Indians Kidnapped: ଶସ୍ତା ଥାଇଲ୍ୟାଣ୍ଡ ଯାତ୍ରା ମହଙ୍ଗା ପଡ଼ିଲା: ୩ ଭାରତୀୟ ଅପହୃତ
"ନୂଆଦିଳ୍ଲୀ: ଥାଇଲ୍ୟାଣ୍ଡରେ ଶସ୍ତାରେ ଛୁଟି କାଟିବାର ଅଭିଳାଷ ତିନି ଜଣ ଭାରତୀୟ ନାଗରିକଙ୍କ ପାଇଁ ମହଙ୍ଗା ପଡ଼ିଛି।
ତଦନ୍ତକାରୀମାନେ କହିଛନ୍ତି ଯେ, ଭାରତୀୟ ପର୍ଯ୍ୟଟକଙ୍କୁ ଭାରତୀୟ ଓ ପାକିସ୍ତାନୀ ନାଗରିକମାନଙ୍କୁ ନେଇ ଗଠିତ ଏକ ଗ୍ୟାଙ୍ଗ ଏକ ନକଲି ଟୁର୍ ପ୍ୟାକେଜ୍ ଦେଇ ଥାଇଲ୍ୟାଣ୍ଡକୁ ନେଇଯାଇଥିଲା।
ସେମାନଙ୍କୁ ସେଠାରେ ମୁଣ୍ଡଜାମିନ୍ ରଖି ପରିବାରଠାରୁ ସେମାନଙ୍କ ମୁକ୍ତି ପାଇଁ ଅର୍ଥ ଦାବି କରି ନିର୍ଯାତନା ଦେଉଥିଲା।Advertisment ଶସ୍ତା ଟୁର୍ ପ୍ୟାକେଜର ପ୍ରସ୍ତାବ ଦେଇ ଅପହରଣ ଥାଇଲ୍ୟାଣ୍ଡ ପୁଲିସ ସେମାନଙ୍କୁ ଧରିଛି।
ସବୁଠୁ ଶସ୍ତା ଟୁର୍ ପ୍ୟାକେଜର ପ୍ରସ୍ତାବ ଦେଇ ସେମାନଙ୍କୁ ଅପହରଣ କରାଯାଇଥିଲା।
ମଙ୍ଗଳବାର ଥାଇଲ୍ୟାଣ୍ଡରୁ ବିମାନରେ ଅନ୍ୟ ଆଡ଼େ ଚାଲି ଯିବା ପାଇଁ ଅପେକ୍ଷା କରିଥିବା ୫ ଜଣ ଅପହରଣକାରୀଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ସମସ୍ତ ଲୋକଙ୍କୁ ଭାରତୀୟ ନାଗରିକ ଭାବରେ ଚିହ୍ନଟ କରାଯାଇଛି।
ଅପରାଧରେ ସମ୍ପୃକ୍ତ ପାକିସ୍ତାନୀ ସନ୍ଦିଗ୍ଧମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରି ନାହିଁ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଅବତାର ସିଂହ, ଜଗଜିତ ସିଂହ, ରାମବାଲକ କୁମାର, ସୁଖବୀର ସିଂହ ଓ କୁଲରା ସିଂହ।
ସେମାନଙ୍କୁ ବ୍ୟାଙ୍କକର ଖଲୋଙ୍ଗ ଟାନ୍ ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଥିଲା।
୧୧ ବର୍ଷ ପୁରୁଣା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ପାଇଁ ବଡ଼ ଆଶ୍ୱସ୍ତି: ସୁପ୍ରିମକୋର୍ଟ ମାମଲାକୁ ଖାରଜ କଲେ ବ୍ୟାଙ୍କକ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଅପହୃତ ତିନି ଭାରତୀୟଙ୍କ ବୟସ ୨୩ ରୁ ୨୬ ବର୍ଷ ହେବ।
ସୋମବାର ପଟାୟାର ବାଙ୍ଗ ଲାମୁଙ୍ଗ ଜିଲ୍ଲାର ଏକ ଦୁଇ ମହଲା ଘରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ପୁଲିସକୁ ଅପହୃତ ଦେଇଥିବା ବୟାନ ଅନୁସାରେ, ଜଣେ ଭାରତୀୟ ବ୍ୟକ୍ତି ସେମାନଙ୍କୁ ଜଣଙ୍କ ପରେ ଜଣେ କରି ମୋଟରସାଇକେଲରେ ଏକ ଭଡା ଘରକୁ ନେଇଯାଉଥିଲେ, ଯେଉଁଠାରେ ସେମାନଙ୍କୁ ଚାରି ଜଣ ପାକିସ୍ତାନୀ ନାଗରିକ ଓ ଅନ୍ୟ ଜଣେ ଭାରତୀୟ ସହଯୋଗୀ ଦ୍ୱାରା କାବୁ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।