INS Udaygiri & Himagiri: ଭାରତର ନୌସେନାର ନୂଆ ବ୍ରହ୍ମାସ୍ତ୍ର, ରାଡ଼ାରକୁ ଚକମା ଦେଇ କରିବ ଆକ୍ରମଣ

INS ଉଦୟଗିରି ଓ INS ହିମଗିରି ଭାରତୀୟ ନୌସେନାର ପ୍ରୋଜେକ୍ଟ 17A ଅଧୀନରେ ନିର୍ମିତ ହୋଇଛି। ଉଭୟ ଜାହାଜ ପ୍ରାୟ 6,670 ଟନ୍ ଓଜନ ଏବଂ 149 ମିଟର ଲମ୍ବା, ଯାହା ପ୍ରାୟ 15 ମହଲା କୋଠା ସହିତ ସମାନ।

27 August 2025 12:15 PM IST
INS Udaygiri & Himagiri: ଭାରତର ନୌସେନାର ନୂଆ ବ୍ରହ୍ମାସ୍ତ୍ର, ରାଡ଼ାରକୁ ଚକମା ଦେଇ କରିବ ଆକ୍ରମଣ

INS ଉଦୟଗିରି ଓ INS ହିମଗିରି ଭାରତୀୟ ନୌସେନାର ପ୍ରୋଜେକ୍ଟ 17A ଅଧୀନରେ ନିର୍ମିତ ହୋଇଛି। ଉଭୟ ଜାହାଜ ପ୍ରାୟ 6,670 ଟନ୍ ଓଜନ ଏବଂ 149 ମିଟର ଲମ୍ବା, ଯାହା ପ୍ରାୟ 15 ମହଲା କୋଠା ସହିତ ସମାନ।

ଆହୁରି ବଳବାନ ହୋଇଛି ଭାରତୀୟ ନୌସେନା। ରାଜକୀୟ ଠାଣିରେ ସମୁଦ୍ରକୁ ଓହ୍ଲାଇଛନ୍ତି INS ଉଦୟଗିରି ଓ INS ହିମଗିରି। ଯାହାକୁ ନୌସେନାର ନୂଆ ବ୍ରହ୍ମାତ୍ସ ବୋଲି କୁହାଯାଉଛି। ମଙ୍ଗଳବାର ନୌସେନାରେ ସାମିଲ ହୋଇଛନ୍ତି ଏହି ୨ଟି ଅତ୍ୟାଧୁନିକ ଷ୍ଟିଲ୍ଥ ଫ୍ରିଗେଟ୍ ଯୁଦ୍ଧ ଜାହଜ। ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଉନ୍ନତ ସେନ୍ସରରେ ସଜ୍ଜିତ ଏହି ଜାହାଜଗୁଡ଼ିକ ସମୁଦ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିବ। ପ୍ରଥମ ଥର ପାଇଁ ଦେଶର ଦୁଇଟି ଭିନ୍ନ ସିପୟାର୍ଡରେ ନିର୍ମିତ ଯୁଦ୍ଧଜାହାଜ ଏକାଠି ନୌସେନାର ଅଂଶ ହେବାକୁ ଯାଉଛି। ଏଗୁଡ଼ିକ ସହିତ, ଭାରତରେ ତିନୋଟି ଫ୍ରିଗେଟ୍ ସ୍କ୍ୱାର୍ଡନ୍ ରହିବ, ଯାହା ସ୍ୱଦେଶୀ କ୍ଷମତା ଏବଂ ଜ୍ଞାନକୌଶଳର ପ୍ରତୀକ ହେବେ।

ଉଭୟ ଜାହାଜ ଭାରତୀୟ ନୌସେନାର ପ୍ରୋଜେକ୍ଟ 17A ଅଧୀନରେ ନିର୍ମିତ ହୋଇଛି। ଏହି ପ୍ରକଳ୍ପକୁ ପୂର୍ବ ଶିବାଲିକ୍ ଶ୍ରେଣୀର ଜାହାଜର ଏକ ଉନ୍ନତ ସଂସ୍କରଣ ବୋଲି ବିବେଚନା କରାଯାଏ। ଏହି ଜାହାଜଗୁଡ଼ିକରେ ଷ୍ଟେଲ୍ଥ ଡିଜାଇନ୍, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ସେନ୍ସର ସିଷ୍ଟମ ରହିଛି, ଯାହା ଫଳରେ ସେମାନେ ଶତ୍ରୁର ରାଡାରକୁ ଚକମା ଦେଇ କାମ କରିପାରିବେ।

INS ଉଦୟଗିରି ଏବଂ INS ହିମଗିରି ପ୍ରାୟ 6,670 ଟନ୍ ଓଜନ ଏବଂ 149 ମିଟର ଲମ୍ବା, ଯାହା ପ୍ରାୟ 15 ମହଲା କୋଠା ସହିତ ସମାନ। ଏହାର ସର୍ବାଧିକ ବେଗ 52 କିଲୋମିଟର ପ୍ରତି ଘଣ୍ଟା। ଗୋଟିଏ ଥର ଇନ୍ଧନ ଭରି ଏହା 10,000 କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବାକୁ ସକ୍ଷମ। ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ଜାହାଜ 290 କିଲୋମିଟର ଦୂର ପର୍ଯ୍ୟନ୍ତ ସମୁଦ୍ର ଏବଂ ସ୍ଥଳ ଭାଗକୁ ଟାର୍ଗେଟ କରିପାରିବ। ଏହି ଯୁଦ୍ଧ ଜାହଜ ଗୁଡ଼ିକରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏବଂ ଅତ୍ୟାଧୁନିକ ସୋନାର୍ ରହିଛି ଯାହା ଅତି ନିକଟରୁ ବିପଦ ଏବଂ ବୁଡ଼ାଜାହାଜକୁ ମଧ୍ୟ ଚିହ୍ନଟ କରିପାରିବ। ଏହା ସୀ କିଙ୍ଗ ହେଲିକପ୍ଟର ବହନ କରିପାରିବ, ଯାହା ବୁଡ଼ାଜାହାଜ ଏବଂ ଅନ୍ୟ ଜାହାଜ ଉପରେ ଆକ୍ରମଣ କରିବାକୁ ସକ୍ଷମ। ଆରବ ସାଗରରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ପାକିସ୍ତାନ ଏବଂ ଚୀନର କାର୍ଯ୍ୟକଳାପ ଉପରେ ନଜର ରଖିବାରେ ସକ୍ଷମ ଭାରତର ଏହି ମହାରଥୀ।

INS ଉଦୟଗିରି ମୁମ୍ବାଇ-ସ୍ଥିତ ମଝଗାଂବ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ହୋଇଛି। ଏହା ପ୍ରୋଜେକ୍ଟ 17A ର ସବୁଠାରୁ ଦ୍ରୁତତମ ଜାହାଜ। ସେହିପରି INS ହିମଗିରି ହେଉଛି କୋଲକାତା-ସ୍ଥିତ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ଦ୍ୱାରା ନିର୍ମିତ ପ୍ରଥମ P17A ଯୁଦ୍ଧଜାହାଜ। 200 ରୁ ଅଧିକ MSME କମ୍ପାନୀ ନିର୍ମାଣରେ ଯୋଗଦାନ ଦେଇଛନ୍ତି, ପ୍ରାୟ 4,000 ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।\

Disclaimer: This content has been automatically aggregated from television for informational purposes. To read the original article, please visit television.