Ind vs Eng ODI: ଭାରତ ଆଗରେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

Jul 19, 2026 - 19:47
Ind vs Eng ODI: ଭାରତ ଆଗରେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

"ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମୁକାବଲା ଲଡ୍‌ର୍ସରେ ଖେଳାଯାଉଛି।

ଏହି ମୁକାବିଲାରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଦଳ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା।

ବେନ୍‌ ‌ଡକେଟ୍‌ଙ୍କ ଶତକ ବଳରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩ଟି ୱିକେଟ୍‌ ହରାଇ ୩୮୭ ରନ୍‌ କରିଛି।

ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୩୮୮ ରନ୍‌ର ଲକ୍ଷ୍ୟ ମିଳିଛି।

Advertisment ଇଂଲଣ୍ଡ ପାଇଁ ବେନ୍‌ ଡକେଟ୍‌ ଏବଂ ଜାକୋବ୍‌ ବେଥେଲ ବ୍ୟାଟିଂ ଆରମ୍ଭ କରିଥିଲେ।

ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍‌ରେ ୧୯୨ ରନ୍‌ ସଂଗ୍ରହ କରିଥିଲେ।

ଜାକୋବ ଏଥିରୁ ବ୍ୟକ୍ତିଗତ ଭାବେ ୯୧ ରନ୍‌ ସଂଗ୍ରହ କରିଥିଲେ।

ସେ ୯୩ଟି ବଲ୍‌ ଖେଳି ୧୧ଟି ଚୌକା ଏବଂ ୨ଟି ଛକା ମାରିଥିଲେ।

ଭାରତର ଦ୍ବିତୀୟ ଶିକାର ହୋଇଥିଲେ ବେନ୍‌ ଡକେଟ୍‌।

କିନ୍ତୁ ସେ ଆଉଟ୍‌ ହେବା ପୂର୍ବରୁ ଦଳର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇ ସାରିଥିଲେ।

ନିଜେ ୧୩୫ଟି ବଲ୍‌ ଖେଳି ୧୮ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୪୧ ରନ୍‌ କରିଥିଲେ।

ଇଂଲଣ୍ଡର ତୃତୀୟ ଝଟକା ଭାବେ ହେରି ବ୍ରୁକ୍‌ଙ୍କ ୱିକେଟ୍‌ ପଡ଼ିଥିଲା, ଯିଏକି ୧୨ଟି ବଲ୍‌ ସାମ୍ନା କରି ୧୪ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ବିସ୍ଫୋରକ ବ୍ୟାଟର ଜୋଏ ରୁଟ୍‌ ଅପରାଜିତ ୭୪ ରନ୍‌ ସଂଗ୍ରହ କରିଥିଲେ।

ସେ ୪୮ଟି ବଲ୍‌ ଖେଳି ୯ଟି ଚୌକା ମାରିଥିବା ବେଳେ ଜୋସ୍‌ ବଟଲର ୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଏବଂ ୩ଟି ଛକା ବଳରେ ଅପରାଜିତ ୪୧ ରନ୍‌ ସଂଗ୍ରହ କରିଥିଲେ।

ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣା ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।