IND vs ZIM LIVE 1st T20I: ଜିମ୍ବାୱେ ବିପକ୍ଷରେ ଭାରତ ୭ ୱିକେଟ୍ରେ ବିଜୟୀ, ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ
"ହରାରେ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଛି।
ଏହି ମ୍ୟାଚ୍ରେ ଆୟୋଜକ ଦଳକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି।
୧୨୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା।
ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ୧୩.୨ ଓଭରରେ ୩ ୱିକେଟ୍ ହରାଇ ୧୨୬ ରନ୍ କରିଛି।
ଏହି ମ୍ୟାଚ୍ରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ସେ ୧୯ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏଥିରେ ସେ ୪ଟି ଚୌକା ଏବଂ ୪ଟି ଛକା ମାରିଛନ୍ତି।
Advertisment ଭାରତର ଇନିଂସ ଆରମ୍ଭ କରିଥିଲେ ଅଭିଷେକ ଶର୍ମା (୧ରନ୍) ଏବଂ ବୈଭବ ସୂର୍ଯ୍ୟବଂଶୀ।
ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୨୩ ରନ୍ ସଂଗ୍ରହ କରିଥିଲେ।
ଭାରତ ନିଜର ସ୍କୋର ୬୮ ରନ୍ରେ ଦ୍ବିତୀୟ ୱିକେଟ୍ ଭାବେ ବୈଭବଙ୍କୁ ହରାଇଥିଲା।
Vaibhav Suryavanshi: ବିରଳ ବୈଭବ ସୂର୍ଯ୍ୟବଂଶୀ: ସଚିନଙ୍କ ରେକର୍ଡ ଭାଙ୍ଗିଲେ, ଭାରତୀୟ ଦଳରେ ସାମିଲ ହେବାରେ ସର୍ବକନିଷ୍ଠ ଈଶାନ କିଶନ ଦଳ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରିଥିଲେ।
ସେ ୨୪ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ବଳରେ ୩୫ ରନ୍ ସଂଗ୍ରହ କରିଥିଲେ।
ଶ୍ରେୟସ ଆୟର ଅପରାଜିତ ୨୮ ରନ୍ ସଂଗ୍ରହ କରିଥିଲେ।
ସେ ୨୪ଟି ବଲ୍ ଖେଳି ୩ଟି ଚୌକା ମାରିଥିଲେ।
ସେହିପରି ଯୁବ ବ୍ୟାଟର ତିଳକ ବର୍ମା ଅପରାଜିତ ୬ ରନ୍ ସଂଗ୍ରହ କରିଥିଲେ।
ସେ ୫ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ।
ଶ୍ରେୟସ ଆୟର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିଥିଲା।
ଦଳ ପାଇଁ ୱେସ୍ଲେ ମଧେୱେରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୩୪ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ସେହିପରି ୨୦ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୭ ରନ୍ ଯୋଗଦାନ ଦେଇଥିଲେ ତାଦିନୱାନସ୍ଲେ ମରୁମାନି।
ରାୟନ ବ୍ରୁଲ ୩୫ଟି ବଲ୍ ଖେଳି ୨୬ ରନ୍ କରିଥିଲେ।
ଦଳର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।