India: ଭାରତଠାରୁ ବ୍ରହ୍ମୋସ୍‌, ଅସ୍ତ୍ର କିଣିବ ଇଣ୍ଡୋନେସିଆ

Jul 07, 2026 - 21:10
India: ଭାରତଠାରୁ ବ୍ରହ୍ମୋସ୍‌, ଅସ୍ତ୍ର କିଣିବ ଇଣ୍ଡୋନେସିଆ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଖଣିଜ ସମ୍ପଦ, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ବିଶେଷକରି ଭାରତ ନିର୍ମିତ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ର ଏବଂ ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା "ଅସ୍ତ୍ର" କ୍ଷେପଣାସ୍ତ୍ର କ୍ରୟ ପାଇଁ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଥିବାବେଳେ, ଉଭୟ ଦେଶ ଏହାକୁ ନେଇ ଆଗକୁ ବଢ଼ିବାକୁ ସହମତ ହୋଇଛନ୍ତି।Advertisment ଆହୁରି ପଢନ୍ତୁ: Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ମିଳିତ ବିବୃତିରେ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ଯୁଗ୍ମ ସାମରିକ ଅଭ୍ୟାସ, ପ୍ରତିରକ୍ଷା ଶିଳ୍ପରେ ସହଭାଗିତା ଏବଂ ଆଧୁନିକ ସାମରିକ ପ୍ରଯୁକ୍ତିର ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।

ଭାରତୀୟ ପ୍ରତିରକ୍ଷା ସାମଗ୍ରୀର ରପ୍ତାନି ବଢ଼ାଇବା ଦିଗରେ ଏହି ଆଲୋଚନାକୁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।

ଆହୁରି ପଢନ୍ତୁ:Singapore: ସିଙ୍ଗାପୁର ବିଶ୍ବର ସବୁଠୁ ବ୍ୟୟବହୁଳ ସହର, ୨୨ତମ ସ୍ଥାନରେ ମୁମ୍ବାଇ ଗସ୍ତ ସମୟରେ ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ କ୍ଷେତ୍ରରେ ମଧ୍ୟ ସହଯୋଗ ଚୁକ୍ତି କରିଛନ୍ତି।

ବୈଦ୍ୟୁତିକ ଯାନ, ବ୍ୟାଟେରି ଓ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ନିକେଲ୍‌, କୋବାଲ୍ଟ ଓ ଅନ୍ୟାନ୍ୟ ଦୁର୍ଲଭ ଖଣିଜର ଅନ୍ୱେଷଣ, ପ୍ରକ୍ରିୟାକରଣ ଓ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଉପରେ ଏହି ସହଯୋଗ କେନ୍ଦ୍ରିତ ରହିବ।

ଏହା ଭବିଷ୍ୟତର ସ୍ୱଚ୍ଛ ଶକ୍ତି ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ଉଭୟ ଦେଶକୁ ଲାଭ ଦେବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ:Burglary Case ମୁକୁନ୍ଦପୁର ଚୋରି ମାମଲା: ୪ ଅଭିଯୁକ୍ତ ଗିରଫ, ୪ ଫେରାର୍‌ ଏହାବ୍ୟତୀତ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ମୁକାବିଲା, ସାଇବର ସୁରକ୍ଷା, ଡିଜିଟାଲ୍‌ ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ଅନ୍ତରୀକ୍ଷ, ନବୀକରଣଯୋଗ୍ୟ ଶକ୍ତି ଓ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ଉଭୟ ଦେଶ ସହମତ ହୋଇଛନ୍ତି।

ଭାରତ-ପ୍ରଶାନ୍ତ ଅଞ୍ଚଳରେ ମୁକ୍ତ, ଖୋଲା ଓ ନିୟମଭିତ୍ତିକ ସାମୁଦ୍ରିକ ବ୍ୟବସ୍ଥାକୁ ସମର୍ଥନ କରିବା ସହ ସମୁଦ୍ରପଥର ସୁରକ୍ଷା ଓ ନୌ-ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି।

ଆହୁରି ପଢନ୍ତୁ:Narla Minor Burn Case Verdic ଚର୍ଚ୍ଚିତ ନର୍ଲା ନାବାଳିକା ପୋଡ଼ି ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଓ ଇଣ୍ଡୋନେସିଆ ଶତାବ୍ଦୀ ପୁରୁଣା ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କରେ ବନ୍ଧା ଦୁଇ ବନ୍ଧୁ ରାଷ୍ଟ୍ର।

ଅନ୍ୟପକ୍ଷରେ ଇଣ୍ଡୋନେସିଆର ରାଷ୍ଟ୍ରପତି କହିଛନ୍ତି, ଭାରତ ସହ ସହଯୋଗକୁ ତାଙ୍କ ଦେଶ ସର୍ବାଧିକ ପ୍ରାଥମିକତା ଦେଉଛି ଏବଂ ପ୍ରତିରକ୍ଷାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସମ୍ପର୍କକୁ ଆହୁରି ବିସ୍ତାର କରିବାକୁ ଚାହୁଛି।

ବିଶ୍ଳେଷକଙ୍କ ମତରେ, ବ୍ରହ୍ମୋସ୍‌ ଓ ଅସ୍ତ୍ର କ୍ଷେପଣାସ୍ତ୍ର ସମ୍ପର୍କିତ ଆଲୋଚନା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ଓ ବ୍ୟାପକ ସହଯୋଗ ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।

ଏହା ଭାରତର "ଆକ୍ଟ ଇଷ୍ଟ" ନୀତି ଓ ଭାରତ-ପ୍ରଶାନ୍ତ ଅଞ୍ଚଳରେ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି କୂଟନୈତିକ ମହଲରେ ମତ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।