India's IAS factory: ଏହି ଗାଁର ଅଧିକାଂଶ ଲୋକ IAS; ନାହିଁ କୋଚିଂ ସେଣ୍ଟର କି ବଡ ସ୍କୁଲ

କୌଣସି କୋଚିଂ ସେଣ୍ଟର ନାହିଁ। କୌଣସି ବଡ଼ ସ୍କୁଲ ନାହିଁ। ତଥାପି ଏହି ଛୋଟ ୟୁପି ଗାଁ ପିଢ଼ି ପିଢ଼ିର ଆଇଏଏସ୍ ଅଧିକାରୀ ସୃଷ୍ଟି କରିଛି।

06 September 2025 03:00 PM IST
India's IAS factory: ଏହି ଗାଁର ଅଧିକାଂଶ ଲୋକ IAS; ନାହିଁ କୋଚିଂ ସେଣ୍ଟର କି ବଡ ସ୍କୁଲ

କୌଣସି କୋଚିଂ ସେଣ୍ଟର ନାହିଁ। କୌଣସି ବଡ଼ ସ୍କୁଲ ନାହିଁ। ତଥାପି ଏହି ଛୋଟ ୟୁପି ଗାଁ ପିଢ଼ି ପିଢ଼ିର ଆଇଏଏସ୍ ଅଧିକାରୀ ସୃଷ୍ଟି କରିଛି।

ଦେଶର ଲକ୍ଷ ଲକ୍ଷ ଆଶାୟୀ ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି। କିନ୍ତୁ କିଛି ମାତ୍ର ଆଶାୟୀ ହିଁ ଏହି କଠିନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଥାନ୍ତି। ଦେଶରେ ଏପରି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ ପିଲା ଆଇଏଏସ୍, ଆଇପିଏସ୍, ଆଇଆରଏସ ଓ ଆଇଏଫଏସ୍।

ପୂର୍ବ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ଏକ ଗ୍ରାମ ମାଧୋପଟି। ଅନ୍ୟ ଗ୍ରାମୀଣ ଅଞ୍ଚଳ ପରି ଦେଖାଯାଏ ଏ ଗାଁ। କିଛି ଭିନ୍ନ ନାହିଁ। ଆବଡଖାବଡା ରାସ୍ତା, ଅନିୟମିତ ବିଦ୍ୟୁତ୍ ସେବା, ଗୋଟିଏ କିମ୍ବା ଦୁଇଟି ସରକାରୀ ସ୍କୁଲ, ଏହା ବ୍ୟତୀତ ଅନ୍ୟ କିଛି ସୁବିଧା ନାହିଁ। ଏଠାରେ କୌଣସି କୋଚିଂ ସେଣ୍ଟର ନାହିଁ, କୌଣସି ପାଠାଗାର ନାହିଁ, ଏବଂ କୌଣସି ଉଚ୍ଚ ଇଂରାଜୀ-ମଧ୍ୟମ ସ୍କୁଲ ନାହିଁ। ଏହି ଗାଁରେ ମାତ୍ର ୭୫ ପରିବାର ବାବାସ କରୁଛନ୍ତି। ଯାହାର ଜନସଂଖ୍ୟା ୪୦୦୦।

ତଥାପି, ଏଠାରେ ପ୍ରତି ଘରେ ପିଲା ହେଉଛନ୍ତି IAS, IPS, IRS ଏବଂ IFS ଅଧିକାରୀ। କେବଳ ଏହି ଗାଁରେ ୫୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ସୃଷ୍ଟି ହୋଇଛନ୍ତି। ଏପରିକି କିଛି ପରିବାରର ଚାରି ଭାଇଭଉଣୀ ମଧ୍ୟ ଏହି ପ୍ରଶାସନିକ ସେବାରେ ଅଛନ୍ତି। ତେଣୁ ଏଭଳି ରେକର୍ଡଧାରୀ ପ୍ରଶାସନିକ ଅଧିକାରୀ ସୃଷ୍ଟି ହୋଇଥିବାରୁ ମାଧୋପଟିକୁ ଭାରତର "IAS କାରଖାନା" କୁହାଯାଉଛି।

୧୯୧୪ ମସିହାରେ ମହମ୍ମଦ ମୁସ୍ତାଫା ହୁସେନ ବ୍ରିଟିଶ ଶାସନରେ ସିଭିଲ ସର୍ଭିସେସ୍ କ୍ଲିୟର କରିଥିଲେ, ଗାଁର ପ୍ରଥମ ପ୍ରଶାସନିକ ଅଧିକାରୀ ହୋଇଥିଲେ। ୧୯୫୦ ଦଶକ ସୁଦ୍ଧା, ମାଧୋପାଟିର ପ୍ରଥମ IFS ଅଧିକାରୀ ଡକ୍ଟର ଇନ୍ଦୁ ପ୍ରକାଶ ସିଂହ ଥିଲେ, ତାଙ୍କ ପରେ ସେମାନଙ୍କ ମଧ୍ୟରେ ବିନୟ କୁମାର ସିଂହ, ଛତ୍ରପାଳ ସିଂହ, ଅଜୟ କୁମାର ସିଂହ ଏବଂ ଶଶିକାନ୍ତ ସିଂହ ଭଳି ବିଶିଷ୍ଟ ବ୍ୟକ୍ତି ପ୍ରଶାସନିକ ସେବା ଅଧିକାରୀ ହୋଇଥିଲେ।

ଦିଲ୍ଲୀର ମୁଖାର୍ଜୀ ନଗର କିମ୍ବା ପ୍ରୟାଗରାଜର ସିଭିଲ୍ ଲାଇନ୍ସ ପରି, ମାଧୋପାଟିର କୌଣସି କୋଚିଂ ସେଣ୍ଟର ନାହିଁ। ବରଂ UPSC ପାସ୍ କରୁଥିବା ବରିଷ୍ଠ ଲୋକମାନେ ପୁସ୍ତକ, ନୋଟ୍ ଏବଂ ରଣନୀତି ସହିତ ଜୁନିଅରମାନଙ୍କୁ ଗାଇଡ୍ କରନ୍ତି। ଆଶାୟୀମାନେ ପ୍ରାୟତଃ ଯୁକ୍ତ ଦୁଇ ସମୟରେ ପ୍ରସ୍ତୁତି ଆରମ୍ଭ କରନ୍ତି, ସ୍ଥାନୀୟ ହିନ୍ଦୀ ମାଧ୍ୟମରେ ପାଠ ପଢିଥାନ୍ତି। ଇଂରାଜୀ ମାଧ୍ୟମରେ ନିଜେ ବିନା କୋଚିଂରେ ଆଇଏଏସ୍ ପାଇଁ ପାଠ ପଢିଥାନ୍ତି। ପରିବାରର ମଧ୍ୟ ଏକ ପ୍ରମୁଖ ଭୂମିକା ଥାଏ। ଭାଇଭଉଣୀମାନେ ଏକାଠି ପଢ଼ନ୍ତି, ପିତାମାତା ସେମାନଙ୍କ ପ୍ରୟାସକୁ ଉତ୍ସାହିତ କରନ୍ତି।

ଯେପରି ପାରିବାରିକ ବ୍ୟବସାୟରେ ପିଢି ପରେ ପିଢି ଯୋଗ ଦେଇ ଥାଆନ୍ତି, ଠିକ୍ ସେହିପରି ଏଠାରେ ୟୁପିଏସସି ପାସ୍ କରିବା ଏକ ପାରିବାରିକ ବ୍ୟବସାୟରେ ଯୋଗ ଦେବା ଭଳି। କିନ୍ତୁ ଭିତ୍ତିଭୂମିକୁ ଦେଖିବାକୁ ଗଲେ, ଏଠାରେ ଭିତ୍ତିଭୂମି ବହୁତ ଦୁର୍ବଳ। ଭଲ ରାସ୍ତା ନାହିଁ। ବସ୍ ବହୁତ କମ୍ ଯିବା ଆସିବା କରିଥାଏ। ବିଦ୍ୟୁତ୍ ଯୋଗାଣ ଠିକ୍ ଭାବରେ ନାହିଁ। ଆଉ କୋଚିଂ ସେଣ୍ଟର ବହୁ ଦୂରରେ ଅବସ୍ଥିତ।

ଯଦିଓ ଏହି ଗାଁ IAS ଏବଂ IPS ଅଧିକାରୀଙ୍କ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ଗାଁର ପିଲା ISRO, BARC, ବିଶ୍ୱ ବ୍ୟାଙ୍କ ଏବଂ ରାଜ୍ୟ ସୂଚନା ନିର୍ଦ୍ଦେଶାଳୟ ଭଳି ବଡ ବଡ ପ୍ରତିଷ୍ଠାନରେ କାମ କରିଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.