IPL Founder Lalit Modi Set To Return India: ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ, ED କେସ୍‌ରେ ମିଳିଲା ବଡ଼ ଆଶ୍ୱସ୍ତି!

Jul 22, 2026 - 18:17
IPL Founder Lalit Modi Set To Return India: ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ, ED କେସ୍‌ରେ ମିଳିଲା ବଡ଼ ଆଶ୍ୱସ୍ତି!

ଆଇପିଏଲ'ର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଲଲିତ୍ ମୋଦୀ ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୯ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଆଇପିଏଲ୍‌ ସହ ଜଡ଼ିତ ବିଦେଶୀ ମୁଦ୍ରା ପରିଚାଳନା ଆଇନ୍ (FEMA) ମାମଲାରେ ଆପିଲେଟ୍ ଟ୍ରିବ୍ୟୁନାଲ୍‌ରୁ ତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୨୦୧୦ ମସିହାରୁ ଭାରତ ବାହାରେ ରହୁଥିବା ମୋଦୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଭାରତ ଫେରିବେ ବୋଲି ସୂଚନା ଦେଇଛନ୍ତି।

'ସଫେମା' ଅଧୀନରେ ଥିବା ଆପିଲେଟ୍ ଟ୍ରିବ୍ୟୁନାଲ୍, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଲଲିତ୍ ମୋଦୀଙ୍କ ଉପରେ ଲଗାଯାଇଥିବା ଅଧିକାଂଶ ଅଭିଯୋଗ ଓ ଜରିମାନାକୁ ରଦ୍ଦ କରିଦେଇଛନ୍ତି।୨୦୦୯ ଆଇପିଏଲ୍ ସମୟରେ ମୋଦୀ କୌଣସି FEMA ଆଇନ୍ ଉଲ୍ଲଂଘନ କରିଥିବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ଜୁଲାଇ ୧୬ରେ ପ୍ରକାଶିତ ଏହି ରାୟରେ କୁହାଯାଇଛି।ସାଉଥ୍ ଆଫ୍ରିକାରେ ଆଇପିଏଲ୍ ଆୟୋଜନ ପାଇଁ ପଠାଯାଇଥିବା ଅର୍ଥ 'କରେଣ୍ଟ ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍' ଥିଲା। ଟ୍ରିବ୍ୟୁନାଲ୍ ଏହାକୁ ଗ୍ରହଣ କରି ED ର ମୂଳ କେସ୍ ଆଧାରକୁ ଖାରଜ କରିଛନ୍ତି।

କ’ଣ ଥିଲା ୨୦୦୯ର ସମ୍ପୂର୍ଣ୍ଣ ମାମଲା?

୨୦୦୯ରେ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଆଇପିଏଲ୍‌କୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରାଯାଇଥିଲା। ବୈଦେଶିକ ମୁଦ୍ରା କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ପୂର୍ବ ଅନୁମତି ନିଆଯାଇ ନଥିବା ଅଭିଯୋଗ କରି ED ତଦନ୍ତ ଆରମ୍ଭ କରିଥିଲା। ୨୦୧୦ରେ ED, BCCI ଏବଂ ଆୟକର ବିଭାଗର ତଦନ୍ତ ପରେ ଲଲିତ୍ ମୋଦୀ ଭାରତ ଛାଡ଼ିଥିଲେ।

ରାୟକୁ ସ୍ୱାଗତ କରି ମୋଦୀ କହିଛନ୍ତି ଯେ ୧୬ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ସତ୍ୟର ଜୟ ହୋଇଛି। ଅକ୍ଟୋବର ମାସରେ ତାଙ୍କ ଝିଅଙ୍କର ସନ୍ତାନ ଜନ୍ମ ହେବାକୁ ଥିବାରୁ, ନାତିର ଜନ୍ମ ପରେ ଅର୍ଥାତ୍ ଏହି ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ସେ ଭାରତ ଫେରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।