15 JULY 2026

Welcome!

Unlock your personalized experience.
Sign Up

Indian Idol finalist Jyotirmayee: ଭୁବନେଶ୍ୱରରେ ଜ୍ୟୋତିର୍ମୟୀଙ୍କୁ ଭବ୍ୟ ସ୍ୱାଗତ, ଇଣ୍ଡିଆନ ଆଇଡଲ୍ ଟ୍ରଫି ପାଇଁ ଓଡ଼ିଶାବାସୀଙ୍କୁ ମାଗିଲେ ଭୋଟ୍

Jul 15, 2026 - 12:41
Indian Idol finalist Jyotirmayee: ଭୁବନେଶ୍ୱରରେ ଜ୍ୟୋତିର୍ମୟୀଙ୍କୁ ଭବ୍ୟ ସ୍ୱାଗତ, ଇଣ୍ଡିଆନ ଆଇଡଲ୍ ଟ୍ରଫି ପାଇଁ ଓଡ଼ିଶାବାସୀଙ୍କୁ ମାଗିଲେ ଭୋଟ୍

ଭୁବନେଶ୍ୱର, ୧୫।୭: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ବିଶ୍ୱସ୍ତରୀୟ ମଞ୍ଚ 'ଇଣ୍ଡିଆନ ଆଇଡଲ ସିଜିନ୍ ୧୬' ର ଶୀର୍ଷ ୫ ଜଣ ଫାଇନଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଆ କନ୍ୟା ଜ୍ୟୋତିର୍ମୟୀ ନିଜ ମାଟିକୁ ଫେରିଛନ୍ତି । ଗ୍ରାଣ୍ଡ ଫିନାଲେର ମହାଲଢ଼େଇ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ଏବଂ ସମଗ୍ର ରାଜ୍ୟବାସୀଙ୍କ ଭଲପାଇବା ଓ ସମର୍ଥନ ସାଉଁଟିବା ପାଇଁ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜ୍ୟୋତିର୍ମୟୀ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଶତାଧିକ ପ୍ରଶଂସକ ଏକାଠି ହୋଇଥିଲେ । 

ଏହା  ବି ପଢ଼ନ୍ତୁ... Skyrocketing Price: ଅଦା କିଲୋ ୨ଶହ, ୨ଶହ ଟଙ୍କା ଛୁଇଁବ ରସୁଣ, ଫାଷ୍ଟଫୁଡ୍‌ ଓ ହୋଟେଲ ପ୍ରଭାବିତ

ଢୋଲ, ମହୁରୀ ତାଳେ ତାଳେ ପୁରା ପରିବେଶ କମ୍ପି ଉଠିଥିଲା । ତାଙ୍କୁ ବିମାନବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ବାହାରିବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଦ୍ଵିଗୁଣିତ ହୋଇଯାଇଥିଲା । ଜ୍ୟୋତିର୍ମୟୀଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ନିଆଯାଇ ଭୁବନେଶ୍ୱର ରାଜପଥରେ ଏକ ବିଶାଳ ରୋଡ଼ ଶୋ’ କରାଯାଇଥିଲା । ଏହି ଶୋ’ ପ୍ରଥମେ ରସୁଲଗଡ଼ ଅଭିମୁଖେ ଯାଇଥିଲା । ଏହାପରେ ଶୋଭାଯାତ୍ରାଟି ତାଙ୍କ ନିଜ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ଜ୍ୟୋତିର୍ମୟୀ କେବଳ ନିଜର ସୁମଧୁର କଣ୍ଠଶିଳ୍ପୀ ପାଇଁ ନୁହେଁ, ବରଂ ତାଙ୍କର ମହତ ଚିନ୍ତାଧାରା ପାଇଁ ସମସ୍ତଙ୍କ ଠାରୁ ଭିନ୍ନ । ସେ ନିଜ ସଙ୍ଗୀତ ସାଧନାକୁ କେବଳ ମନୋରଞ୍ଜନରେ ସୀମିତ ନରଖି, କ୍ୟାନସର ପୀଡ଼ିତ ରୋଗୀମାନଙ୍କୁ 'ମ୍ୟୁଜିକ ଥେରାପି' ପ୍ରଦାନ କରନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।