Indore: ପ୍ରେମିକଙ୍କୁ ବାହା ହେବାକୁ ଘର ଛାଡ଼ିଥିଲେ, ଅନ୍ୟଜଣଙ୍କ ପତ୍ନୀ ହୋଇ ଫେରିଲେ...ଇନ୍ଦୋରରେ ଜବ୍ ଉଇ ମେଟ୍
ଶ୍ରଦ୍ଧା ଷ୍ଟେସନରେ ଏକୁଟିଆ ବସିଥିବା ଦେଖି କରଣଦୀପ ତାଙ୍କ ପାଖକୁ ଯାଇଥିଲେ। ଶ୍ରଦ୍ଧା ତାଙ୍କ ସହିତ ଘଟିଥିବା ସମସ୍ତ କଥା କରଣଦୀପଙ୍କୁ କହିଥିଲେ। ଶ୍ରଦ୍ଧାଙ୍କଠାରୁ ସବୁ ଶୁଣିବା ପରେ ତାଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ କରଣଦୀପ। କ
ଶ୍ରଦ୍ଧା ଷ୍ଟେସନରେ ଏକୁଟିଆ ବସିଥିବା ଦେଖି କରଣଦୀପ ତାଙ୍କ ପାଖକୁ ଯାଇଥିଲେ। ଶ୍ରଦ୍ଧା ତାଙ୍କ ସହିତ ଘଟିଥିବା ସମସ୍ତ କଥା କରଣଦୀପଙ୍କୁ କହିଥିଲେ। ଶ୍ରଦ୍ଧାଙ୍କଠାରୁ ସବୁ ଶୁଣିବା ପରେ ତାଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ କରଣଦୀପ। କିନ୍ତୁ ଶ୍ରଦ୍ଧା ମନା କରି ଦେଇଥିଲେ। ସେ କହିଥିଲେ, ମୁଁ ବାହା ହେବାକୁ ଘର ଛାଡ଼ିଥିଲି। ଯଦି ମୁଁ ବାହା ନହୋଇ ଘରକୁ ଫେରିଯିବି, ତା’ହେଲେ ବଞ୍ଚିପାରିବି ନାହିଁ। ,
ପ୍ରେମିକଙ୍କୁ ବାହା ହେବା ପାଇଁ ଘର ଛାଡ଼ି ପଳାଇଥିଲେ ଜଣେ ଯୁବତୀ। କିନ୍ତୁ ସପ୍ତାହେ ପରେ ଘରକୁ ଫେରିଲେ ଅନ୍ୟ ଜଣେ ଯୁବକଙ୍କ ପତ୍ନୀ ହୋଇ। ଏଭଳି ଏକ ରୋଚକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।
ଅଗଷ୍ଟ ୨୩ ତାରିଖରେ ଏମ୍ଆଇଜି ଥାନା ଅଞ୍ଚଳର ଶ୍ରଦ୍ଧା ତିୱାରୀ ଘରୁ ଫେରାର ହୋଇଯାଇଥିଲେ। ସେ ତାଙ୍କ ପ୍ରେମିକଙ୍କୁ ବାହା ହେବା ଜିଦ୍ରେ ଘର ଛାଡ଼ିଥିଲେ। ଘରୁ ବାହାରି ଯୋଜନା ପ୍ରକାରେ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପ୍ରେମିକ ସାର୍ଥକ ଆସିଲେ ନାହିଁ। ତେଣୁ ଶ୍ରଦ୍ଧା ଫୋନ୍ କରିଥିଲେ ସାର୍ଥକଙ୍କୁ। ସାର୍ଥକ ତାଙ୍କୁ ବାହା ହେବେନି ବୋଲି ଫୋନ୍ରେ ସଫା ସଫା ଶୁଣାଇ ଦେଇଥିଲେ। ଏହା ଶୁଣି ଶ୍ରଦ୍ଧା ଭାଙ୍ଗି ପଡ଼ିଥିଲେ। କିନ୍ତୁ ସେ ଘରକୁ ଫେରି ନଥିଲେ।
କେଉଁଠାକୁ ଯିବେ, ସେ ନେଇ କିଛି ନିଶ୍ଚିତ ନଥିବା ସତ୍ତ୍ୱେ ଏକ ଟ୍ରେନ୍ରେ ଚଢ଼ିଯାଇଥିଲେ ଶ୍ରଦ୍ଧା। କିଛି ଘଣ୍ଟାର ଯାତ୍ରା ପରେ ସେ ରତଲାମ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ ତାଙ୍କର ଭେଟ ହୋଇଥିଲା କରଣଦୀପଙ୍କ ସହିତ। କରଣଦୀପ ଜଣେ ଇଲେକ୍ଟ୍ରିସିଆନ। ସେ ଇନ୍ଦୋରରେ ସେହି କଲେଜରେ କାମ କରନ୍ତି, ଯେଉଁଠି ଶ୍ରଦ୍ଧା ବିବିଏର ଶେଷ ବର୍ଷର ଛାତ୍ରୀ।
ଶ୍ରଦ୍ଧା ଷ୍ଟେସନରେ ଏକୁଟିଆ ବସିଥିବା ଦେଖି କରଣଦୀପ ତାଙ୍କ ପାଖକୁ ଯାଇଥିଲେ। ଶ୍ରଦ୍ଧା ତାଙ୍କ ସହିତ ଘଟିଥିବା ସମସ୍ତ କଥା କରଣଦୀପଙ୍କୁ କହିଥିଲେ। ଶ୍ରଦ୍ଧାଙ୍କଠାରୁ ସବୁ ଶୁଣିବା ପରେ ତାଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ କରଣଦୀପ। କିନ୍ତୁ ଶ୍ରଦ୍ଧା ମନା କରି ଦେଇଥିଲେ। ସେ କହିଥିଲେ, ମୁଁ ବାହା ହେବାକୁ ଘର ଛାଡ଼ିଥିଲି। ଯଦି ମୁଁ ବାହା ନହୋଇ ଘରକୁ ଫେରିଯିବି, ତା’ହେଲେ ବଞ୍ଚିପାରିବି ନାହିଁ।
କରଣଦୀପ ତାଙ୍କୁ ବୁଝାଇବାକୁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ଶ୍ରଦ୍ଧା ତାଙ୍କ ଜିଦ୍ରେ ଅଟଳ ରହିଥିଲେ। ଶେଷରେ କରଣଦୀପ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଶ୍ରଦ୍ଧା ତାହାକୁ ଗ୍ରହଣ କରିଥିଲେ। ସେମାନେ ମହେଶ୍ୱର-ମଣ୍ଡଲେଶ୍ୱର ଯାଇଥିଲେ ଓ ସେଠାରେ ବାହା ହୋଇଥିଲେ। ବାହାଘର ପରେ ସେମାନେ ମନ୍ଦସୌର ଯାଇଥିଲେ।
ଗତ ଗୁରୁବାର ଶ୍ରଦ୍ଧା ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ। ସେ ମନ୍ଦସୌରରେ ଥିବା କହିଥିଲେ। ଏହା ଶୁଣି ଶ୍ରଦ୍ଧାଙ୍କ ବାପା ଟିକେ ଚିନ୍ତାମୁକ୍ତ ହୋଇଥିଲେ। କାରଣ ଝିଅ ଘର ଛାଡ଼ିବା ପରଠାରୁ ସେ ତାଙ୍କର ସୁରକ୍ଷା ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ। ଥାନାରେ ଏତଲା ଦେବା ସହିତ ଝିଅ ସଂପର୍କରେ ସୂଚନା ଦେଲେ ୫୧ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ।
ମନ୍ଦସୌରରେ ହୋଟେଲରେ ରହିବାକୁ ଶ୍ରଦ୍ଧାଙ୍କୁ ତାଙ୍କ ବାପା କହିଥିଲେ ଓ ତା’ପର ଦିନ ଅର୍ଥାତ୍ ଶୁକ୍ରବାର ଇନ୍ଦୋର ଫେରିଆସିବାକୁ କହିଥିଲେ। ତେବେ ଶ୍ରଦ୍ଧା ଓ କରଣଦୀପଙ୍କୁ କୌଣସି ହୋଟେଲ ରୁମ୍ ଦେବାକୁ ରାଜି ହୋଇ ନଥିଲେ। ତେଣୁ କରଣଦୀପଙ୍କ ନିକଟକୁ ଶ୍ରଦ୍ଧାଙ୍କ ବାପା ଟଙ୍କା ପଠାଇଥିଲେ ଓ ଟ୍ରେନ୍ରେ ଟିକେଟ୍ କାଟି ଇନ୍ଦୋର ଫେରିଆସିବାକୁ କହିଥିଲେ। ଶ୍ରଦ୍ଧା ଓ କରଣଦୀପ ସେୟା କରିଥିଲେ। ତେବେ ଇନ୍ଦୋର ଫେରି ସେମାନେ ପ୍ରଥମେ ଏମ୍ଆଇଜି ଥାନାକୁ ଯାଇଥିଲେ। ସେଠାରେ ଶ୍ରଦ୍ଧାଙ୍କ ବୟାନ ରେକର୍ଡ କରିଥିଲା ପୁଲିସ। ସେଠାରେ ସେମାନଙ୍କୁ ପୁଲିସ ପଚରାଉଚରା ମଧ୍ୟ କରିଥିଲା।
ଶ୍ରଦ୍ଧା ଫେରିଆସିଥିବାରୁ ତାଙ୍କ ପରିବାର ଲୋକେ ଖୁସି ଅଛନ୍ତି। ପରିବାର ଲୋକେ ଶ୍ରଦ୍ଧାଙ୍କୁ କରଣଦୀପଙ୍କଠାରୁ ୧୦ ଦିନ ପାଇଁ ଦୂରେଇ ରଖିଛନ୍ତି। ଯଦି ତା’ପରେ କରଣଦୀପଙ୍କ ନିକଟକୁ ଯିବାକୁ ଶ୍ରଦ୍ଧା ମନବଳାନ୍ତି, ତା’ହେଲେ ସେମାନଙ୍କ ବିବାହକୁ ପରିବାର ଲୋକେ ଗ୍ରହଣ କରିନେବେ ବୋଲି କହିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
