Inter-state bus terminal: ସମ୍ବଲପୁରରେ ହେବ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍: ୪୬ଟି ବସ୍ ବେ’ ସହ ରହିବ ଇଭି ଚାର୍ଜିଂ ଷ୍ଟେସନ୍
"ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ହେବ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ (ଆଇଏସ୍ବିଟି)।
ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
୮୦ରୁ ଶହେ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ବସ୍ ଟର୍ମିନାଲ୍ରେ ରହିବ ସମସ୍ତ ଅତ୍ୟାଧୁନିକ ସୁବିଧା, ୪୬ଟି ବସ୍ ବେ", ଇଭି ଚାର୍ଜିଂ ଷ୍ଟେସନ୍ ଓ ପ୍ଲାଟଫର୍ମ।
ଏଥିପାଇଁ ବର୍ତ୍ତମାନର ଅଇଁଠାପାଲି ବସ୍ ଟର୍ମିନାଲ୍କୁ ଭଙ୍ଗାଯିବା ସହ ଅତିରିକ୍ତ ଜମି ଅଧିଗ୍ରହଣ କରାଯିବ।
ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍ବିଏସ୍ ରାଜପୁତ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ବାଳ ସମ୍ବଲପୁର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।Advertisment Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ ୪୬ଟି ବସ୍ ବେ" ସହ ରହିବ ଇଭି ଚାର୍ଜିଂ ଷ୍ଟେସନ୍ସମୀକ୍ଷା କଲେ ସରକାରଙ୍କ ପ୍ରମୁଖ ସଚିବ ସମୀକ୍ଷା ସମୟରେ ମୁଦିପଡ଼ାସ୍ଥିତ ଓଏସ୍ଆର୍ଟିସିର ଡିପୋକୁ ମଧ୍ୟ ବସ୍ଷ୍ଟାଣ୍ଡ ଭାବେ ଉନ୍ନତି କରାଯିବା ନେଇ ଆଲୋଚନା ହୋଇଛି।
ଏଠାରେ ମାର୍କେଟ୍ କମ୍ପ୍ଲେକ୍ସ ସାଙ୍ଗକୁ ବସ୍ଷ୍ଟାଣ୍ଡର ବିକାଶ କରାଯିବ।
ଯାହାଫଳରେ ସହରରେ ଚାଲୁଥିବା କ୍ରୁଟ୍ର ସମସ୍ତ ଇଭି ସିଟିବସ୍ ଏହି ବସଷ୍ଟାଣ୍ଡରୁ ହିଁ ପରିଚାଳିତ ହେବ।
ଲକ୍ଷ୍ମୀ ଟକିଜ୍ ଛକସ୍ଥିତ ସରକାରୀ ବସଷ୍ଟାଣ୍ଡରେ ନିର୍ମାଣ ହେବ କମର୍ସିଆଲ କମ୍ପ୍ଲେକ୍ସ।
ଏହା ପରେ ଅଧିକାରୀମାନେ ଅଇଁଠାପାଲି ବସ୍ ଟର୍ମିନାଲ୍ ପରିଦର୍ଶନ କରିଥିଲେ, ଯେଉଁଠି ୫ ଏକର ପରିମିତ ସ୍ଥାନରେ ଏହି ନୂତନ ବସ୍ ଟର୍ମିନାଲ୍ ନିର୍ମାଣ ହେବାର ପ୍ରସ୍ତାବ ରହିଛି।
ଅଇଁଠାପାଲି ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମସ୍ଥାନ ଓ କମର୍ସିଆଲ୍ କମ୍ପ୍ଲେକ୍ସ ସାଙ୍ଗକୁ ଆବଶ୍ୟକ ଆଧୁନିକ ସୁବିଧା କରାଯିବ।
ଦୁଇଚକିଆ, ଚାରିଚକିଆ ଗାଡ଼ିଗୁଡ଼ିକରେ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ ସୁବିଧା ସାଙ୍ଗକୁ ବସ୍ଗୁଡ଼ିକର ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ।
Oil: ଇ୨୦ ପାଇଁ ବିଏସ୍-୩ ଗାଡ଼ିର ରବର୍ ପାର୍ଟସ୍ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ ଏବେ ଅଇଁଠାପାଲି ବସ୍ ଟର୍ମିନାଲ୍ରେ କ୍ରୁଟ୍ର ୭୫ଟି ଯାକ ସିଟି ବସ୍ ରାତିରେ ପ୍ରବେଶ କଲେ ଆଉ କୌଣସି ବଡ଼ ଗାଡ଼ି ପଶିବା ସମ୍ଭବ ହେଉନି।
ତେଣୁ ନୂତନ ପ୍ରକଳ୍ପ ଦ୍ୱାରା ସମ୍ବଲପୁରର ଆଞ୍ଚଳିକ ଓ ଅନ୍ତଃରାଜ୍ୟ ବସ୍ ଯୋଗାଯୋଗ ସୁଦୃଢ଼ ହେବା ସହ ଯାତ୍ରୀମାନଙ୍କୁ ଉନ୍ନତ ଏବଂ ସୁବିଧାଜନକ ପରିବହନ ସେବା ମିଳିବ ବୋଲି ଜଣାପଡ଼ିଛି।
ଏହି ପରିଦର୍ଶନ ସମୟରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ୍ ଖତ୍ରୀ, ସଦର ଉପଜିଲ୍ଲାପାଳ ଡ.ପୁଷ୍ପାଞ୍ଜଳି ପଣ୍ଡା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।