WEDNESDAY
01 JULY 2026

Welcome!

Unlock your personalized experience.
Sign Up

IND VS ENG T20I Series: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଛକା ମାରି 'ମେଗା-ରେକର୍ଡ' କରିବେ ଅଭିଷେକ ଶର୍ମା !

Jun 30, 2026 - 23:40
IND VS ENG T20I Series: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଛକା ମାରି 'ମେଗା-ରେକର୍ଡ' କରିବେ ଅଭିଷେକ ଶର୍ମା !

ନୂଆଦିଲ୍ଲୀ,୩୦/୦୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିବ। ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେଷ୍ଟର-ଲେ-ଷ୍ଟ୍ରିଟ୍‌ରେ ଖେଳାଯିବ। ଏହି ପ୍ରଥମ ମୁକାବିଲାରେ ଅଭିଷେକ ଶର୍ମା ନୂଆ 'ସିକ୍ସର କିଙ୍ଗ' ଭାବରେ ଉଭା ହୋଇପାରନ୍ତି। ସୂଚନାଯୋଗ୍ୟ ଯେ ମ୍ୟାଚ୍‌ଟି ଭାରତୀୟ ସମୟ ଅନୁସାରେ ରାତି ୧୦ଟାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ଇତିହାସ ରଚିବା ପାଖାପାଖି ଅଭିଶେକ:

ଆମେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବା ବିଷୟରେ କହୁଛୁ। ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବାର ଭାରତୀୟ ରେକର୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ଅଛି, ଯିଏକି ଏପର୍ଯ୍ୟନ୍ତ ଇଂଲଣ୍ଡ ଦଳ ବିପକ୍ଷରେ ୨୭ଟି ଛକା ମାରିଛନ୍ତି। ଅବଶ୍ୟ ଏହି ସିରିଜରେ ହାର୍ଦ୍ଦିକ ଆଘାତ ଯୋଗୁଁ ଇଂଲଣ୍ଡ ଗସ୍ତରୁ ବାଦ ପଡ଼ିଛନ୍ତି।

ଅଭିଷେକ ଶର୍ମା ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି, ସେ ମାତ୍ର ଛଅ ଇନିଂସରେ ଇଂଲଣ୍ଡ ବିପକ୍ଷରେ ୨୨ଟି ଛକା ମାରିଛନ୍ତି। ଯଦି ସେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଆଉ ୬ଟି ଛକା ମାରିବେ, ତେବେ ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଯିବେ।

ଅଧିକ ପଢ଼ନ୍ତୁ: IND vs ENG : ଇଂଲଣ୍ଡ ବିପକ୍ଷରେ ଓପନିଂ କରିବେ ବୈଭବ-ସାମସନ, ଅଭିଷେକଙ୍କୁ ଦିଆଯିବ ବାଦ୍ !
ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି:

୨୭ ଛକା - ହାର୍ଦ୍ଦିକ ପାଣ୍ଡ୍ୟା

୨୨ ଛକା - ଅଭିଷେକ ଶର୍ମା

୧୯ ଛକା - ବିରାଟ କୋହଲି

କ୍ରିଡ଼ା ସମ୍ପର୍କିତ ଖବର ପଢ଼ନ୍ତୁ: Hardik Pandya shifts to Bengaluru : ବେଙ୍ଗାଲୁରୁକୁ ଶିଫ୍ଟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏଠାରେ କରିବେ ତାଙ୍କର ସ୍ଥାୟୀ ଟ୍ରେନିଂ କେନ୍ଦ୍ର
ବହୁତ ପଛରେ ବିରାଟ ଏବଂ ରୋହିତ:

ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବା କ୍ଷେତ୍ରରେ ସେମାନେ ବହୁତ ପଛରେ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍‌ରେ ବିରାଟ କୋହଲି ୧୯ ଛକା ଏବଂ ରୋହିତ ଶର୍ମା ୧୮ ଛକା ମାରିଥିଲେ। ଇଂଲଣ୍ଡ ବିପକ୍ଷରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ଟି-୨୦ ରନ୍ କରିବାର ରେକର୍ଡ ବିରାଟ କୋହଲିଙ୍କ ନାଁରେ ରହିଛି। ସେ ୨୧ ମ୍ୟାଚ୍‌ରେ ୬୪୮ ରନ୍ ସଂଗ୍ରହ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:

ଶ୍ରେୟସ୍ ଆୟର (ଅଧିନାୟକ), ତିଲକ ବର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍, ଇଶାନ୍ କିଶାନ୍, ଅଭିଷେକ ଶର୍ମା, ଶିବମ୍ ଦୁବେ, ସୁର୍ୟାଂଶ ଶେଡଗେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କୃଷ୍ଣା

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ICC Ranking: ଆଇସିସି ଜାରି ଗଲା ସଦ୍ୟତମ T20I ରାଙ୍କିଂ: ଶୀର୍ଷରେ ରହିଛି ଭାରତ, ଜାଣନ୍ତୁ କ’ଣ ସବୁ ହୋଇଛି ପରିବର୍ତ୍ତନ