International Justice Day: ଆନ୍ତର୍ଜାତିକ ନ୍ୟାୟ ଦିବସ
"ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ।
ମାନବାଧିକାର ଉଲ୍ଲଂଘନର ଗୁରୁତର ମାମଲା ଏବଂ ତାହାକୁ ଦୂର କରିବାରେ ଆନ୍ତର୍ଜାତିକ ଆପରାଧିକ ଅଦାଲତ (ଆଇସିସି)ର ଭୂମିକା ଉପରେ ଆଲୋକପାତ କରିବା ପାଇଁ ଏହି ସ୍ବତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି।
ସର୍ବୋପରି ମାନବିକ ଅଧିକାର ପାଳନ, ଦଣ୍ଡହୀନତାର ବିରୋଧ ଓ ଆଇନର ଶାସନକୁ ପ୍ରୋତ୍ସାହିତ କରିବାର ଏହା ଏକ ଅବସର ଯୋଗାଇଥାଏ।Advertisment Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ ଲୋକଙ୍କୁ ନରସଂହାର, ମାନବିକତା ବିରୋଧୀ ଅପରାଧ, ଯୁଦ୍ଧ ଅପରାଧ ଓ ଆକ୍ରମଣ ଅପରାଧରୁ ରକ୍ଷା କରିବା ଲାଗି ୧୯୯୮ ଜୁଲାଇ ୧୭ରେ ରୋମ୍ଠାରେ ଆଇସିସିର ପ୍ରତିଷ୍ଠାତା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।
ସେଇ ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ଲାଗି ୨୦୧୦ ମସିହାରୁ ପ୍ରତି ବର୍ଷ ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଇ ଆସୁଛି।
ଏହି ଦିବସ ନ୍ୟାୟକୁ ସମର୍ଥନ କରିବାକୁ ଚାହୁଁଥିବା, ପୀଡ଼ିତଙ୍କ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଏବଂ ବିଶ୍ବର ଶାନ୍ତି, ସୁରକ୍ଷା ଓ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧ ରୋକିବାକୁ ଚାହୁଁଥିବା ସମସ୍ତ ଲୋକଙ୍କୁ ଏକଜୁଟ୍ କରିବାର ସୁଯୋଗ ଆଣିଥାଏ।
NEET: ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।