IND vs ZIM T20I: ଜିମ୍ବାୱେ ଆଗରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ, ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ

Jul 26, 2026 - 18:24
IND vs ZIM T20I: ଜିମ୍ବାୱେ ଆଗରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ, ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ

"ହରାରେ: ଭାରତ ଏବଂ ଜିମ୍ବାୱେ ରବିବାର ହରାରେ ସ୍ପୋର୍ଟସ କ୍ଲବରେ ଟି୨୦ ଶୃଙ୍ଖଳାର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି।

ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୯୨ ରନ୍‌ ସଂଗ୍ରହ କରିଛି।

ଏହି ମ୍ୟାଚ୍‌ ଜିତିବା ପାଇଁ ଜିମ୍ବାୱେକୁ ୧୯୩ ରନ୍‌ ଲକ୍ଷ୍ୟ ମିଳିଛି।

ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିଥିଲେ।

ଉଭୟ ଯୁବ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୨୦ ରନ୍‌ ସଂଗ୍ରହ କରିଥିଲେ।

ଏଥର ମଧ୍ୟ ଅଭିଷେକ ଶର୍ମା ଦର୍ଶକମାନଙ୍କୁ ନିରାଶ କରିଥିଲେ।

ସେ ମାତ୍ର ୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଜିମ୍ବାୱେର ଦ୍ବିତୀୟ ଶିକାର ହୋଇଥିଲେ ଈଶାନ କିଶନ, ଯିଏକି ଆଉଟ୍‌ ହେବା ପୂର୍ବରୁ ୨୬ଟି ବଲ୍‌ ଖେଳି ୪ଟି ଚୌକା ବଳରେ ୨୯ ରନ୍‌ କରିଥିଲେ।

Cricket: କ୍ରିକେଟ୍‌ ଅଷ୍ଟ୍ରେଲିଆ ଦଳରେ ୩ ଭାରତୀୟ ବଂଶୋଦ୍ଭବ ଭାରତ ତୃତୀୟ ୱିକେଟ୍‌ ଭାବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ହରାଇଥିଲା।

ବିସ୍ମୟ ବାଳକ ବୈଭବ ବ୍ୟକ୍ତିଗତ ଭାବେ ଦଳ ପାଇଁ ସର୍ବାଧିକ ରନ୍‌ କରିଥିଲେ।

ସେ ୪୯ଟି ବଲ୍‌ ଖେଳି ୮ଟି ଚୌକା ଏବଂ ୪ଟି ଛକା ବଳରେ ୮୧ ରନ୍‌ କରିଥିଲେ।

ଅଧିନାୟକ ଶେୟସ ଆୟର ୧୮ଟି ବଲ୍‌ ଖେଳି ୨ଟି ଚୌକା ବଳରେ ୨୭ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଜିମ୍ବାୱେ ଦ୍ବାରା ଆଉଟ୍‌ ହେବା ପୂର୍ବରୁ ରିଙ୍କୁ ସିଂହ ୨୫ ରନ୍‌ ସଂଗ୍ରହ କରିଥିଲେ।

ସେ ୧୪ଟି ବଲ୍‌ର ସାମ୍ନା କରି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ତିଲକ ବର୍ମା ୯ଟି ବଲ୍‌ ଖେଳି ଗୋଟିଏ ଛକା ସହାୟତାରେ ଅପରାଜିତ ୧୧ ରନ୍‌ କରିଥିଲେ।

ଜିମ୍ବାୱେ ପକ୍ଷରୁ ବ୍ରାଡ୍‌ ଇ‌ଭାନ ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ସିକନ୍ଦର ରାଜା, ବ୍ଲେସିଂ ମୁଜରୱାନୀ ଏବଂ ୱିସଲି ମଧେବୀରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।