India: ଶନିବାର ପଞ୍ଚମ ଟ୍ବେଣ୍ଟି-୨୦: ମୂଳପୋଛରୁ ବର୍ତ୍ତିବା ଲକ୍ଷ୍ୟରେ ଭାରତ
"ସାଉଥହାମ୍ପଟନ୍: ଇଂଲଣ୍ଡବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଭାରତ ପରବର୍ତ୍ତୀ ୩ ମ୍ୟାଚ୍ ହାରିଯାଇଛି।
ଫଳରେ ଏହି ଶୃଙ୍ଖଳା ୦-୩ରେ ଭାରତ ପରାସ୍ତ ହୋଇଛି।
ଶନିବାର ଏହି ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଭ୍ରମଣକାରୀ ଭାରତ ସମ୍ମାନ ରକ୍ଷା କରିବା ସହ ମୂଳପୋଛ ପରାଜୟ ଏଡ଼ାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।
ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ତା"ର ୟୁକେ ଗସ୍ତ ବେଲ୍ଫାଷ୍ଟରୁ ଆରମ୍ଭ କରିଥିଲା।
ସେଠାରେ ଦୁର୍ବଳ ଆୟର୍ଲାଣ୍ଡଠୁ ୦-୨ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ଇଂଲଣ୍ଡରେ ପହଞ୍ଚିଥିଲା।Advertisment ଆହୁରି ପଢନ୍ତୁ: Newzealand: ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭବ୍ୟ ସ୍ବାଗତ କଲେ କ୍ରିଷ୍ଟୋଫର ଲକ୍ସନ ହେଲେ ଏଠାରେ କିଛି କରିବା ଆଶାରେ ଥିବା ଭାରତ ଲଗାତାର ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇ ୩ ମ୍ୟାଚ୍ ହାରିଯାଇଛି।
ଶେଷ ଦୁଇ ମ୍ୟାଚ୍ ପରାଜୟ ସବୁଠୁ ଲଜ୍ୟାଜନକ ରହିଥିଲା।
ତୃତୀୟ ଟ୍ବେଣ୍ଟି-୨୦ରେ ଦଳ ମାତ୍ର ୭୬ ରନ୍ରେ ଅଲ୍ଆଉଟ୍ ହୋଇ ୧୨୫ ରନ୍ରେ ହାରିଥିଲା ବେଳେ ଚତୁର୍ଥରେ ଭାରତର ୧୫୯ ରନ୍ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୩.୫ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା।ଜାତୀୟ ଦଳର ପ୍ରଥମ ଅଧିନାୟକତ୍ବରେ ୬ରୁ ୫ ମ୍ୟାଚ୍ ହାରିଥିବା ଆୟର ବିଜୟ ସନ୍ଧାନରେ ରହିଛନ୍ତି।
ଅନ୍ୟପକ୍ଷରେ ୨୦୦୬ରୁ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିବା ଭାରତୀୟ ପୁରୁଷ ଦଳର ଏହା ମଧ୍ୟ ଲଗାତାର ସବୁଠୁ ଅଧିକ ପରାଜୟ।
ଏହି ସବୁ ଅଲୋଡ଼ା ରେକର୍ଡରେ ବିରତି ଲଗାଇବାକୁ ଗୌତମ ଗମ୍ଭୀରଙ୍କ ଦଳ ଶନିବାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ।
ଆହତ ଯୋଗୁଁ ଦ୍ରୁତ ବୋଲର ହର୍ଷିତ ରାଣା ଓ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଦଳରୁ ବାଦ୍ ପଡ଼ିଥିବାରୁ ଭାରତ ଶେଷ ମ୍ୟାଚ୍ରେ ବିନା ଅଦଳବଦଳରେ ଖେଳିବାର ସମ୍ଭାବନା ରହିଛି।
ଯଦି କିଛି ଅଦଳବଦଳ କରେ ତେବେ ସଞ୍ଜୁ ସାମସନ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।
ତାଙ୍କୁ ଖେଳାଇଲେ କାହାକୁ ବାଦ୍ ଦିଆଯିବ ତାକୁ ନେଇ ଦଳ ଚିନ୍ତାରେ।
ଅନ୍ୟପକ୍ଷରେ ଇଂଲଣ୍ଡର ବିଜୟ ଜାରି ରହିଥିବାରୁ ଏହି ଘରୋଇ ଦଳ ବିନା ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇବ।
ସମ୍ଭାବ୍ୟ ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା (ଉପଅଧିନାୟକ)/ସଞ୍ଜୁ ସାମ୍ସନ୍, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ପ୍ରସିଦ୍ଧ କୃଷ୍ଣ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ୍ ସଲ୍ଟ, ଜୋସ୍ ବଟଲର (ୱିକେଟ୍ରକ୍ଷକ), ହାରି ବ୍ରୁକ୍ (ଅଧିନାୟକ), ଜ୍ୟାକବ୍ ବେଥେଲ, ଟମ୍ ବାଣ୍ଟନ, ସାମ୍ କରନ, ୱିଲ୍ ଜ୍ୟାକ୍ସ, ଲିଅମ ଡ"ସନ୍, ଜୋଫ୍ରା ଆର୍ଚର, ଜୋସ ଟଙ୍ଗ, ଆଦିଲ ରସିଦ।
ପ୍ରସାରଣ: ସୋନି ସ୍ପୋର୍ଟସ୍, ସୋନି ଲିଭ୍ ସମୟ: ରାତି ୭.୦୦"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।