Iran Attack: ପ୍ରତିଶୋଧ ନେଇ ବାହାରିନ-କୁଏତ-କତାର ଉପରେ ଦାଉ ସାଧିଲା ଇରାନ
"ତେହେରାନ: ଆମେରିକା ଗୁରୁବାର ପ୍ରତ୍ୟୁଷରେ ଇରାନ ଉପରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଛି।
ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼ କରିଛି।
ଏହାର ଜବାବରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କତାରକୁ ଟାର୍ଗେଟ କରାଯାଇ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି।
ଏଭଳି ସ୍ଥିତି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅନ୍ତ ପାଇଁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସଙ୍କଟରେ ପକାଇଛି।Advertisment ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ସମ୍ପ୍ରତି ଇରାନୀ ଆକ୍ରମଣ ଅସ୍ତ୍ରବିରତିର ଶେଷ ହେବାର ସଙ୍କେତ ଦେଉଛି ।
ଓମାନ ଉପକୂଳରେ ଇରାନ ଦ୍ୱାରା ଅନେକ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବା ପରେ ବୁଧବାର ପ୍ରତ୍ୟୁଷରେ ଆମେରିକୀୟ ସେନା ବିଭିନ୍ନ ସାମରିକ ସ୍ଥାନ ଏବଂ ବନ୍ଦର ସୁବିଧା ଉପରେ ଆକ୍ରମଣ କରିଥିଲା।
ଏହା ଜବାବରେ ଇରାନ ମଧ୍ୟ ଜୋରଦାର ଆକ୍ରମଣ କରିଥିଲା।
ଇରାନ ଆକ୍ରମଣର ଚେତାବନୀ ଦେଇ ଗୁରୁବାର ପ୍ରତ୍ୟୁଷରେ କୁଏତ, ବାହାରିନ ଏବଂ କତାରରେ କ୍ଷେପଣାସ୍ତ୍ର ସତର୍କତା ସାଇରନ୍ ବାଜି ଉଠିଥିଲା।
Donald Trump: ଇରାନର ଆକ୍ରମଣ କ୍ଷମତାକୁ ସଂପୂର୍ଣ୍ଣ ନଷ୍ଟ କରିବୁ: ଟ୍ରମ୍ପ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ବୁଧବାର ଏବଂ ଗୁରୁବାର ରାତିସାରା ଚାଲିଥିବା ଅଭିଯାନରେ, ଆମେରିକୀୟ ନୌସେନା ଏବଂ ସ୍ଥଳସେନା ଦକ୍ଷିଣ ଇରାନରେ ମିଳିତ ଆକ୍ରମଣ ଆରମ୍ଭ କରିଥିଲେ।
ହର୍ମୁଜ୍ ପ୍ରଣାଳୀ, ଡ୍ରୋନ୍ ସ୍ଥାପନା ଏବଂ ହର୍ମୁଜ୍ ପ୍ରଣାଳୀ ଚାରିପାଖରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆମେରିକୀୟ ସେନା ଟାର୍ଗେଟ କରିଥିଲା।
ସେସବୁକୁ ଆମେରିକୀୟ ସେନା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପାଇଁ ବିପଦ ବୋଲି ବିବେଚନା କରାଯାଉଥିଲା।
ଆଗକୁ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ରହିଛି।
ଆମେରିକା କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ନିଶ୍ଚିତ କରିଛି ଯେ, ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ ହର୍ମୁଜ୍ ପ୍ରଣାଳୀରେ ନୌଚାଳନା ପାଇଁ ସମସ୍ୟା ସୃଷ୍ଟି କରୁଥିବା ଇରାନର ସାମରିକ କ୍ଷମତାକୁ ଆହୁରି ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ଆରମ୍ଭ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।