IND vs ZIM T20I: ଜିମ୍ବାୱେ ବିପକ୍ଷରେ ୯୦ ରନ୍‌ରେ ଜିତିଲା ଭାରତ; ୨-୦ରେ ଶୃଙ୍ଖଳା ଅଗ୍ରଣୀ, ଈଶାନ କିଶନ ହିରୋ

Jul 25, 2026 - 20:20
IND vs ZIM T20I: ଜିମ୍ବାୱେ ବିପକ୍ଷରେ ୯୦ ରନ୍‌ରେ ଜିତିଲା ଭାରତ; ୨-୦ରେ ଶୃଙ୍ଖଳା ଅଗ୍ରଣୀ, ଈଶାନ କିଶନ ହିରୋ

"ହରାରେ: ଜିମ୍ବାୱେ  ବିପକ୍ଷରେ ଭାରତ ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ୯୦ ରନ୍‌ରେ ବିଜୟ ହାସଲ କରିଛି।

ହରାରେ ସ୍ପୋଟ୍‌ର୍ସ କ୍ଲବରେ ଶନିବାର ଦିନ ପ୍ରଥମେ ବ୍ୟାଟିଂ କରି ଭାରତ ୨୧୯ ରନ୍‌ ସଂଗ୍ରହ କରିଥିଲା।

ଜବାବରେ ପୁରା ଜିମ୍ବାୱେ ଦଳ ୧୭.୫ ଓଭରରେ ୧୨୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।Advertisment ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ୟଶ ଠାକୁର ଏବଂ ପ୍ରିନ୍ସ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିତିଲା।

ରବି ବିଷ୍ଣୋୟୀ, ଶିଭବ ଦୁବେ ଏବଂ ତିଲକ ବର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଏହି ମୁକାବିଲାରେ ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଈଶାନ କିଶନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୧୯ ରନ୍‌ ସଂଗ୍ରହ କରିଥିଲା।

ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା।

ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୦ ରନ୍‌ ସଂଗ୍ରହ କରିଥିଲେ।

ଅଭିଷେକ ୮ଟି ବଲ୍‌ ଖେଳି ୮ ରନ୍‌ ସଂଗ୍ରହ କରିଥିଲେ।

ସେ ଆଉଟ୍‌ ହେଲା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ଈଶାନ କିଶନ।

ଈଶାନ କିଶନ ଦଳ ପାଇଁ ବିସ୍ଫୋରକ ବ୍ୟାଟିଂ କରିଥିଲେ, ଯିଏକି  ୪୪ଟି ବଲ୍‌ ଖେଳି ୮୧ ରନ୍‌ ସଂଗ୍ରହ କରିଥିଲେ।

ଏଥିରେ ୯ଟି ଚୌକା ଏବଂ ୨ଟି ଛକା ସାମିଲ କରିଥିଲେ।

ତିଲକ ବର୍ମା ଅପରାଜିତ ରହି ୬୦ ରନ୍‌ ସଂଗ୍ରହ କରିଥିଲେ।

ଏଥିରେ ୫ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।

Cricket: ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ ଅଧିନାୟକ ଶ୍ରେୟସ ଆୟର ୨୦ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୨୫ ରନ୍‌ ସଂଗ୍ରହ କରିଥିଲା ବେଳେ ବୈଭବ ସୂର୍ଯ୍ୟବଂଶୀ ୨୦ ରନ୍‌ କରିଥିଲେ।

ଯୁବ ବ୍ୟାଟର ଶୁଭବ ଦୁବେ ଅପରାଜିତ ୬ ରନ୍‌ ସଂଗ୍ରହ କରିଥିଲେ।

ଜିମ୍ବାୱେ ପାଇଁ ବ୍ଲେସିଂ ମୁଜରୱାନି, ରିଚାର୍ଡ ନଗ୍ରାଭା, ବ୍ରେଡ୍‌ ଇଭାନ, ନ୍ୟୁମାନ ନ୍ୟାମହୁରି ଏବଂ ବ୍ରେନ୍‌ ବେନେଟ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।