India Pakistan:ଭାରତ-ପାକ୍‌ ସୀମାରୁ ଧରା ପଡ଼ିଲା ଗୁପ୍ତଚର ପାରା...ମିଳିଲା IED ବିସ୍ଫୋରଣର ଧମକପୂର୍ଣ୍ଣ ଚିଠି

ଜମ୍ମୁ ଠାରୁ ୪୦ କିମି ଦୂର ଆରଏସ ପୁରା ସେକ୍ଟରରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ)ର ଯବାନମାନେ ଏହି ପାରାଟିକୁ ଧରିଥିଲେ। ତା’ର ଗୋଡ଼ରେ ଗୋଟିଏ କାଗଜ ବନ୍ଧା ଯାଇଥିଲା। ଆଗାମୀ ଦିନରେ ଜମ୍ମୁ ତାୱି ରେଳ ଷ୍ଟେସନରେ ଆଇଇଡି ବିସ୍ଫୋରଣ କରାଯିବ ବୋଲି

21 August 2025 09:10 PM IST
India Pakistan:ଭାରତ-ପାକ୍‌ ସୀମାରୁ ଧରା ପଡ଼ିଲା ଗୁପ୍ତଚର ପାରା...ମିଳିଲା IED ବିସ୍ଫୋରଣର ଧମକପୂର୍ଣ୍ଣ ଚିଠି

ଜମ୍ମୁ ଠାରୁ ୪୦ କିମି ଦୂର ଆରଏସ ପୁରା ସେକ୍ଟରରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ)ର ଯବାନମାନେ ଏହି ପାରାଟିକୁ ଧରିଥିଲେ। ତା’ର ଗୋଡ଼ରେ ଗୋଟିଏ କାଗଜ ବନ୍ଧା ଯାଇଥିଲା। ଆଗାମୀ ଦିନରେ ଜମ୍ମୁ ତାୱି ରେଳ ଷ୍ଟେସନରେ ଆଇଇଡି ବିସ୍ଫୋରଣ କରାଯିବ ବୋଲି ଏହି କାଗଜରେ ଧମକପୂର୍ଣ୍ଣ ବାର୍ତ୍ତା ରହିଥିଲା।

ଭାରତ ସହ ଶତ୍ରୁତା ପାକିସ୍ତାନକୁ ମହଙ୍ଗା ପଡ଼ିବ । ପହଲଗାମ ଆଟାକ ପରେ ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଅକାବକା କରିଦେଇଥିଲା ଭାରତ । ଛାନିଆ ହୋଇଯାଇଥିଲା ଶତ୍ରୁ ରାଷ୍ଟ୍ର । କିଛି ଦିନ ଚୁପ ରହିବା ପରେ ପୁଣି ନିଜ ପୁରୁଣା ରୋକ ଦୋହରାଇଲାଣି ପାକିସ୍ତାନ । ଭାରତକୁ ଦେଉଛି ଧମକ । ତାହା ପୁଣି ଆଇଇଡି ବିସ୍ଫୋରଣର ।

ସୁରକ୍ଷାକର୍ମୀଙ୍କ ହାତରେ ଗୁପ୍ତଚର ପାରା। ଭାରତ-ପାକିସ୍ତାନ ସୀମାରୁ ଗୋଟିଏ ପାରାକୁ ଧରିଛନ୍ତି ସୁରକ୍ଷାକର୍ମୀ। ତା’ ଗୋଡ଼ରେ ବନ୍ଧା ହୋଇଥିଲା ଧମକପୂର୍ଣ୍ଣ ଚିଠି। ଜମ୍ମୁ ରେଲୱେ ଷ୍ଟେସନରେ ଆଇଇଡି ବିସ୍ଫୋରଣ କରିବାକୁ ଚିଠିରେ ଧମକ ମିଳିଥିବାରୁ ପୂରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜମ୍ମୁ ଠାରୁ ୪୦ କିମି ଦୂର ଆରଏସ ପୁରା ସେକ୍ଟରରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ)ର ଯବାନମାନେ ଏହି ପାରାଟିକୁ ଧରିଥିଲେ। ତା’ର ଗୋଡ଼ରେ ଗୋଟିଏ କାଗଜ ବନ୍ଧା ଯାଇଥିଲା। ଆଗାମୀ ଦିନରେ ଜମ୍ମୁ ତାୱି ରେଳ ଷ୍ଟେସନରେ ଆଇଇଡି ବିସ୍ଫୋରଣ କରାଯିବ ବୋଲି ଏହି କାଗଜରେ ଧମକପୂର୍ଣ୍ଣ ବାର୍ତ୍ତା ରହିଥିଲା।

ଏହି ବାର୍ତ୍ତାକୁ ଉଭୟ ଉର୍ଦ୍ଦ୍ୱୁ ଓ ଇଂରାଜୀରେ ଲେଖାଯାଇଛି। ଉର୍ଦ୍ଦ୍ୱୁରେ ଲେଖାଯାଇଛି ଯେ “କଶ୍ମୀର ହେଉଛି ଆମର, ସମୟ ଆସି ଯାଇଛି, ସମୟ ଆସିବ।” ସେହିପରି ଇଂରାଜୀରେ ଲେଖାଯାଇଛି ଯେ “ଜମ୍ମୁ ଷ୍ଟେସନ ଆଇଡି ବ୍ଲାଷ୍ଟ ଦ ଏଣ୍ଡ।”

ପାରା ଗୋଡ଼ରୁ ଏପରି ଚିଠି ମିଳିବା ପରେ ଜମ୍ମୁ ତାୱି ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଞ୍ଚଳର ଅନ୍ୟ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକର ସୁରକ୍ଷାକର୍ମୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.