India Coach To Leave Team: ଭାରତୀୟ କ୍ରିକେଟ ଦଳରେ ବଡ଼ ବିପର୍ଯ୍ୟୟ! କୋଚିଂ ଷ୍ଟାଫ୍ରେ ହେବ ବଡ଼ ପରିବର୍ତ୍ତନ
ଟିମ୍ ଇଣ୍ଡିଆରୁ ବିଦାୟ ନେବେ ପ୍ରମୁଖ କୋଚ୍। ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ରେ ହେବ ବଡ଼ ରିସେଟ୍। ଟି-୨୦ କ୍ରିକେଟରେ ଭାରତର ସାମ୍ପ୍ରତିକ ଖରାପ ପ୍ରଦର୍ଶନ ମଧ୍ୟରେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ପ୍ରମୁଖ ସପୋର୍ଟ ଷ୍ଟାଫ୍ ସଦସ୍ୟ ନିଜ ପଦ ଛାଡ଼ିବାକୁ ଯାଉଛନ୍ତି।
ସେ ଭାରତୀୟ ଦଳ ଛାଡ଼ି ଏକ ଗ୍ଲୋବାଲ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ରେ ଯୋଗ ଦେଇପାରନ୍ତି। ଏଥିପାଇଁ ଉକ୍ତ ଦଳ ସହ ଆଲୋଚନା ମଧ୍ୟ ଶେଷ ହୋଇଛି। ଏହି ପ୍ରମୁଖ ସଦସ୍ୟଙ୍କ ବିଦାୟ ପରେ ଅନ୍ୟ ଜଣେ ଷ୍ଟାଫ୍ ମଧ୍ୟ ଦଳ ଛାଡ଼ି ପାରନ୍ତି। ଫଳରେ ଗମ୍ଭୀରଙ୍କ କୋଚିଂ ଟିମ୍ରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ ଯେ, ଉକ୍ତ କୋଚିଂ ଷ୍ଟାଫ୍ BCCI ସହ '୨+୧' ବର୍ଷର ଚୁକ୍ତି କରିଥିଲେ। ୨ ବର୍ଷର ଅବଧି ଶେଷ ହେବାକୁ ଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଭାରତ ଲଗାତାର ୫ଟି ମ୍ୟାଚ୍ ହାରିଛି। ତେବେ ଏହି ଖରାପ ପ୍ରଦର୍ଶନ ପାଇଁ ସେ ପଦ ଛାଡୁ ନଥିବା ରିପୋର୍ଟରେ କୁହାଯାଇଛି।
ଗମ୍ଭୀରଙ୍କ ମ୍ୟାନେଜମେଣ୍ଟ ଅଧୀନରେ ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଓ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଛି। ହେଲେ ସାମ୍ପ୍ରତିକ ପରାଜୟ ଯୋଗୁଁ ୨୦୭ ବିଶ୍ୱକପ୍ ପୂର୍ବରୁ ଦଳ ଚିନ୍ତାରେ ପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।