India Team Coach Resigns: ବଡ ଖବର, ଇସ୍ତଫା ଦେଲେ ଟିମ୍ ଇଣ୍ଡିଆ କୋଚ୍

Jul 28, 2026 - 18:42
India Team Coach Resigns: ବଡ ଖବର, ଇସ୍ତଫା ଦେଲେ ଟିମ୍ ଇଣ୍ଡିଆ କୋଚ୍

ଭାରତୀୟ କ୍ରିକେଟକୁ ନେଇ ଆସିଛି ଏକ ବଡ଼ ଖବର। ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆର ସହଯୋଗୀ କୋଚ୍ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯଦିଓ ଏନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

ରିପୋର୍ଟ ଅନୁସାରେ, ରିଆନ୍ ଟେନ୍ ଡୋଶେଟ୍ ୟୁକେରେ ଥିବା ସମୟରେ ବିସିସିଆଇକୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। ତାଙ୍କର ଦୁଇ ବର୍ଷିଆ ଚୁକ୍ତି ଚଳିତ ମାସରେ ଶେଷ ହୋଇଥିବାରୁ ସେ ଦଳରୁ ବିଦାୟ ନେଇଛନ୍ତି।

୨୦୨୪ ଟି-୨୦ ବିଶ୍ୱକପ୍ ବିଜୟ ପରେ ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ସହିତ ଟେନ୍ ଡୋଶେଟ୍ ଭାରତୀୟ କୋଚିଂ ଷ୍ଟାଫରେ ସାମିଲ ହୋଇଥିଲେ। ବ୍ୟାଟିଂ ଓ ଫିଲ୍ଡିଂ ବିଭାଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଏବଂ ଗମ୍ଭୀରଙ୍କ ଭରସାଯୋଗ୍ୟ ସହଯୋଗୀ ଭାବେ ପରିଚିତ ଥିଲେ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଧଳା ବଲ୍ କ୍ରିକେଟରେ ୨୦୨୫ ଏସିଆ କପ୍ ଓ ୨୦୨୬ ଟି-୨୦ ବିଶ୍ୱକପ୍ ଜିତି ସଫଳତା ହାସଲ କରିଥିଲା। କିନ୍ତୁ ଟେଷ୍ଟ କ୍ରିକେଟରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିନଥିଲା। ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ହାରିବା ସହ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ୩-୦ ଏବଂ ଦକ୍ଷିଣ ଆଫ୍ରିକାଠାରୁ ୨-୦ରେ ସିରିଜ୍ ହାରିଥିଲା ଭାରତ।

ରିପୋର୍ଟ ଅନୁଯାୟୀ, ରିଆନ୍ ଟେନ୍ ଡୋଶେଟ୍ ପୁଣିଥରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (KKR)ର କୋଚିଂ ଷ୍ଟାଫରେ ଯୋଗ ଦେବେ। ଖେଳାଳି ଭାବେ ୨୦୧୨ ଓ ୨୦୧୪ରେ କେକେଆରର ଚାମ୍ପିଅନ୍ ଦଳର ସଦସ୍ୟ ଥିବା ଟେନ୍ ଡୋଶେଟ୍ ପରେ ଫିଲ୍ଡିଂ କୋଚ୍ ଭାବେ ମଧ୍ୟ କାମ କରିଥିଲେ।

ଏବେ ପୁଣି କେକେଆରକୁ ଫେରି ସେ ଅଭିଷେକ ନାୟରଙ୍କ ସହ କାମ କରିବେ। ଦୁହେଁ ପୂର୍ବରୁ କେକେଆର ଏବଂ ଟିମ୍ ଇଣ୍ଡିଆର କୋଚିଂ ସେଟଅପରେ ଏକାଠି କାମ କରିସାରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।