India vs Ireland 2nd T20I: ଟସ୍ ଜିଣ ଭାରତର ବୋଲିଂ ନିଷ୍ପତ୍ତି, ବୈଭବଙ୍କୁ ମିଳିଲାନି ପଦାର୍ପଣ ସୁଯୋଗ

Jun 28, 2026 - 18:04
India vs Ireland 2nd T20I: ଟସ୍ ଜିଣ ଭାରତର ବୋଲିଂ ନିଷ୍ପତ୍ତି, ବୈଭବଙ୍କୁ ମିଳିଲାନି ପଦାର୍ପଣ ସୁଯୋଗ

"ବେଲଫାଷ୍ଟ: ଭାରତ ଏବଂ ଆର୍ୟଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲା ଆଜି ଖେଳାଯାଉଛି।

ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଫଳରେ ଘରୋଇ ଦଳ ବ୍ୟାଟିଂ କରୁଛି।Advertisment ୧୫ ବର୍ଷୀୟ ବିସ୍ମୟ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟି-୨୦ ଆନ୍ତର୍ଜାତୀୟରେ ଡେବ୍ୟୁ କରିବାର ସୁଯୋଗ ମିଳି ନାହିଁ।

ପ୍ରଥମ ମ୍ୟାଚ୍ ହାରିବା ପରେ, ଭାରତ ପ୍ଲେଇଂ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।

ସ୍ପିନ୍ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ସୂର୍ଯ୍ୟାଂଶ ଶେଡଗେ ଏବଂ ପ୍ରିନ୍ସ ଯାଦବ ଖେଳୁଛନ୍ତି।

ଏହି ଉଭୟ ଯୁବ ତାରକାଙ୍କ ଏହା ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ।

Cricket: ୨୦୨୬କୁ ବୈଭବ ସୂର୍ଯ୍ୟବଂଶୀଙ୍କ ବର୍ଷ ଭାବେ ମନେ କରାଯିବ: ଗାଭାସ୍କର ଭାରତୀୟ ଟିମ୍‌: ଅଭିଷେକ ଶର୍ମା, ସଂଜୁ ସାମସନ (ୱିକେଟ୍‌କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିଭମ ଦୁବେ,  ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ।

ବୈଭବ ସୂର୍ଯ୍ୟବଂଶୀ, ରବି ବିଷ୍ଣୋୟୀ, ୱାସିଂଟନ ସୁନ୍ଦର ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରି ନାହିଁ।

"