Welcome!

Unlock your personalized experience.
Sign Up

IND VS ENG 1st ODI; ୬ ପରାଜୟ ପରେ ଏବେ ରୋହିତ-କୋହଲିଙ୍କ ପାଳି, ଟି-ଟ୍ୱେଣ୍ଟିର ପ୍ରତିଶୋଧ ଦିନିିକିଆରେ ନେବ ଟିମ୍ ଇଣ୍ଡିଆ

Jul 14, 2026 - 09:24
IND VS ENG 1st ODI; ୬ ପରାଜୟ ପରେ ଏବେ ରୋହିତ-କୋହଲିଙ୍କ ପାଳି, ଟି-ଟ୍ୱେଣ୍ଟିର ପ୍ରତିଶୋଧ ଦିନିିକିଆରେ ନେବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୧୪/୦୭; ଲଗାତାର ପରାଜୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ପାଖରେ କମବ୍ୟାକ କରିବାର ସୁଯୋଗ ରହିଛି । ଟି-ଟ୍ୱେଣ୍ଟିର ପ୍ରତିଶୋଧ ଦିନିକିଆରେ ନେବା ଟିମ୍ ଇଣ୍ଡିଆ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ମଙ୍ଗଳବାର ଏଜବାଷ୍ଟନରେ ପ୍ରଥମ ଦିନିକିଆ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଅପରାହ୍ଣ ୩.୩୦ ମିନିଟ୍‌ରେ ଖେଳ ଆରମ୍ଭ ହେବ । ଏହା ଖାଲି ଏକ ଦ୍ୱିପାକ୍ଷିକ ସିରିଜ ନୁହେଁ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସର ପରୀକ୍ଷା । ଟି-ଟ୍ୱେଣ୍ଟିରେ ଇଂଲଣ୍ଡ ବିପକ୍ଷରେ ମିଳିଥିଲା ୦-୪ର ଲଜ୍ଜାନଜକ ପରାଜୟ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ୦-୨ରେ ସିରିଜ ପରାଜୟ ପରାଜୟ ପରେ ମନୋବଳ ଭାଙ୍ଗିଯାଇଛି । ଏହାରି ଭିତରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିଛି । ପୁଣି ଥରେ ଭାରତୀୟ କ୍ରିକେଟପ୍ରେମୀ ସେମାନଙ୍କ ପ୍ରିୟ ଖେଳାଳି ବିରାଟ କୋହଲି, କେଏଲ ରାହୁଲ, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ଦେଖିବାକୁ ପାଇବେ । ବିଶେଷ କରି ବ୍ରିଟେନରେ ବାସ କରୁଥିବା ଭାରତୀୟମାନେ ଏହି ମ୍ୟାଚକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ।

ଭାରତ କ୍ରମାନ୍ୱୟରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଠାରୁ ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇ ସାରିଛି । ଉଭୟ ଦେଶ ବିପକ୍ଷରେ ସମସ୍ତ ମ୍ୟାଚ (ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ) ହାରିବା ପରେ ଦର୍ଶକ ଆଉ ଯୁବ ଭାରତୀୟ ଦଳକୁ ଭରସା କରିପାରୁନାହାନ୍ତି । ଯାହା ଫଳରେ ଭେଟେରାନ ଖେଳାଳିଙ୍କ ଉପରେ ପୁଣିଥରେ ଦର୍ଶକ ଆଶା ବାନ୍ଧିଛନ୍ତି । କୋହଲି, ରୋହିତ ଓ ବୁମରାଙ୍କ ଉପସ୍ଥିତି ଭାରତର ବିଜୟ ଖାତା ଖୋଲିବ ବୋଲି କ୍ରିକେଟ୍ ପ୍ରେମୀ ଆଶାବାଦୀ ରହିଛନ୍ତି । 

ଆଉ ୧୫ମାସ ପରେ ଦିନିକିଆ ବିଶ୍ୱକପ ରହିଥିବାରୁ ଉଭୟ ଦଳ ଏବେଠୁ ଦଳ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି । ଫଳରେ ଏହି ସିରିଜ ଜରିଆରେ ଉଭୟ ଦଳ ଯଥା ସମ୍ଭବ ପରୀକ୍ଷା ନିରୀକ୍ଷା କରିବେ । ଆଜି ବୁମରାଙ୍କ ଉପରେ ନଜର ରହିବା ସ୍ୱାଭାବିକ । ୨୦୨୩ ଦିନିକିଆ ବିଶ୍ୱକପ୍ ପରଠୁ ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି । ଦୀର୍ଘ ୯୮୬ ଦିନ ପରେ ବୁମରା ଆଜି ଦିନିକିଆ ଖେଳିବେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଦିନିକିଆ ମଧ୍ୟରୁ ଭାରତ ସମସ୍ତ ମ୍ୟାଚ ଜିତିଛି । ମାତ୍ର ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ଇଂଲଣ୍ଡର ପଲା ଭାରି ରହିବା ଆଶା କରାଯାଉଛି । ଏଜବାଷ୍ଟନ ପିଚ୍ ପାରମ୍ପରିକ ଭାବେ ପେସ୍ ବୋଲରଙ୍କୁ ସହାୟତା କରିଥାଏ । କିନ୍ତୁ କ୍ରିଜରେ ଜମି ରହିଲେ ବିଶାଳ ସ୍କୋର ସମ୍ଭବ । ବିଶେଷ କରି ବ୍ୟାଟରମାନେ ନୂଆ ବଲ୍କୁ ସତର୍କତାର ସହ ଖେଳିବା ଜରୁରି ।

ଏହା ବି ପଢନ୍ତୁ...WIND VS ENG: ଲର୍ଡ୍ସରେ ଇତିହାସ ରଚିଲା ଟିମ୍ ହରମନ୍ପ୍ରୀତ, ଇଂଲଣ୍ଡକୁ ୨୭୦ରନ୍‌ରେ ଦେଲା ମାତ୍ 

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ଶିବମ ଦୁବେ/ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ଗୁରନୂର ବ୍ରାର ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ବେନ ଡକେଟ୍, ଜାକବ ବେଥେଲ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍(ଅଧିନାୟକ), ଜୋସ ବଟଲର, ସାମ କୁରାନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲାଏମ ଡାଓସନ, ଜୋସ ଟଙ୍ଗ, ଆଦିଲ ରସିଦ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।