ ଦଶ ଲକ୍ଷ ଲୋକ ଆଶ୍ରୟ ନେଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର କହିଛନ୍ତି ଯେ ୧ ଲକ୍ଷରୁ ଅଧିକ ଲୋକ ପୂର୍ବରୁ ଏହି ସ୍ଥାନ ଛାଡି ଚାଲିଯାଇଛନ୍ତି।

ଏହା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ହମାସକୁ ତାଙ୍କର ଶେଷ ଚେତାବନୀ ବୋଲି କହିଥିଲେ। ଗାଜାରୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତିରେ ରାଜି ହେବାକୁ ହମାସକୁ ଅନୁରୋଧ କରିଥିଲେ।

ଟ୍ରମ୍ପ ସୋସିଆଲ ମିଡିଆରେ କହିଥିଲେ, "ଇସ୍ରାଏଲ ମୋର ସର୍ତ୍ତ ଗ୍ରହଣ କରିଛି। ଏବେ ସମୟ ଆସିଛି ଯେ ହମାସ ମଧ୍ୟ ମାନି ନେଉ। ହମାସ ନ ମାନିଲେ ଭୟଙ୍କର ପରିଣାମ ଭୋଗିବ। ଏହା ମୋର ଶେଷ ଚେତାବନୀ। ଆଉ ମୁଁ କହିବି ନାହିଁ।"

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଉପରେ ହମାସ ପ୍ରଥମେ ଆକ୍ରମଣ କରିବା ଏହା ଯୁଦ୍ଧର ରୂପ ନେଇଥିଲା। ଏଥିରେ ପ୍ରାୟ ୧୨୦୦ ଲୋକ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା। ଅପହୃତ ୨୫୧ ଜଣଙ୍କ ମଧ୍ୟରୁ ଅନେକଙ୍କୁ ଅସ୍ଥାୟୀ ଯୁଦ୍ଧବିରତି କିମ୍ବା ଆଲୋଚନା ମାଧ୍ୟମରେ ମୁକ୍ତ କରାଯାଇଛି। କିନ୍ତୁ ଆହୁରି ଅନେକ ବନ୍ଦୀ ଅବସ୍ଥାରେ ଅଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.