IPL Betting Kingpin Arrested; IPL ବେଟିଂରେ ମାଷ୍ଟର ମାଇଣ୍ଡ ହୋଟେଲ୍ ମାଲିକ ଗିରଫ; ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗ
ଆଇପିଏଲ ବେଟିଂ ରାକେଟର କିଙ୍ଗପିନ୍ କୁ ବାନ୍ଧିଲା ପୁରୀ ପୋଲିସ। ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ବ୍ରହ୍ମପୁରର କ୍ରିଷ୍ଣ ପ୍ରସାଦ ତ୍ରିପାଠୀ। କ୍ରୀଷ୍ଣ ପ୍ରସାଦ ଜଣେ ହୋଟେଲ୍ ମାଲିକ ହୋଇଥିବା ବେଳେ ଚଳାଇଥିଲେ ବେଟିଂ ରାକେଟ।
ବ୍ରହ୍ମପୁର ସ୍ଥିତ ଘରୁ ସର୍ଚ୍ଚ କରି ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍ ଏବଂ ବ୍ୟାଙ୍କରେ ଥିବା 8 ଲକ୍ଷ୍ୟ ଟଙ୍କା ମଧ୍ୟ ଜବତ ହୋଇଛି । ଅନ୍ୟ ଡିଟେଲ୍ସ ଉପରେ ମଧ୍ୟ ପୋଲିସ ଛାନଭିନ କରୁଛି। ତେବେ ହୋଟେଲ ମାଲିକ କ୍ରିଷ୍ଣ ନିଜ ପରିଚୟ ଗୋପନ ରଖି ଏହି କାରବାର କରି ଆସୁଥିଲା । ବସ୍ ନାମରେ ତାକୁ ସମସ୍ତେ ଜାଣିଥିଲେ । ତେବେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।
- IPL ବେଟିଂରେ ହୋଟେଲ୍ ମାଲିକ ଗିରଫ
- ବ୍ରହ୍ମପୁରରେ ଚଢ଼ାଉ କରି ଗିରଫ କଲା ପୁରୀ ପୋଲିସ୍
- ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗରେ ଗିରଫ
- IPL ବେଟିଂ ରାକେଟର ମାଷ୍ଟର ମାଇଣ୍ଡ ଗିରଫ